ETV Bharat / state

ବରା ପାଇଁ ଦିନଟିଏ, ବରା ଦିବସକୁ ଧୁମଧାମରେ ପାଳୁଛନ୍ତି ଢେଙ୍କାନାଳବାସୀ - Bara Divas

author img

By ETV Bharat Odisha Team

Published : Apr 7, 2024, 7:06 PM IST

Bara Divas In Dhenkanal: ଆଜି ବରା ଦିବସ । ସାରା ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି ଢେଙ୍କାନାଳ ବିରି ବରା । ଯାହାକୁ ନେଇ ଆଜି ବରା ଦିବସକୁ ବେଶ ଧୁମଧାମରେ ପାଳିଛନ୍ତି ଢେଙ୍କାନାଳବାସୀ । ଅଧିକ ପଢ଼ନ୍ତୁ

ବରା ଦିବସ
ବରା ଦିବସ
ବରା ଦିବସ

ଢେଙ୍କାନାଳ: ବରା ଏମିତି ଏକ ଖାଦ୍ୟ, ଯାହା ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ । ସକାଳ ହେଉ କି ସନ୍ଧ୍ୟା, ଜଳଖିଆରେ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ବରା । ବରା ବିନା ସତେ ଯେମିତି ଜଳଖିଆ ଅଧୁରା ଲାଗେ । ସକାଳୁ ସକାଳୁ ବରା ସାଙ୍ଗକୁ ଘୁଗୁନି ଟିକେ ହେଲେ ଆଉ କିଛି ଲୋଡା ପଡେନି । ଓଡ଼ିଶାବାସୀଙ୍କ ସହ ବରା ଓତଃପ୍ରୋତ ଭାବରେ ଜଡିତ । ତେବେ ଆଜି ହେଉଛି ବରା ଦିବସ । ଏହି ବରା ଦିବସରେ ପ୍ରଥମେ ଢେଙ୍କାନାଳର ବିରି ବରା ବେଶ ମନକୁ ଆସିଥାଏ । ଢେଙ୍କାନାଳ ବରା ସାରା ରାଜ୍ୟରେ ପ୍ରସିଦ୍ଧ । ଆଜି ଏହି ବରା ଦିବସକୁ ବେଶ ଧୁମଧାମରେ ପାଳିଛନ୍ତି ଢେଙ୍କାନାଳବାସୀ ।

ଓଡ଼ିଶାର ବିଭିନ୍ନ ଅଞ୍ଚଳର ପ୍ରିୟ ଖାଦ୍ୟ ସାମଗ୍ରୀକୁ ନେଇ ସ୍ୱତନ୍ତ୍ରତା ରହିଥାଏ । ଏଥିରେ ଢେଙ୍କାନାଳର ବିରି ବରାର ସ୍ୱାଦ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ସ୍ୱାଦ ଠାରୁ ବେଶ ନିଆରା । ଢେଙ୍କାନାଳର ଏହି ବିରି ବରା ଯିଏ ଖାଇଛି ସେ ଏହାକୁ ଭୁଲିପାରେ ନାହିଁ । ଏଠାର ବିରି ବରାର ସ୍ବାଦ ବେଶ ନିଆରା । ବିରି ବରା ଢେଙ୍କାନାଳକୁ ସାରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଜି ବରା ଦିବସ ଅବସରରେ ଢେଙ୍କାନାଳର ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସକୁ ବେଶ ଧୁମଧାମରେ ପାଳନ କରାଯାିଛି । ଏଥିପାଇଁ ବିରିରେ ପ୍ରସ୍ତୁତି ବିଭିନ୍ନ ପ୍ରକାର ସୁଆଦିଆ ବରା ପ୍ରସ୍ତୁତ କରାଯାଇଛି । ଏହାକୁ ଖାଇବା ପାଇଁ ସହରର ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ କୁନିକୁନି ପିଲାଙ୍କ ଯାଏଁ ସମସ୍ତେ ସାମିଲ ହେବା ସହ ବରା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ତେବେ ଆଜି ବରା ଦିବସ ଥିବାରୁ ଏପଟେ ବିଭିନ୍ନ ବରା ଦୋକାନୀମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଦୋକାନରେ ସ୍ୱତନ୍ତ୍ର ଭାବେ ବରାକୁ ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ଆଉ ଦୋକାନରେ ବରା ଖାଇବା ପାଇଁ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏସବୁ ଦୋକାନ ମଧ୍ୟରେ ଢେଙ୍କାନାଳର 'ପ୍ରସିଦ୍ଧ ବରା ଦୋକାନ' ଦୃଶ୍ୟ ଟିକେ ଅଲଗା । ଏଠାରେ ବରା ପ୍ରସ୍ତୁତି ଓ ସ୍ୱାଦ ନିଆରା ରହିଥାଏ । ଫଳରେ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିବା ବେଳେ ଏହି ଦୋକାନ ଢେଙ୍କାନାଳ ବରା ଇତିହାସ ସହିତ ତାଳ ଦେଇ ଆଜି ବି ଚାଲିଛି ।

