ETV Bharat / state

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ - free Mahaprasad to devotees in Puri

author img

By ETV Bharat Odisha Team

Published : Aug 18, 2024, 9:37 AM IST

free Mahaprasad to devotees in Puri: ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ । ଭକ୍ତଙ୍କୁ ମାଗଣା ଅବଢା ଯୋଗାଇବା ପାଇଁ ଦାତାଙ୍କ ସହ ଚାଲିଛି ଆଲୋଚନା । ବିଦେଶୀ ଓ ଅଣହିନ୍ଦୁ ଭକ୍ତ ପାଇବା ଇଣ୍ଟରପିଟିସନ ସେଣ୍ଟରର ଲାଭ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବିଚାର ବିମର୍ଶ ଚାଲିଥିବା ଆଇନ ମନ୍ତ୍ରୀଙ୍କ ସୂଚନା
ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବିଚାର ବିମର୍ଶ ଚାଲିଥିବା ଆଇନ ମନ୍ତ୍ରୀଙ୍କ ସୂଚନା (ETV Bharat Odisha)

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଶ୍ରଦ୍ଧାଳୁଙ୍କୁ ମିଳିବ ମାଗଣା ମହାପ୍ରସାଦ । ଦୈନିକ ପ୍ରାୟ 80 ହଜାରରୁ ଏକ ଲକ୍ଷ ଭକ୍ତଙ୍କ ପାଇଁ ମାଗଣା ଅବଢା ଯୋଗାଇବା ଦିଗରେ ବିଚାରବିମର୍ଶ ଜାରି ରହିଛି । ଏଥିପାଇଁ ଦାତାମାନଙ୍କ ସହ ଆଲୋଚନା କରାଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତକାଲି ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଏଣିକି ରଥ ନିର୍ମାଣ କରୁଥିବା ସେବକଙ୍କୁ ରାଜ୍ୟ ସରକାର ରଥଯାତ୍ରା ପରେ ପ୍ରତି ବର୍ଷ ସମ୍ବର୍ଦ୍ଧିତ କରିବେ । ଆସନ୍ତାବର୍ଷଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅୟୋଜନ କରାଯିବ । ପୂଜ୍ୟପୂଜାର ସମ୍ମାନ ହେଉଛି ଆମ ମାଟିର ସଂସ୍କୃତି । ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କରୁଛନ୍ତି ସେହି ସେବକଙ୍କୁ ସମ୍ମାନ ଦେବା ନିଶ୍ଚିତ ବହୁତ୍ ଗର୍ବର ବିଷୟ ।

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ (ETV Bharat Odisha)
  • ମାଗଣା ମହାପ୍ରସାଦ ବଣ୍ଟନ ସମ୍ପର୍କରେ ବିଚାର ବିମର୍ଶ ଜାରି ରହିଛି

ଏସମ୍ପର୍କରେ ମନ୍ତ୍ରୀ କହିଛନ୍ତି,‘‘ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକଭକ୍ତଙ୍କୁ ମାଗଣାରେ କିଛି ମହାପ୍ରସାଦ ବଣ୍ଟନ ନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି । ବିଶେଷ କରି ଦାତାମାନଙ୍କୁ ନେଇ ଏହି ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କିଭଳି ହୋଇ ପାରିବ ସେ ନେଇ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି । ଏହାକୁ ଖୁବଶୀଘ୍ର ଏକ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଟିଏ ମହାପ୍ରସାଦ ଟିକେ ପାଇଲେ ଭକ୍ତଟିଏ ଏକ ମାନସିକ ଶାନ୍ତି ପାଇବ । ଏ ଦିଗରେ ସରକାର ଗମ୍ଭୀର ଭାବେ ଚିନ୍ତା କରୁଥିବା ଆଇନମନ୍ତ୍ରୀ କହିଛନ୍ତି ।’’

ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ

  • ଶ୍ରୀକ୍ଷେତ୍ରରେ ହେବ ଇଣ୍ଟରପିଟିସନ ସେଣ୍ଟର:-

ଆଗାମୀ ଦିନରେ ପୁରୀରେ ଏକ ବଡ ବ୍ୟାଖ୍ୟାନ କେନ୍ଦ୍ର (ଇଣ୍ଟରପିଟିସନ ସେଣ୍ଟର) ଖୋଲାଯିବା ନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ । ମହାପ୍ରଭୁଙ୍କ ବିଭିନ୍ନ ବେଶ, ନୀତିକାନ୍ତି, ବ୍ୟବସ୍ଥାବଳି, ନିତି ନିୟମ, ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ । ଏହାଦ୍ବାରା ଅନେକ ଅନ୍ୟ ଧର୍ମର ବ୍ୟକ୍ତିବିଶେଷ ଯେଉଁମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ଜାଣି ପାରିବେ । ସେମାନେ ଏହି ବ୍ୟାଖ୍ୟାନ କେନ୍ଦ୍ରକୁ ଯାଇ ଏକ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ । ପୁରୀକୁ ସାରା ଭାରତରେ ଏକ ନମ୍ୱର ତୀର୍ଥସ୍ଥଳୀ ଭାବେ ବିକଶିତ କରିବା ପାଇଁ ଯାହା ଦରକାର୍ ତାହା ରାଜ୍ୟ ସରକାର କରିବେ ।’’

  • ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଯାଞ୍ଚ:-

ଖୁବଶୀଘ୍ର ରତ୍ନଭଣ୍ଡାରର ଯାଞ୍ଚ ଆରମ୍ଭ ହେବ । ଏ ନେଇ ମାର୍ଗଦର୍ଶିକା ପ୍ରସ୍ତୁତି ସରିଛି । ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବା ପରେ ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଅତ୍ୟାଧୁନିକ ଯନ୍ତ୍ର ତଥା ‘ଜିପିଆର’ ସର୍ଭେ କରାଯାଇ ରତ୍ନଭଣ୍ଡାର ସୁଡ଼ଙ୍ଗ ଅଛିକି ନାହିଁ ତାହା ଅନୁଧ୍ୟାନ ହେବ । ପରେ ମରାମତି ସରିବା ପରେ ରତ୍ନ ଅଳଙ୍କାର ଗଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ତେବେ ପୁରୀରେ ଅବଢ଼ା ଯୋଜନାରେ ଅନେକ ପ୍ରକଳ୍ପ ଏବେ ଅଧାରୁ ଅଟକି ଯାଇଥିବା ବେଳେ ଏ ନେଇ ଆଇନମନ୍ତ୍ରୀ କହିଛନ୍ତି କେତେକ ଜମିଜମା ସମସ୍ୟାକୁ ନେଇ କିଛି ପ୍ରକଳ୍ପ କାର୍ଯ୍ୟ ବନ୍ଦ ଅଛି । ତେବେ ସେ ଏ ନେଇ obcc ସହିତ ସମୀକ୍ଷା ବୈଠକ କରିଛନ୍ତି ।

ଅନେକ ସ୍ଥାନରେ ଘରୋଇ ଜମି ଥିବାରୁ ଜମି ଅଧିଗ୍ରହଣରେ ସମସ୍ୟା ରହିଛି । ଏହାକୁ କିଭଳି ସମାଧାନ କରିହେବ ସେ ନେଇ ଖୁବ୍ ଶୀଘ୍ର ଏକ ସ୍ପଷ୍ଟ ଚିତ୍ର ଆସିବା ପରେ ପୁଣି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆଗେଇବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ତେବେ ପୁରୀ ସହରରେ ଅନେକ ଲୋକଙ୍କ ଜମି ପଟା ମହାପ୍ରଭୁଙ୍କ ନାମରେ ଥିବାରୁ ପୁରୀ ବାସିନ୍ଦା ଜମି ପଟା ପାଇବାରେ ସମସ୍ୟା ଭୋଗୁଛନ୍ତି । ତେବେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ୟୁନିଫର୍ମ ପଲିସି କରାଯାଉଛି। ଏହି ଆଧାରରେ ପୁରୀ ସହରବାସୀଙ୍କ ଜମିଜମା ସମସ୍ୟା ଦୂର ହେବ ବୋଲି ଆଇନମନ୍ତ୍ରୀ ଆଶା ରଖିଛନ୍ତି ।

  • ଅର୍ପଣ ଚାଉଳ ସମ୍ପର୍କରେ ନିଷ୍ପତ୍ତି ହୋଇନି:-

ଶ୍ରୀମନ୍ଦିରରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଥିବା ବେଳେ ଏହାର ଭବିଷ୍ୟତକୁ ନେଇ ନାନା ପ୍ରଶ୍ନ ଉଠୁଚି । ଆଇନମନ୍ତ୍ରୀ କହିଛନ୍ତି ଅର୍ପଣ ଚାଉଳକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ । ପୁରୀ ଶ୍ରୀକ୍ଷେତ୍ର ସୂଚନା ସାମାଜିକ ଅନୁଷ୍ଠାନ ପକ୍ଷରୁ ରଥସେବା ‘ସମ୍ମାନ-2024’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇ କାର୍ଯକ୍ରମକୁ ନିମନ୍ତ୍ରିତ ହୋଇଥିବା ରଥ ନିର୍ମାଣକାରୀ ସେବକ, ଶ୍ରୀମନ୍ଦିର ବିଭିନ୍ନ ନିଯୋଗର ପ୍ରତିନିଧି, ରଥଯାତ୍ରା ସୁପରିଚଳନା ମୁଖ୍ୟ ଭୂମିକା ନେଇଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଯୋଗ ଦେଇଥିଲେ ।
ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.