ETV Bharat / state

ବୌଦ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଓ ଆମ୍ବୁଲାନ୍ସ ଅଭାବ

author img

By ETV Bharat Odisha Team

Published : Feb 13, 2024, 2:42 PM IST

Health Services In Boudh: ବୌଦ୍ଧରେ ବିଶେଷଜ୍ଞ ଡାକ୍ତର ଅଭାବ ସାଙ୍ଗକୁ ଆବଶ୍ୟକତା ମୁତାବକ ଆମ୍ବୁଲାନ୍ସ ନଥିବାରୁ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ ସ୍ୱାସ୍ଥ୍ୟସେବା । ଅଧିକ ପଢ଼ନ୍ତୁ

ବୌଦ୍ଧରେ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଓ ଆମ୍ବୁଲାନ୍ସ ଅଭାବ

ବୌଦ୍ଧ: ବିପର୍ଯ୍ୟସ୍ତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ସ୍ୱାସ୍ଥ୍ୟସେବା । ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର । ବିଶେଷଜ୍ଞ ଡାକ୍ତର ଅଭାବ ସାଙ୍ଗକୁ ଆବଶ୍ୟକତା ମୁତାବକ ଆମ୍ବୁଲାନ୍ସ ନଥିବାରୁ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ ସ୍ୱାସ୍ଥ୍ୟସେବା । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ନାହାନ୍ତି ବିଶେଷଜ୍ଞ ଡାକ୍ତର । ଗୋଟିଏ ପଟେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଲାଗି ରହୁଥିବା ବେଳେ ଅନ୍ୟପଟେ ଆବଶ୍ୟକତା ମୁତାବକ ଆମ୍ବୁଲାନ୍ସ ନଥିବାରୁ ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡିଦେଲେ ଅନ୍ୟ ପାଞ୍ଚଟି ସ୍ଥାନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୀର୍ଘ ଦିନ ହେଲା ଲାଗି ରହିଛି । କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ ଭଳି ସ୍ଥାନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଅଧିକାଂଶ ଉପାନ୍ତ ଅଞ୍ଚଳର ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭରଶୀଳ । କିନ୍ତୁ ଅଧିକାଂଶ ସମୟରେ ଏସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଗରିବ ଆଦିବାସୀମାନେ ସଠିକ ଚିକିତ୍ସା ସେବା ପାଇପାରୁ ନାହାନ୍ତି । ଫଳରେ ଅଧିକାଂଶ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଅଧିବାସୀମାନେ ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ନଚେତ କ୍ୱାକ ହାବୁଡ଼ରେ ପଡି ଅତ୍ୟନ୍ତ ବିପଦଜନକ ଚିକିତ୍ସା ପାଇଁ ବାଧ୍ୟ ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ଭିତ୍ତିଭୂମି ଥାଇ ବି ଲୋକଙ୍କୁ ମିଳୁନି ଉନ୍ନତ ଚିକିତ୍ସା ସୁବିଧା, ବଢୁଛି ରେଫର ସଂଖ୍ୟା

ଏପରିକି ବୌଦ୍ଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଢେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଏକ ଆମ୍ବୁଲାନ୍ସ ଅଚଳ ହୋଇ ପଡ଼ିରହିଥିବା ବେଳେ ଖାସ୍ କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦୁଇଟି ଆମ୍ବୁଲାନ୍ସ କେବଳ ଫିଟନେସ ଅଭାବରୁ ଅଚଳ ହୋଇରହିଛି । ସେପଟେ ଜିଲ୍ଲାର ହରଭଙ୍ଗା ସଦର ମହକୁମାଠାରେ ଗଡ଼ଜାତ ଶାସନ କାଳରୁ ପ୍ରତିଷ୍ଠା ହୋଇଥିବା ଚିକିତ୍ସାଳୟ ବର୍ତ୍ତମାନ ସୁଦ୍ଧା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସୀମିତ ରହିଛି ।

ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ହରଭଙ୍ଗା ଅଞ୍ଚଳର ଆଠଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ ଥିବାବେଳେ ଦୀର୍ଘ ବର୍ଷ ହେବ ଏହି ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ ପାଇଁ ଦାବି ହୋଇଆସୁଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.