ETV Bharat / state

ଓଡ଼ିଶାରେ ଭାଙ୍ଗିଛି ବିଜେଡି ଗଡ଼; ସମ୍ବଲପୁରରେ ବଡ଼ ପରାଜୟ ପରେ ପ୍ରଣବଙ୍କ ରାଜନୀତି କ୍ୟାରିୟରକୁ ନେଇ ଚର୍ଚ୍ଚା - PRANAB PRAKASH DAS Political carrer

author img

By ETV Bharat Odisha Team

Published : Jun 6, 2024, 11:00 AM IST

Updated : Jun 6, 2024, 2:14 PM IST

Suspense Over Pranab Prakash's Political Carrier: ଓଡ଼ିଶାରେ ଭୁଶୁଡିଛି ବିଜେଡି ଗଡ଼ । ସେପଟେ ଦଳର ହେଭିୱେଟ ପ୍ରଣବ ପ୍ରକାଶଙ୍କ ସମ୍ବଲପୁରରେ ବଡ ପରାଜୟ ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚା ବଢିଛି । ଆଗକୁ ରାଜ୍ୟ ରାଜନୀତିରେ କେମିତି ରହିବ ପ୍ରଣବଙ୍କ ଭୂମିକା, ବିଜେଡି ଦଳରେ ନିଜର ପତିଆରା ବଜାୟ ରଖିପାରିବେ କି ପ୍ରଣବ ? ସେନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ଓଡ଼ିଶାରେ ଭାଙ୍ଗିଛି ବିଜେଡି ଗଡ଼
ଓଡ଼ିଶାରେ ଭାଙ୍ଗିଛି ବିଜେଡି ଗଡ଼ (ETV Bharat Odisha)

ଯାଜପୁର: ରାଜ୍ୟରେ ୨୪ ବର୍ଷର ସରକାରର ପତନ ହୋଇଛି । ବିଜେଡିର ଅନେକ ନେତାମନ୍ତ୍ରୀ ହେଭିୱେଟ ମାଟି କାମୁଡିଛନ୍ତି । ବିଜେଡିର ସେହି ପରାଜିତ ତୁଙ୍ଗ ନେତାମାନଙ୍କ ମଧ୍ୟରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କଠାରୁ ହାରି ଯାଇଛନ୍ତି ପ୍ରଣବ । ସେପଟେ ତାଙ୍କର ମାଆ ସନ୍ଧ୍ୟାରାଣୀ ଦାସ କୋରେଇରୁ ପରାସ୍ତ ହୋଇଛନ୍ତି । ଏମିତିକି ଭିଣୋଇ ତଥା ସିନେ ଅଭିନେତା ଅରିନ୍ଦମ ରାୟ, ଯିଏକି ବିଜେପି ଟିକଟରୁ ସାଲେପୁରରୁ ଛିଡା ହୋଇଥିଲେ ସେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ରାଜନୀତିରେ ଦବ୍‌ଦବା ରଖୁଥିବା ପ୍ରଣବଙ୍କ ପରିବାର ବିଭିନ୍ନ ଆସନରୁ ହାରିବା ପରେ ଏବେ ଏହି ରାଜନେତାଙ୍କ ରାଜନୀତି ଭବିଷ୍ୟତକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି ।

ଓଡ଼ିଶାରେ ଭାଙ୍ଗିଛି ବିଜେଡି ଗଡ଼; ସମ୍ବଲପୁରରେ ବଡ଼ ପରାଜୟ ପରେ ପ୍ରଣବଙ୍କ ରାଜନୀତି କ୍ୟାରିୟରକୁ ନେଇ ଚର୍ଚ୍ଚା (ETV Bharat Odisha)

ଏଥର ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ, ଭି.କେ ପଣ୍ଡିଆନଙ୍କ ପରେ ରାଜ୍ୟରେ ସବୁଠୁ ଚର୍ଚ୍ଚିତ ଚେହେରା ଥିଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ଦଳର ନିଷ୍ପତ୍ତିକ୍ରମେ ସେ ଯାଜପୁର ଛାଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିଲେ । ସେଠି ନିକଟତମ ପ୍ରତିଦ୍ବନ୍ଦୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଲକ୍ଷାଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି ପ୍ରଣବ l ତେବେ ନିଜର ରାଜନୈତିକ କ୍ୟାରିୟକୁ ବଞ୍ଚେଇବାକୁ ଯାଇ ନିଜ ମାଆଙ୍କୁ କୋରେଇରୁ ଛିଡା କରିଥିଲେ ହେଁ ସେଠୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏହାପରଠୁ ପ୍ରଣବ ଓରଫ ବବିଙ୍କ ଆଗାମୀ ରାଜନୈତିକ ଭୂମିକାକୁ ନେଇ ସସପେନ୍ସ ଲାଗି ରହିଛି ।

