ETV Bharat / state

ନୀରବି ଗଲେ ବିହନରାଣୀ ପଦ୍ମଶ୍ରୀ କମଳା ପୂଜାରୀ; ରାଷ୍ଟୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ - Last rites of Padma Shri Kamala

author img

By ETV Bharat Odisha Team

Published : Jul 21, 2024, 7:18 PM IST

Last rites of Padma Shri Kamala Pujari: ଆଉ ଶୁଭିବନି କମଳା ମା' ଡାକ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ବିହନରାଣୀ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ । ଅଧିକ ପଢନ୍ତୁ

Last rites of Padma Shri Kamala Pujari
Last rites of Padma Shri Kamala Pujari (ETV Bharat Odisha)

କୋରାପୁଟ: ନୀରବି ଗଲେ ବିହନରାଣୀ ପଦ୍ମଶ୍ରୀ କମଳା ପୂଜାରୀ । ନିଜ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଶେଷକୃତ୍ୟ । ତାଙ୍କ ବିୟୋଗରେ କୋରାପୁଟ ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । କମଳାଙ୍କ ଭଳି ଜଣେ ମହାନ ବ୍ୟକ୍ତିତ୍ବଙ୍କୁ ହରାଇଛି ରାଜ୍ୟ । ସେ ଆଦିବାସୀ ଇଲାକାରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ତାଙ୍କ ଉଚ୍ଚକୋଟୀର କାର୍ଯ୍ୟ ତାଙ୍କୁ ନିଆରା ପରିଚୟ ଦେଇଥିଲା । ଫଳରେ ସେ ବିଦେଶରେ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶିତ କରିବାର ସୁଯୋଗ ପାଇଥିଲେ । ଶନିବାର ପଦ୍ମଶ୍ରୀ କମଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ରାଷ୍ଟୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ (Last rites of Padma Shri Kamala Pujari)

କଟକ ଏସସିବିରେ ଶେଷ ନିଶ୍ବାସ ତ୍ୟାଗ କରିବା ପରେ କଟକରୁ କୋରାପୁଟ ନିଜ ବାସଭବନ ପାତ୍ରପୁଟକୁ ଅଣାଯାଇଥିଲା । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିବିଶେଷ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଶେଷ ଦର୍ଶନ କରିଥିଲେ । ତାଙ୍କ ବାସଭବନଠାରୁ ଏକ ବିରାଟ ରାଲିଲେ ତାଙ୍କୁ ଶ୍ମଶାନଙ୍କୁ ନିଆଯାଇଥିଲା । ସେଠାରେ ରାଷ୍ଟୀୟ ସମ୍ମାନର ସହ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଜନ୍ମମାଟିରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ବି ପଢନ୍ତୁ- ଚାଲିଗଲେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ତବ୍ଧ ଗାଁ ପାତ୍ରପୁଟ

ଚିକିତ୍ସାଧୀନ ଅବସ୍ଥାରେ କଟକ SCBରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ କମଳା । ମୃତ୍ୟୁ ବେଳକୁ ତାଙ୍କୁ 76ବର୍ଷ ବୟସ ହୋଇଥିଲା । ବୟସାଧିକ କାରଣରୁ କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କମଳା ପୂଜାରୀ । ଏସସିବି ମେଡିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ 4 ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ଶନିବାର ଭୋର 5ଟା 45 ମିନିଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢନ୍ତୁ- ହୃଦଘାତରେ ଆଖିବୁଜିଲେ ପଦ୍ମଶ୍ରୀ କମଳା ପୂଜାରୀ; ମୁଖ୍ୟମନ୍ତ୍ରୀଙ୍କ ଶୋକ, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

କମଳା ପୂଜାରୀ ପାତ୍ରପୁଟର ଜଣେ ସାଧାରଣ ଗାଉଁଲି ମହିଳା । ଦେଶୀ ଧାନ ବିହନ ସଂରକ୍ଷଣ କରି ସେ ଅସାଧାରଣ ପାଲଟିଥିଲେ । ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ପଦ୍ଧତିରେ ଧାନ ଓ ଭବିଷ୍ୟତ ବଂଶଧରଙ୍କ ପାଇଁ ଦେଶୀ ଧାନ ବିହନର ସଂରକ୍ଷଣ ସ୍ଲୋଗାନ ଦେଇ ସେ ଅମର ହୋଇଯାଇଛନ୍ତି । ଧାନର ଉତ୍ପତ୍ତି ସ୍ଥଳୀ ଜୟପୁରରେ ଲୋପ ପାଇ ଯାଉଥିବା ବିରଳ ବିହନର ସଂରକ୍ଷଣ କ୍ଷେତ୍ରରେ ନିଜ ଜୀବନକୁ ସମର୍ପିତ କରିଥିଲେ । ତାଙ୍କ ବିୟୋଗରେ ଚାଷୀଠାରୁ ଆରମ୍ଭ କରି ସାଧାରଣ ଲୋକେ ଶୋକରେ ବୁଡ଼ିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.