ETV Bharat / state

ଦୁଲୁକିବ ବଲାଙ୍ଗୀର; ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ - Nuakhai festival 2024

author img

By ETV Bharat Odisha Team

Published : Aug 6, 2024, 4:02 PM IST

NUAKHAI FESTIVAL: ବଲାଙ୍ଗୀର ଜିଲ୍ଲରେ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୮ ତାରିଖ ଦିନ ହେବ ପାଳନ । ସକାଳ ସମୟ ୯ଟା ୩୫ ମିନିଟରୁ ୧୦ଟା ୭ ମିନିଟ ମଧ୍ୟରେ ଭଗବାନ ଠାରେ ନୂଆଖାଇର ଅନ୍ନ ପ୍ରସାଦ ଲାଗିହେବ । ଅଧିକ ପଢନ୍ତୁ

NUAKHAI FESTIVAL IN BALANGIR
NUAKHAI FESTIVAL IN BALANGIR (ETV Bharat Odisha)

ବଲାଙ୍ଗୀର: ଆସୁଛି ନୂଆଖାଇ, ଦୁଲୁକିବ ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପଟେମ୍ବର ମାସ ୮ ତାରିଖ ରବିବାର ଦିନ ବଲାଙ୍ଗୀର ଜିଲ୍ଲାରେ ନୂଆଖାଇ ପର୍ବ ପାଳନ କରାଯିବ । ଏନେଇ ସୂଚନା ଦେଇଛି ବଲାଙ୍ଗୀର ଜିଲ୍ଲା ନୂଆଖାଇ ନିର୍ଣ୍ଣାୟକ କମିଟି ।

ଦୁଲୁକିବ ପଶ୍ଚିମ ଓଡ଼ିଶା: ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ବିଶୁଦ୍ଧ ତୁଲା ଲଗ୍ନ ସକାଳ ସମୟ 9 ଘଟିକା 35 ମିନିଟରୁ ଦଶ ଘଟିକା 7 ମିନିଟ ମଧ୍ୟରେ ଭଗବାନ ଠାରେ ନୂଆଖାଇର ଅନ୍ନ ପ୍ରସାଦଲାଗି ହେବ । ଆଜି (ମଙ୍ଗଳବାର) ଦିନ ଏଠିକାର ଇଷ୍ଟ ଦେବୀ ମା' ସମସଲେଇ,ମା' ପଟନେଶ୍ୱରୀ ଓ ଦସମତୀଙ୍କ ସହ ବଲାଙ୍ଗୀର ମହାରାଜଙ୍କ ରାଶି ନକ୍ଷତ୍ରର ଗଣନା କରି ଏହି ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥିବା କମିଟି ସଦସ୍ୟ ତଥା ରାଜ ପୁରୋହିତ ସନ୍ତୋଶ ଦାସ ଓ ଜ୍ୟୋତିଶ ଭୁବନ ମୋହନ ମିଶ୍ର ସୂଚନା ଦେଇଛନ୍ତି ।

ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇ ଲଗ୍ନ

ସେପ୍ଟେମ୍ବର ୮ରେ ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ

ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନବାନ୍ନ ଲାଗି

ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ସମସ୍ତେ ନୂଆ ଖାଇବେ

ରାଜାଠୁ ପ୍ରଜା ସମସ୍ତେ ଖାଇବେ ନୂଆ: ପ୍ରଥମେ ଇଷ୍ଟ ଦେବୀ ମା' ସମଲେଇ ଓ ମା' ପାଟନେଶ୍ୱରୀଙ୍କା ଠାରେ ନୂଆଅନ୍ନରେ ପ୍ରସ୍ତୁତ ଭୋଗ ଲାଗି ହେବ । ଏହାପରେ ରାଜାଠୁ ପ୍ରଜା ସମସ୍ତେ ନୂଆ ଖାଇବେ । ତେବେ ଏହି ନୂତନତ୍ଵର ପର୍ବରେ ଚାଷୀ ତାର ଅମଳ କରିଥିବା ସଶ୍ୟକୁ ପ୍ରଥମେ ଭଗବାନ ଠାରେ ଲାଗି କରିବା ପରେ ନିଜେ ବର୍ଷର ପ୍ରଥମ ଅମଳ ହୋଇଥିବା ନୂଆ ସଶ୍ୟକୁ ଗ୍ରହଣ କରିବେ । ଏଥିରେ ସାରା ପଶ୍ଚିମ ଓଡ଼ିଶାବାସୀ ଧୁମଧାମରେ ନୂଆଖାଇ ପର୍ବ ପାଳନ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ ....ଶ୍ରାବଣ ତୃତୀୟ ସୋମବାର: ଆଖଣ୍ଡଳମଣିଙ୍କୁ ଜଳଲାଗି, 20 ହଜାରରୁ ଊର୍ଦ୍ଧ୍ଵ କାଉଡିଆଙ୍କ ସମାଗମ - Crowd At Akhandalamani Temple

ପଶ୍ଚିମ ଓଡ଼ିଶାରେ ଖୁସିର ଲହରୀ: ନୂଆଖାଇ ଲଗ୍ନ ଆଜି ସ୍ଥିର ହେବା ପରେ ସମସ୍ତଙ୍କ ମଧ୍ୟ ଉତ୍ସାହ ଭରି ଯାଇଛି । ସମସ୍ତେ ଏବେଠୁଁ ପ୍ରସ୍ତୁତି ପାଇଁ ଲାଗି ପଡିଛନ୍ତି । ଏହି ପର୍ବ ଦୁଇରୁ ତିନି ଦିନ ଧରି ପାଳିତ ହୋଇଥାଏ । ଯେଉଁଥିରେ ପ୍ରତ୍ୟକ ପରିବାରର ଲୋକ ସବୁ ଦ୍ଵେଷ ବିଦ୍ୱେଷ ଭୁଲି ଏକାଠି ନୂଆ ଖାଇ ଥାଆନ୍ତି । ପସ୍ପରକୁ ନୂଆଖାଇ ଜୁହାର ଭେଟ କରିଥାନ୍ତି । ସେହିପରି ପ୍ରଥମ ଦିନରେ ରୀତିନୀତିରେ ପୂଜା ଅର୍ଚ୍ଚନା ପରେ ନୂଆଅନ୍ନ ସମସ୍ତେ ଭକ୍ଷଣ କରିଥାନ୍ତି । ନୂଆ ଖାଇର ପର ଦିନ ସମସ୍ତେ ନାଚଗୀତ , ଖେଳକୁଦ ଇତ୍ୟାଦିରେ ଖୁବ ଉତ୍ସାହ ଆନନ୍ଦରେ ନୂଆଖାଇ ପାଳନ କରିଥାନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.