ରାଜ୍ୟ ରାଜନୀତିରେ କ'ଣ ରହିବ ପ୍ରଣବଙ୍କ ଆଗାମୀ ଭୂମିକା ? ନିର୍ବାଚନ ହାରିବା ପରେ ବି ବିଜେଡି ଦଳର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ରଣବଙ୍କ ଦବ୍‌ଦବା ଅକ୍ଷୁର୍ଣ୍ଣ ରହିବ କି ? ଏଭଳି ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ଏହାକୁ ନେଇ ରାଜନୀତି ସମୀକ୍ଷକ ଶରତ ପୋଥାଳ କହିଛନ୍ତି, ପ୍ରଣବ ପ୍ରକାଶ ଦାସ ହେଉଛନ୍ତି ଜନତା ଦଳ ରାଜ୍ୟ ସଭାପତି ଅଶୋକ ଦାସଙ୍କ ପୁତ୍ର । ବିଜୁ ବାବୁଙ୍କ ଶାସନ କାଳରେ ତାଙ୍କର ବେଶ୍ ପତିଆରା ଥିଲା । ଏବେ ରାଜ୍ୟରେ ବିଜେଡି ଶାସନରୁ ଗାଦିଚ୍ୟୁତ ହୋଇଛି । ତଥାପି ବବି କଦାପି ରାଜନୀତିରୁ ଓହରି ଯିବେ ନାହିଁ, କାରଣ ସେ ରାଜନୀତି ପରିବାରରୁ ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ସେ ତାଙ୍କର ରାଜନୈତିକ ଯାତ୍ରା ଜାରି ରଖିବେ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି ।

ଏକଦା ପ୍ରଣବ ପ୍ରକାଶ ଦାସଙ୍କ ବାପା ସ୍ବର୍ଗତ ଅଶୋକ ଦାସ କୋରେଇ ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ପାଞ୍ଚ ଥର ବିଧାୟକ ହେବା ସହିତ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିଲେ l 2004 ମସିହାରେ ସ୍ବର୍ଗତ ଅଶୋକ ଦାସଙ୍କୁ ପୂର୍ବତନ ବିଜେପି ବିଧାୟିକା ସଞ୍ଚିତା ମହାନ୍ତି ହରାଇବା ପରେ ଦାସ ପରିବାର ରାଜନୀତିରୁ ଦୂରେଇ ଯିବେ l ମାତ୍ର ତାଙ୍କର ପୁଅ ପ୍ରଣବ ପ୍ରକାଶ ଦାସ ବିଜେଡି ଦଳରେ ସାମିଲ ଲଗାତାର 2009, 2014 ଓ 2019ରେ ଯାଜପୁରରେ ନିର୍ବାଚିତ ହୋଇ ମନ୍ତ୍ରମଣ୍ଡଳରେ ରହିଥିଲେ । ତାଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଦେଇଥିଲେ l

ଏହା ମଧ୍ୟ ପଢନ୍ତୁ: ନବୀନ ଯୁଗର ଅବସାନ; ଓଡିଶାରେ କେମିତି ବିଜେଡିକୁ ଚେକମେଟ୍ ଦେଲା ବିଜେପି, ଶଙ୍ଖ ଦଳ ପାଇଁ କ'ଣ ହେଲା ବୁମେରାଂ ? - Odisha Assembly Results 2024

ହେଲେ ୨୦୨୪ ନିର୍ବାଚନରେ ତାଙ୍କ ରାଜନୈତିକ କ୍ୟାରିୟର ଉପରେ କଳାବାଦଲ ମାଡିଆସିବ ବୋଲି କେହି ଭାବିନଥିଲେ l ନିଜେ ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ହାରିଥିବାବେଳେ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ମଧ୍ୟ କୋରେଇରୁ ପରାସ୍ତ ହୋଇଛନ୍ତି । ତାଙ୍କର ଭିଣୋଇ ଅରିନ୍ଦମ ଦାସ, ଯିଏକି ସାଲେପୁରରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିଲେ ସେ ବି ପରାଜିତ ହୋଇଛନ୍ତି । ଏହି ନିର୍ବାଚନୀ ଫଳାଫଳ ପରେ ଏବେ ବବିଙ୍କ ରାଜନୀତି ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ରାଜ୍ୟବାସୀ ପରିବର୍ତ୍ତନ ମୁହାଁ ହୋଇଥିବା ବେଳେ ତାଙ୍କର ପରିବାରବାଦ ରାଜନୀତିକୁ ନାପସନ୍ଦ କରିଥିବା କୁହାଯାଇଛି ।

ଇଟିଭି ଭାରତ, ଯାଜପୁର

Last Updated : Jun 6, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.