ETV Bharat / state

ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତିଲତା ବାରିକ - Last rites of Santilata Barik

author img

By ETV Bharat Odisha Team

Published : Apr 2, 2024, 5:12 PM IST

Updated : Apr 2, 2024, 5:59 PM IST

Last rites of Santilata Barik: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ବିଶିଷ୍ଠ ଭଜନ ଗାୟିକା ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ । ମୁଖାଗ୍ନି ଦେଲେ ବଡପୁଅ ଅବିନାଶ ଛୋଟରାୟ । ଅଧିକ ପଢନ୍ତୁ

Santilata Barik
Santilata Barik
ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତିଲତା ବାରିକ

ପୁରୀ: ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଶେଷ କୃତ୍ୟ ଆଜି ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଆଜି ତାଙ୍କର ଶେଷକୃତ୍ୟ କରଯାଇଛି । ଶେଷକୃତ୍ୟ ପୂର୍ବରୁ ପୋଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର୍ ପ୍ରଦାନ କରଯାଇଥିଲା । ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଗତକାଲି 65 ବର୍ଷ ବୟସରେ ରାତିରେ ଦୁନିଆକୁ ଅଲବିଦା କହିଥିଲେ ଶାନ୍ତିଲତା ।

ଶାନ୍ତିଲତାଙ୍କ ବଡପୁଅ ଅବିନାଶ ଛୋଟରାୟ ମୁଖାଗ୍ନି ଦେଇଥିଲେ । ତେବେ ଶାନ୍ତିଲତାଙ୍କୁ ବିଦାୟ ଦେବା ପାଇଁ ସ୍ବର୍ଗଦ୍ବାରରେ ଶହ ଶହ ଲୋକଙ୍କ ଭିଡ ହୋଇଥିଲା । ଶାନ୍ତିଲତାଙ୍କ ବନ୍ଧୁ, ପରିବାରବର୍ଗ, ପ୍ରଶଂସକ, ଅନେକ କଣ୍ଠଶିଳ୍ପୀ ମଧ୍ୟ ଶେଷ ଦର୍ଶନ କରିଥଲେ । ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ମହାପ୍ରଭୁଙ୍କ ଭକ୍ତ ଥିଲେ ଶାନ୍ତିଲତା ବାରିକ । ସେ ଅନେକ ଜଗନ୍ନାଥଙ୍କ ଭଜନ ଗାନ କରି ଓଡ଼ିଶାବାସୀଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲେ । ତାଙ୍କ ବିୟୋଗ ଓଡ଼ିଶାବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ।"

ଏହା ବି ପଢନ୍ତୁ- କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ

ସେପଟେ ସ୍ବର୍ଗତ ଶାନ୍ତିଲତା ବାରିକଙ୍କ ସ୍ବାମୀ ବସନ୍ତ କୁମାର ଛୋଟରାୟ କହିଛନ୍ତି, " ସେ ଓଡ଼ିଶା ଏବଂ ଜଗନ୍ନାଥ ସଂସ୍କୃତିକୁ ଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରିଥିଲେ । ସବୁବେଳେ ଓଡ଼ିଶାର ସଂସ୍କୃତୀକୁ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରି ଆସିଥିଲେ । ହେଲେ ତାଙ୍କ ବିୟୋଗ ପରେ ସମସ୍ତେ ଦୁଃଖିତ । ତାଙ୍କ ଶେଷ ଇଚ୍ଛା ଅନୁଯାୟୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରଯାଇଛି । "ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଆତ୍ମାକୁ ପ୍ରଭୁ ତାଙ୍କ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ବୋଲି ତାଙ୍କ ସ୍ବାମୀ ପ୍ରାର୍ଥନା କରୁଥିବା କହିଛନ୍ତି ।

ସୂଚନା ଥାଉ କି ଗତ କିଛି ମାସ ହେବ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ହେଉଥିଲେ ଶାନ୍ତିଲତା । ତେବେ ସୋମବାର ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଥିଲା । ଶାନ୍ତିଲତାଙ୍କ ଲୋକପ୍ରିୟ ଭଜନ ମଧ୍ୟରେ ରହିଛି 'ଥକାମନ ଚାଲଯିବା', 'ଜଗନ୍ନାଥ ତୁମେ ଛଳିଆ', 'ଭଜି ଭଜି ତୋ ନାମ' । ଏହାସହ ଶାନ୍ତିଲତା ଜଣେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଭାବେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Apr 2, 2024, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.