ETV Bharat / state

ରୋଜଗାର କ୍ଷମ ହେବେ କଏଦୀ, ଝାରପଡା ଜେଲରେ ଏଲଇଡି ବଲ ତିଆରିବେ ଅନ୍ତେବାସୀ - Jharpada Jail Inmates - JHARPADA JAIL INMATES

Jail Inmates Receive Vocational Training: ଭୁବନେଶ୍ୱର ଝାରପଡା ସ୍ପେଶାଲ ଜେଲ ଏବେ ଅନ୍ୟ ଜେଲ ଗୁଡିକ ପାଇଁ ପାଲଟିଛି ଉଦାହରଣ। ଏଠାରେ ଅନ୍ତେବାସୀଙ୍କୁ ଦିଆଯାଉଛି ଲଇଡି ବଲ ତିଆରି ଓ ରିପ୍ୟାରିଂ ନେଇ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

JHARPADA JAIL
JHARPADA JAIL
author img

By ETV Bharat Odisha Team

Published : Apr 19, 2024, 11:41 AM IST

JHARPADA JAIL

ଭୁବନେଶ୍ୱର: ଝାରପଡା ସ୍ପେଶାଲ ଜେଲରେ ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ଜେଲ କର୍ତ୍ତୃପକ୍ଷ । ସେମାନଙ୍କୁ ରୋଜଗାର କ୍ଷମ କରିବାକୁ ବିଭିନ୍ନ ଯୋଜନା ମଧ୍ୟ ହାତକୁ ନିଆଯାଇଛି । ଗୁରୁବାର ଅନ୍ତେବାସୀ ମାନଙ୍କୁ ଏଲଇଡି ବଲ ତିଆରି ଓ ରିପ୍ୟାରିଂ ନେଇ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଇଛି । ସରକାରୀ ଆଇଟିଆଇ ଓ RSETI ର ମିଳିତ ଉଦ୍ୟମରେ ଏହି ତାଲିମ ଦିଆଯାଉଛି । ମାନ୍ୟବର ଖୋର୍ଦ୍ଧା ଜିଲ୍ଲା ଜଜ୍ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ। ଜେଲ ସୁପ୍ରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ଓ ଜେଲର ପ୍ରସନ୍ନ ସାହୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ-କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ପାଇଁ ବ୍ୟାୟାମ, ପ୍ରବଚନ, ଫିଲ୍ମ ଥିଏଟର, ଲାଇବ୍ରେରୀ, ଏଫଏମ ଷ୍ଟେସନର ବ୍ୟବସ୍ଥା ଜେଲରେ କରାଯାଇଛି। ଧନ୍ଦାମୂଳକ ଶିକ୍ଷା, ନର୍ସିଂ, ବ୍ୟୁଟି, କ୍ୟାଣ୍ଡେଲ, ଫିନାଇଲ ତିଆରି ତାଲିମ ମଧ୍ୟ ଦିଆଯାଉଛି। ତେଲ, ଅଟା, ମଇଦା, ମୁଢି, ଫିନାଇଲ, ଗାମୁଛା ନିଜ ହାତରେ ତିଆରି କରି ଆତ୍ମ ନିର୍ଭରଶୀଳ ହେଉଛନ୍ତି ଅନ୍ତେବାସୀ। ଅପରାଧ ଅଳିନ୍ଦରେ ଅଣନିଶ୍ୱାସୀ ହୋଇ ଅପରାଧୀ ପାଲଟିଥିବା ମଣିଷକୁ ଅତ୍ୟାଚାର ନୁହେଁ ବରଂ ସୁଧାରିବାକୁ ସୁଯୋଗ ଦେଇ ଓଡିଶା ଜେଲ ବିଭାଗ ସାରା ଦେଶରେ ପ୍ରସଂଶା ସାଉଁଟିଛି ।

ଏହା ମଧ୍ୟ ପଢନ୍ତୁ-ବରଯାତ୍ରୀ ବଦଳରେ ଆସିଲେ କନ୍ୟାଯାତ୍ରୀ, ଜେଲରେ ହେଲା ବାହାଘର

ରେସ୍ତୋରାଁ ଗୁଡିକୁ ମାଛ ଯୋଗାଇବା ପାଇଁ ଗତ 2022ରେ ଝାରପଡା ଜେଲରେ ବିଭିନ୍ନ ପ୍ରକାରର ମାଛ ଚାଷ ପାଇଁ ଯୋଜନା କରାଯାଇଥିଲା । ଯାହା କଏଦୀ ମାନଙ୍କ ଦ୍ବାରା କରାଯାଉଛି । କିଲାପିଆ ଓ ଜାଙ୍ଗଲା ଭଳି ମାଛକୁ ସାଇଣ୍ଟିଫିକ କଲଚର ବାୟୋଫ୍ଲକ ପଦ୍ଧତିରେ ଚାଷ କରାଯାଉଛି । ୧୦ରୁ ୧୨ଲକ୍ଷ ବ୍ୟୟରେ ଦୁଇଟି ବାୟୋଫ୍ଲକ କୁଣ୍ଡରେ ଆରମ୍ଭ ହୋଇଥିଲା ମାଛ ଚାଷ। ବିଭିନ୍ନ ଅପରାଧିକ ମାମଲରେ ଗିରଫ ହୋଇ ଜେଲରେ ରହିଥିବା ଅନ୍ତେବାସୀ ମାନଙ୍କ ମାନସିକତାରେ ପରିବର୍ତ୍ତନ ଓ ସେମାନଙ୍କୁ ରୋଜଗାର କ୍ଷମ କରିବାକୁ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ବିଭିନ୍ନ ପଦେକ୍ଷେପ ମାନ ହାତକୁ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.