ETV Bharat / state

ମୟୂରଭଞ୍ଜରେ ବିଜେପିର ବିଜୟ ଉତ୍ସବ ପାଳନ, ସହର ପରିକ୍ରମା କଲେ ବିଜୟୀ ପ୍ରାର୍ଥୀ - Bjp Winning Leaders Celebrate In Mayurbhanj

author img

By ETV Bharat Odisha Team

Published : Jun 6, 2024, 1:34 PM IST

Bjp Winning Leaders Celebrate In Mayurbhanj: ମୟୂରଭଞ୍ଜରେ ବିଜେପିର ଜୋରଦାର ସେଲିବ୍ରେସନ । ବିଜୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି ବିଜୟୀ ସାଂସଦ ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ । ଅଧିକ ପଢନ୍ତୁ,

ମୟୂରଭଞ୍ଜରେ ବିଜେପିର ବିଜୟ ଉତ୍ସବ ପାଳନ, ସହର ପରିକ୍ରମା କଲେ ବିଜୟୀ ପ୍ରାର୍ଥୀ
ମୟୂରଭଞ୍ଜରେ ବିଜେପିର ବିଜୟ ଉତ୍ସବ ପାଳନ, ସହର ପରିକ୍ରମା କଲେ ବିଜୟୀ ପ୍ରାର୍ଥୀ (ETV Bharat Odisha)

ରାଇରଙ୍ଗପୁର: ମୟୂରଭଞ୍ଜରେ ବିଜେପିର ଜୋରଦାର ସେଲିବ୍ରେସନ । ମୟୂରଭଞ୍ଜ ଜିଲ୍ଲାରେ ବିଜେପି ସମସ୍ତ ୯ ଗୋଟି ନିର୍ବାଚନ ମଣ୍ଡଳୀ ଓ ଲୋକସଭା ଆସନ ଦଖଲ କରି ଐତିହାସିକ ବିଜୟ ଲାଭ କରିଛି । ଏନେଇ ବିଜେପି ଶିବିରରେ ଖୁସିର ଲହରୀ ଖେଳିଯାଇଛି । ଭାରତୀୟ ଜନତା ପାର୍ଟିର ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜୋଲେନ ନାଏକଙ୍କ ସମେତ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ମାନେ ବିରାଟ ପଟୁଆରରେ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ବିଜୟ ଉତ୍ସବ ପାଳନ କରିଛନ୍ତି ।

ବିଜେପିର ବିଜୟ ଜୁଲୁସ୍ ରାଇରଙ୍ଗପୁର ସହରର ପଣ୍ଡିତ ରଘୁନାଥ ମୁର୍ମୁ ଛକ ଠାରୁ ଆରମ୍ଭ ହୋଇ ରାଇରଙ୍ଗପୁର ବଜାର, ଅଁଳାଡୁବା, ଇଚିଣ୍ଡା ଦେଇ ବିଜେପି କାର୍ଯ୍ୟାଳୟ ପହଞ୍ଚିଥିଲେ । ଶହ ଶହ ସଂଖ୍ୟାରେ ବିଜେପି ର କର୍ମୀ ଏହି ବିଜୟ ଜୁଲୁସ ରେ ସାମିଲ ହୋଇଥିଲେ । ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ଏହି ଉତ୍ସବ ପାଳନ କରିଛନ୍ତି ବିଜେପି ନେତା ଓ କର୍ମୀ ।

ମୟୂରଭଞ୍ଜ ଜନତା ଜନାର୍ଦ୍ଦନଙ୍କୁ ଏହାର ଶ୍ରେୟ ଦେଇଛନ୍ତି ମୟୂରଭଞ୍ଜ ବିଜେପି ବିଜୟୀ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ । ଦୀର୍ଘ ୨୫ ବର୍ଷ ବିଜେଡ଼ି ସରକାରଙ୍କୁ ସୁଯୋଗ ଦେଇଥିଲେ ଜନତା ଜନାର୍ଦ୍ଦନ । ତେବେ ଚଳିତ ଥର ପରିବର୍ତ୍ତନ କରି ବିଜେପିକୁ ଭରସା କରି ଏଥର ବିଜେପିକୁ ସୁଯୋଗ ଦେଇଛନ୍ତି ଜନତା ଜନାର୍ଦ୍ଦନ । ନବରଚଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା କୀଚକେଶ୍ବରୀ ଙ୍କ ପୀଠ ଯାଇ ସେଠାରେ ମା'ଙ୍କୁ ନିଜ ମନ କଥା ଜଣାଇ ତାଙ୍କ ଶରଣାଗତ ହୋଇଛନ୍ତି । ବିଜୟୀ ହେବା ପରେ ପୁଣି ମା' କୀଚକେଶ୍ବରୀ ଙ୍କ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଆଶିର୍ବାଦ ଭିକ୍ଷା କରିଛନ୍ତି ।

ତେବେ ମା' କୀଚକେଶ୍ବରୀଙ୍କ କୃପାରୁ ବିଜୟୀ ହୋଇ ଥିବା କହିଛନ୍ତି ନବଚରଣ ମାଝୀ । ଆଗାମୀ ଦିନରେ ମୟୂରଭଞ୍ଜରେ ଥିବା ଜିଲ୍ଲାରେ ଥିବା ବିଭିନ୍ନ ଦାବି ଗୁଡ଼ିକୁ ପ୍ରାଥମିକତା ଦେଇ ତିନି ମାସ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯିବ ବୋଲି କହିଛନ୍ତି ନବଚରଣ । ଅନ୍ୟପଟେ ରାଇରଙ୍ଗପୁର ବିଧାୟକ ଜୋଲେନ ନାଏକ ମଧ୍ୟ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଓ ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେଇ ସରକାର ଗଠନ ପରେ ଯଥାଶୀଘ୍ର ରାଇରଙ୍ଗପୁର (ବାମନଘାଟୀ)ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ସଦାସର୍ବଦା ଚେଷ୍ଟିତ ରହିବେ ବୋଲି କହିଛନ୍ତି ରାଇରଙ୍ଗପୁର ବିଜୟୀ ବିଜେପି ବିଧାୟକ ପ୍ରାର୍ଥୀ ବିଧାୟକ ଜୋଲେନ ନାଏକ ।

ଏହା ମଧ୍ୟ ପଢନ୍ତୁ: ମୟୂରଭଞ୍ଜରେ ବିଜେପିର ଐତିହାସିକ ବିଜୟ, ୯ ଆସନରେ କଲା ବାଜିମାତ୍

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.