ETV Bharat / state

ଝାରସୁଗୁଡ଼ା ଲଖନପୁର ଥାନା ଅଧିକାରୀ ନିଲମ୍ବିତ

Lakhanpur IIC suspended: ପିସିଆର ଭ୍ୟାନରେ ମୃତଦେହ ସ୍ଥାନାନ୍ତର ଘଟଣାରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅଧିକାରୀ ନିଲମ୍ବିତ । ଅଧିକ ପଢନ୍ତୁ

Lakhanpur IIC suspended
ଲଖନପୁର ଥାନା ଅଧିକାରୀ ନିଲମ୍ବିତ
author img

By ETV Bharat Odisha Team

Published : Jan 23, 2024, 10:33 AM IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅଧିନସ୍ଥ ଲଖନପୁର ଥାନା ଅଧିକାରୀ(IIC) ନିଲମ୍ବିତ । ଦୁର୍ଘଟଣାସ୍ଥଳରୁ ପିସିଆର ଭ୍ୟାନରେ ମୃତଦେହ ସ୍ଥାନାନ୍ତର ଘଟଣାରେ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ପୋଲିସର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବେଲପାହାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ ଆରୋହୀ ମୃତ

ସୂଚନା ମୁତାବକ, ଗତ ୭ ତାରିଖ ଦିନ ଝାରସୁଗୁଡ଼ା ବେଲପାହାଡ଼ ୪୯ନଂ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତ ତିନି ଜଣ ହେଲେ ମଧୁବନ ଛତ୍ରିଆ, ସାଗର ଛତ୍ରିଆ ଓ ତପନ ଧୁରୁଆ । ତେବେ ଏହି ଘଟଣାରେ ୩ ଜଣଙ୍କ ମୃତଦେହକୁ ପିସିଆର ଭ୍ୟାନରେ ନେଇ ବେଲପାହାଡ଼ ଥାନା ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା । ତେବେ ପୋଲିସ ଏହି ସଡକ ଦୁର୍ଘଟଣାକୁ ଚାପି ଦେବାର ପ୍ରୟାସ ସର୍ବସାଧାରଣରେ ଚର୍ଚ୍ଚା ହୋଇଥିଲା । ଏହାପରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସ୍ମିତ ପର୍ମାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ - ଛାତ୍ରୀଙ୍କୁ ନିର୍ଯାତନା ପଡ଼ିଲା ମହଙ୍ଗା, ସହକାରୀ ଅଧ୍ୟାପକ ନିଲମ୍ବିତ

ଏହା ମଧ୍ୟ ପଢନ୍ତୁ -ଅଭିଯୋଗ ପରେ ବିଜେଡିର ଆକ୍ସନ: ଗରଦପୁର ବ୍ଲକ ସଭାପତି ନିଲମ୍ବିତ,ଗିରଫ କଲା ପୋଲିସ

ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଗତ ୧୮ ତାରିଖରେ ସନ୍ଧ୍ୟାରାଣୀଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଥିଲା । ଘଟଣାରେ ପୋଲିସ ମହାନିର୍ଦ୍ଦେଶକ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ୪ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ ଥିବାବେଳେ ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଠେଙ୍ଗାରେ ନିସ୍ତୁକ ବାଡେଇବା ସହ ତଳେ ପକାଇ ଗୋଇଠା ମାରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଏହାପରେ ଯୁବକଙ୍କୁ ଅନୁଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରାଯାଇଥିଲା ।

ସେହିପରି ବେପରୁଆ ଗାଡ଼ି ଚାଳନା ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଟିକିଏ ଅସାବଧାନତା ଯୋଗୁଁ ଅକାଳରେ ଯାଉଛି ଜୀବନ । ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ତାହା କୌଣସି ପ୍ରଭାବ ପକାଉ ନଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.