ଏଠାର ଦୋକାନୀଙ୍କ କହିବା କଥା ଯେ, ଢେଙ୍କାନାଳର ବରା ଇତିହାସ ପ୍ରାୟ ୧୨୦ ବର୍ଷର ପୁରୁଣା । ସ୍ବର୍ଗତ କୁଞ୍ଜ ସାହୁ ବେଶ ଶ୍ରଦ୍ଧାର ସହିତ ଗ୍ରାହକମାନଙ୍କ ପାଇଁ ବରା ପ୍ରସ୍ତୁତ କରୁଥିଲେ । ବିଶେଷ କରି ଢେଙ୍କାନାଳ ଜିଲ୍ଲାରେ ଉତ୍ପାଦିତ ହେଉଥିବା ନଈ କୂଳିଆ ଉତ୍କୃଷ୍ଟମାନର କଳା ବିରି, ନିର୍ଦ୍ଧିଷ୍ଟ ପରିମାଣର ଚାଉଳ ଚୂନା ମିଶ୍ରଣରେ ଅଦା, କଞ୍ଚା ଲଙ୍କା, ଧନିଆପତ୍ର, ଭୁର୍ସୁଙ୍ଗ ପତ୍ର, ପିଆଜ, ଗୋଟା ଜିରା ଦେଇ ଏହି ବରା ଛଣା ହୋଇ ପ୍ରସ୍ତୁତ କରାଯାଇଥାଏ। । ଏହା ଦେଖିବାକୁ ଯେମିତି ମନଲୋଭା, ଖାଇବାକୁ ସେମିତି ସୁସ୍ୱାଦୁ ହୋଇଥାଏ । ଆଉ ଆଜି ଏହି ବରା ଢେଙ୍କାନାଳକୁ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ଦେଇଛି । ତେବେ ସ୍ବର୍ଗତ କୁଞ୍ଜ ସାହୁଙ୍କାର ଚାରି ପିଢ଼ି ଧରି ଏହି ବ୍ୟବସାୟ କରି ଆସୁଛନ୍ତି । ଫଳରେ ଆଜିର ଦିନରେ ସହରର କୁଞ୍ଜସାହୁ ଛକର ଏହି ପ୍ରସିଦ୍ଧ ବରା ଦୋକାନୀ ତଥା ସ୍ବର୍ଗତ କୁଞ୍ଜ ସାହୁଙ୍କ ପଣ ନାତି ଆଜି ବରା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଙ୍ଗର ପର୍ବରେ ସାମିଲ ହେଲେ ଢେଙ୍କାନାଳବାସୀ - HOLI 2024

ଢେଙ୍କାନାଳର ଏହି ପ୍ରସିଦ୍ଧ ବରା ଆଜି ରାଜ୍ୟରେ ବିଭିନ୍ନ ଜାଗାରେ ପ୍ରସ୍ତୁତ ହେଉଥିଲେ ମଧ୍ୟ ଢେଙ୍କାନାଳର ସେହି ପୂରାତନ ବରାର ସ୍ୱାଦ ଆଜି ବି ରହିଛି ଓ ଆଗକୁ ରହିଥିବ । ମାତ୍ର ଚାରିଆଡେ ନିଆରା ସ୍ୱାଦ ପାଇଁ ବେଶ ଲୋକପ୍ରିୟତା ହାସଲ କରିଥିବା ଢେଙ୍କାନାଳର ଏହି ବରାକୁ ଆଜି ଯାଏଁ ସରକାରୀ ସ୍ୱୀକୃତି ବା ଭୌଗୋଳିକ ସୂଚକାଙ୍କ ମିଳିପାରିନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.