ETV Bharat / state

ମନରେଗାରେ ମହାଦୁର୍ନୀତି ! ଫେକ୍‌ ଆକାଉଣ୍ଟକୁ ଯାଇଛି ଲକ୍ଷ ଲକ୍ଷ ଟଙ୍କା - Irregularity in MGNREGA

author img

By ETV Bharat Odisha Team

Published : Jul 3, 2024, 9:15 PM IST

Irregularity in MGNREGA: ମନରେଗା ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ନିକଟରେ ଥିବା ମେଦିନୀପୁର ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢ଼ନ୍ତୁ

ମନରେଗାରେ ମହାଦୁର୍ନୀତି !
ମନରେଗାରେ ମହାଦୁର୍ନୀତି ! (ଇଟିଭି ଭାରତ ଓଡ଼ିଶା)

ଭବାନୀପାଟଣା: ମନରେଗା ଯୋଜନାରେ ମହାଦୁର୍ନୀତି ! ତଥ୍ୟ ଜାଲିଆତି କରି ବିଭିନ୍ନ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ନିକଟରେ ଥିବା ମେଦିନୀପୁର ପଞ୍ଚାୟତରୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ଏହି ପଞ୍ଚାୟତରେ ହୋଇଛି ଏଭଳି ମହାଦୁର୍ନୀତି । ଯାହାର ତଥ୍ୟ ସାମ୍ନାକୁ ଆଣିଛନ୍ତି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି । ଇଟିଭି ଭାରତ ହାତରେ ତଥ୍ୟ ଲାଗିବା ପରେ ଅଞ୍ଚଳବାସୀଙ୍କ ପଞ୍ଚାୟତ କାର୍ଯ୍ୟଳୟରେ ଆନ୍ଦୋଳନ ।

ଶ୍ରମିକଙ୍କ ହାତକୁ ୧୦୦ ଦିନର କାମ ଯୋଗାଇଦେବା ସହ ଦାଦନ ସମସ୍ୟା ଉପରେ ରୋକ ଲଗାଇବା ପାଇଁ ୨୦୦୫ ମସିହାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଶୁଭାରମ୍ଭ ହୋଇଥିଲା । ଆଶା ଥିଲା, ଯୋଜନା ଯୋଗୁଁ ଲୋକେ ଦୁଇ ପଇସା ରୋଜଗାର କରିବେ ଓ ନିଜ ପରିବାର ପ୍ରତିପୋଷଣ କରିବେ । ହେଲେ କିଛି ଲାଭଖୋର ସରକାରୀ ବାବୁଙ୍କ ପାଇଁ ଯୋଜନାର ସଠିକ୍ ରୂପାୟନକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏମିତି ଏକ ତଥ୍ୟ ଇଟିଭି ଭାରତ ହାତରେ ଲାଗିଛି । ମନରେଗା ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ନିକଟରେ ଥିବା ମେଦିନୀପୁର ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଏହି ପଞ୍ଚାୟତରେ ହୋଇଛି ଏଭଳି ମହାଦୁର୍ନୀତି ।

ଅଭିଯୋଗ ଅନୁସାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସ୍ଥାନୀୟ ପଞ୍ଚାୟତର କୁସୁମଶିଳା ଗାଁର ବ୍ୟବସାୟୀ ବିକ୍ରମ ନାଏକଙ୍କ ନାଁରେ ଭେଣ୍ଡର ଆଇଡି ପ୍ରସ୍ତୁତ କରିବା ସହ ଜବ କାର୍ଡ ପ୍ରସ୍ତୁତ କରି ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୧୨ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଛି । ସେହିଭଳି ନିରାକାର ନାଏକଙ୍କ ନାଁରେ ମଧ୍ୟ ସମାନ ଭାବରେ ୩୮ ହଜାର ୮୩୬ ଟଙ୍କା ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଛି । ଏଭଳି ଭାବରେ ସ୍ଥାନୀୟ ଅନ୍ୟଜଣେ ବ୍ୟକ୍ତି ପ୍ରକାଶ ଚନ୍ଦ୍ର ମହାନନ୍ଦଙ୍କ କାଉଣ୍ଟରେ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଜଙ୍ଗଲ ନିକଟରେ ଟ୍ରେଞ୍ଜ କାମ ହୋଇଥିବା ଦର୍ଶାଇ ପ୍ରାୟ ୭୮ ହଜାର ୬୫୦ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇଥିବା ତଥ୍ୟ ଇଟିଭି ଭାରତକୁ ମିଳିଥିବା ଦସ୍ତାବିଜରେ ଉଲ୍ଲେଖ ରହିଛି ।

ତେବେ ଏଭଳି ଭାବରେ ଏହି ପଞ୍ଚାୟତରେ କାର୍ଯ୍ୟରତ ଜିଆର୍‌ଏସ୍‌ (ଗ୍ରାମ ରୋଜଗାର ସେବକ) ଦେବେନ୍ଦ୍ର ସାହୁ ଜାଲିଆତି କରି ଅର୍ଥ ଆତ୍ମସାତ କରିଥିବା ନେଇ ସ୍ଥାନୀୟ ଜନପ୍ରତିନିଧି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଏହି ଘୋଟଲା ଯୋଗୁଁ ମନରେଗାରେ କାମ କରୁଥିବା ଶ୍ରମିକମାନେ ଦୀର୍ଘ ବର୍ଷ ହେଲା ନିଜ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି ।" ଅଞ୍ଚଳବାସୀ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଏହାସହ ଉତ୍‌କ୍ଷିପ୍ତ ଲୋକେ ପଞ୍ଚାୟତ କାର୍ଯ୍ୟଳୟକୁ ତାଲା ପକାଇବା ପରେ ଖବର ପାଇ ଘଟଣାସ୍ଥଳରେ ଭବାନୀପାଟଣା ବିଡିଓ ପହଞ୍ଚିଥିଲେ । ସେ ଉତ୍ତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ପରେ ପଞ୍ଚାୟତ ଚାବି ଖୋଲିଥିଲା । ସ୍ଥାନୀୟ ଲୋକେ ଲିଖିତ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୁତକୋଠିରେ ପରିଣତ ହେଲାଣି 5T ସ୍ମାର୍ଟ ସ୍କୁଲ, ନଷ୍ଟ ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - Irregularities in 5T School

ତେବେ ଏନେଇ ସଂପୃକ୍ତ ଜିଆରଏସ୍‌ ଦେବେନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, "ଯେଉଁମାନେ କାମ କରିଛନ୍ତି, ସେମାନଙ୍କ ନାଁରେ ଟଙ୍କା ଟ୍ରାନ୍ସଫର୍ କରାଯାଇଛି । ଯାହାକୁ ଆପଣ ଜାଲ କହୁଛନ୍ତି, ତାହା ଶ୍ରମିକମାନଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟ ହୋଇଥିବ ।" ତେବେ ସେ ଚଞ୍ଚକତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନ୍ୟପଟେ ଲୋକମାନଙ୍କ ଲିଖିତ ଅଭିଯୋଗ ଗ୍ରହଣ କରିବାପରେ ତଦନ୍ତ ହେବ ଓ କୌଣସି ଅନିୟମିତତା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭବାନୀପାଟଣା ବିଡିଓ ଚନ୍ଦନ ଭୋଇ କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.