କୋରାପୁଟ: ଦେଓମାଳୀ ପାହାଡ଼ ପାଦଦେଶରେ ଲିନଶୀ ଫାଉଣ୍ଡେସନର ଅଧ୍ୟକ୍ଷ ଅର୍ବନ ଲିନଶୀ । କୋରାପୁଟ ଜିଲ୍ଲାରେ ଲିନଶୀ ଫାଉଣ୍ଡେସନ କାର୍ଯ୍ୟ କିପରି ଚାଲିଛି ସେନେଇ ତଦାରଖ କରିବା ସହ ସିଧାସଳଖ ଲୋକଙ୍କ ସହ ମିଶିଥିଲେ ।ଏହି ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ହେଉଛି ଗୋଟିଏ ଦୁର୍ବଳ ପରିବାରକୁ ସୁଦୃଢ କରିବା ସହ ଆତ୍ମନିର୍ଭରଶୀଳ, ଶିକ୍ଷିତ, ସ୍ବଚ୍ଛତା ଏବଂ ସେମାନଙ୍କ ଅଧିକାର ଦିଗରେ ସଚେତନା କରାଇବା ।
ଓଡ଼ିଶାରେ ଲିନଶୀ ଫାଉଣ୍ଡେସନ ଅଧ୍ୟକ୍ଷ :
ଫାଉଣ୍ଡେସନ ଅଧ୍ୟକ୍ଷ ଅର୍ବନ ଲିନଶୀ ସୁଦୂର ସ୍ଵିଜରଲାଣ୍ଡରୁ ଓଡ଼଼ିଶା ଆସିଛନ୍ତି । ଅର୍ବନ ଲିନଶୀଙ୍କ ସହ ସଂସ୍ଥାର ବରିଷ୍ଠ ସଦସ୍ୟ କ୍ଲାଡିଆ ଲିନଶୀ ଏବଂ ଇଜାବେଲ ସୋମରଙ୍କ ସମେତ ଭାରତ ବର୍ଷରେ ଏହି ପ୍ରକଳ୍ପକୁ ପରିଚାଳନା କରୁଥିବା ସଦସ୍ୟମାନେ ଦେଓମାଳୀ ପାଦଦେଶରେ ଥିବା ଉପର ଗାରାବନ୍ଧ ଗ୍ରାମରେ ପ୍ରକଳ୍ପର ତଦାରଖ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଫାଉଣ୍ଡେସନ ସ୍ଵିଜରଲାଣ୍ଡରେ ରହିଥିବା ବେଳେ ଭାରତର ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ସାମାଜିକ କାର୍ଯ୍ୟ ଜାରି ରଖିଛି । ଓଡ଼ିଶାର କୋରାପୁଟ ସମେତ ଅନ୍ୟ ୪ଟି ଜିଲ୍ଲାରେ ମଧ୍ୟ କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି The Family Focused Village Development Programme (FFVDP)ର ମୁଖ୍ୟ ପ୍ରକଳ୍ପ ଅଧିକାରୀ ସଙ୍ଗୀତା ।
ଏହା ମଧ୍ଯ ପଢନ୍ତୁ...ହାତରେ କାଠ ନୁହେଁ ଏବେ କାର୍ପେଟ, ଆଦିବାସୀ ମହିଳାଙ୍କୁ ଦେଇଛି ରୋଜଗାର ଏହା ମଧ୍ଯ ପଢନ୍ତୁ...ମାଟିରେ ମିଶିଯିବ କି ଗନ୍ଧମାର୍ଦ୍ଦନର ଐତିହ୍ୟ ? ଏକାଠି ହେଲେ ନେତା |
ଏମିତି କହିଲେ ଅର୍ବନ ଲିନଶୀ:
ବିଶେଷ କରି କିଶୋରୀ ଏବଂ ମହିଳାମାନଙ୍କ ସହ ବ୍ୟକ୍ତିଗତ ସ୍ବାସ୍ଥ୍ୟ, ଋତୁସ୍ରାବ ଜନିତ ସ୍ବାସ୍ଥ୍ୟ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଉପର ଗାରାବନ୍ଧରେ ଏକତା ସଂଗଠନ ଦ୍ବାରା ପରିଚାଳିତ ରାତ୍ର ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହିତ ସମାଜ ଗଠନରେ ଶିଶୁ ଓ ଯୁବପିଢିଙ୍କ ଗୁରୁତ୍ବପୁର୍ଣ୍ଣ ଅବଦାନ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଏହି ଅବସରରେ ଲିନଶୀ ଫାଉଣ୍ଡେସନ ଅଧ୍ୟକ୍ଷ ଅର୍ବନ ଲିନଶୀ କହିଛନ୍ତି," ପରିବାରରୁ ସମାଜର ମୂଳଦୁଆ ପଡିଥାଏ । ତେଣୁ ବାପା ଆରମ୍ଭ କରିଥିବା କାମକୁ ଆଗକୁ ନେବାକୁ ହେବ । ସମାଜ ଆମକୁ ଅନେକ ଦେଇଛି । ବର୍ତ୍ତମାନ ତାକୁ ଫେରାଇବାର ସମୟ ଆସିଛି । ଆଫ୍ରିକା ସମେତ କିଛି ଦେଶରେ ପରିବାରକୁ ସୁଦୃଢ କରି ଏକ ଶକ୍ତ ସମାଜ ଗଠନ ଦିଗରେ ପ୍ରୟାସ ଚାଲିଛି ।" ତେବେ କୋରାପୁଟ ପଟାଙ୍ଗି ବ୍ଲକର ୧୨ଟି ଏବଂ ଲକ୍ଷ୍ମୀପୁରରେ ୮ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟ କରୁଥିବା ସୂଚନା ମିଳିଛି ।
ଇଟିଭି ଭାରତ, କୋରାପୁଟ