ETV Bharat / state

କଳାହାଣ୍ଡିରେ ୨୧ ଟିକିଆ ହାତୀପଲଙ୍କ ଆତଙ୍କ, ଲୋକଙ୍କ ମନରେ କୋକୁଆ ଭୟ - କଳାହାଣ୍ଡି ଖବର

Elephants Terror In Kalahandi: କଳାହାଣ୍ଡିରେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହୋଇଛନ୍ତି 21 ଟିକିଆ ହାତୀପଲ । ଅଧିକ ପଢ଼ନ୍ତୁ

ଆତଙ୍କ ଖେଲାଇଛନ୍ତି ୨୧ ଟିକିଆ ହାତୀପଲ
ଆତଙ୍କ ଖେଲାଇଛନ୍ତି ୨୧ ଟିକିଆ ହାତୀପଲ
author img

By ETV Bharat Odisha Team

Published : Feb 4, 2024, 9:43 PM IST

ଆତଙ୍କ ଖେଲାଇଛନ୍ତି ୨୧ ଟିକିଆ ହାତୀପଲ

ଭବାନୀପାଟଣା: ମାତିଛନ୍ତି ହାତୀ ପଲ । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିଚାଲିଛି । ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ବଢୁଛି ହାତୀଙ୍କ ଉପଦ୍ରବ । କେତେବେଳେ ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଫସଲ ନଷ୍ଟ କରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ଓ ହାତୀଙ୍କୁ ଘଉଡ଼ାଇବା ସହ ଗ୍ରାମବାସୀଙ୍କୁ ହାତୀ କବଳରୁ ସୁରକ୍ଷା ଦେବା ପାଇଁ ଏଲିଫେଣ୍ଟ ସ୍କ୍ୱାଡ୍‌କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ ପୁଣିଥରେ କଳାହାଣ୍ଡିରେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି 21 ଟିକିଆ ହାତୀ ପଲ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ହାତୀ ଓ ମନୁଷ୍ୟ ମଧ୍ୟରେ ଲଢେଇ ଥମିବାର ନାଁ ଧରୁନି । ଅନେକ ଧନଜୀବନ ନଷ୍ଟ ହେଉଥିବାବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ । କଳାହାଣ୍ଡି ଜିଲ୍ଲାରେ ପୁଣି ହାତୀଙ୍କ ଗର୍ଜନରେ ଭୟଭୀତ ହୋଇଛନ୍ତି ସ୍ଥାନୀୟବାସୀ । କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ରେଞ୍ଜ୍‌ ଅନ୍ତର୍ଗତ ତୁର୍ଲାଖମନ ଗାଁ ମୁଣ୍ଡରେ ଗତକାଲିଠାରୁ ୨୧ ଟିକିଆ ହାତୀ ପଲ ଗାଁ ଭିତରକୁ ପଶି ଆସିଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଦୁଇଦିନ ଧରି ଗାଁ ମୁଣ୍ଡରେ ରହିଛନ୍ତି ହାତୀପଲ । ବ୍ୟାପକ ଫସଲ ନଷ୍ଟ କରିବା ସହ ଗାଁର ୩ଟି ଘର ମଧ୍ୟ ଭାଙ୍ଗି ଦେଇଛନ୍ତି । ହାତୀର ଗର୍ଜନ ଶୁଣି ଲୋକେ ଭୟଭିତ ହେବା ସହ ବନ ବିଭାଗକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଅନୁଗୋଳ ନାଲକୋ ପ୍ଲାଣ୍ଟ ନିକଟରେ 44ଟିକିଆ ହାତୀପଲ, ଭୟରେ ଲୋକେ

ଏହା ମଧ୍ୟ ପଢ଼ନ୍ତୁ......କରଞ୍ଜିଆରେ ହାତୀ ଉପଦ୍ରବ, ଘର ଭାଙ୍ଗିବା ସହିତ କାନ୍ଥ ପଡି ଜଣେ ବୃଦ୍ଧା ଗୁରୁତର

ସେପଟେ ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଦୋଖାଇବା ସହ ବାଜା ବଜାଇ ହାତୀ ପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ହାତୀକୁ ଘଉଡାଇବାକୁ ସଫଳ ହୋଇ ପାରି ନାହିଁ ବନ ବିଭାଗ । ଦିନକୁ ଦିନ ହାତୀଙ୍କ ଉପଦ୍ରବ ଭଢିଚାଲିଥିବା ବେଳେ ଏବେ ଏହି 21 ଟିକିଆ ହାତୀ ପଲ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ ଗ୍ରାମବାସୀ ଭୟବିତ ଅବସ୍ତାରେ ରହିଥିବା ବେଳେ ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନବାଚୀ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.