ETV Bharat / state

ନିର୍ବାଚନ ଡ୍ୟୁଟି ବେଳେ‌ ପୋଲିସ ଗାଡି ଦୁର୍ଘଟଣା, ୭ ମହିଳା କନଷ୍ଟେବଳ ଆହତ - Police Bus Accident In Bhubaneswar - POLICE BUS ACCIDENT IN BHUBANESWAR

Police Vehicle Accident In Bhubaneswar: ଭୁବନେଶ୍ବରର ସତସଙ୍ଗ ବିହାର ଅଞ୍ଚଳରେ ପିକଅପ୍‌ ଭ୍ୟାନ ସହ ପୋଲିସ ଗାଡିର ଧକ୍କା ହୋଇଛି । ନିର୍ବାଚନୀ ଡ୍ୟୁଟି ପାଇଁ କେନ୍ଦ୍ରାପଡା ଯିବା ବାଟରେ ହୋଇଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

Police Vehicle Accident In Bhubaneswar
Police Vehicle Accident In Bhubaneswar (ETV Bharat Odisha)
author img

By ETV Bharat Odisha Team

Published : May 28, 2024, 7:01 PM IST

ଭୁବନେଶ୍ବର: ନିର୍ବାଚନୀ ଡ୍ୟୁଟି ଯିବା ବେଳେ ପୋଲିସ ଗାଡି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାଟି ଭୁବନେଶ୍ବରର ସହିଦନଗର‌ ନିକଟସ୍ଥ ସତସଙ୍ଗ ବିହାର ପାଖରେ ହୋଇଥିଲା । ସୂଚନା ଅନୁସାରେ ବଲାଙ୍ଗୀରରୁ କେନ୍ଦ୍ରାପଡା ଯିବା ବେଳେ ବାଟରେ ପୋଲିସ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ପୋଲିସ କର୍ମୀଙ୍କ ମଧ୍ୟରେ ସମସ୍ତେ ମହିଳା କନେଷ୍ଟବଳ ଥିବା ନେଇ ସୂଚନା ରହିଛି ।

Police Vehicle Accident In Bhubaneswar (ETV Bharat Odisha)

ଏ ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଏକ ପୋଲିସ ପାର୍ଟି ଗାଡି ନିର୍ବାଚନ ଡ୍ୟୁଟି ପାଇଁ ବଲାଙ୍ଗୀରରୁ କେନ୍ଦ୍ରାପଡା ଯାଉଥିଲେ । ଏନେଇ ବାଟରେ ସହିଦନଗର ଥାନା ଅଞ୍ଚଳରେ ସତସଙ୍ଗ ବିହାର ପାଖରେ ସାମନାରେ ଯାଉଥିବା ଏକ ପିକଅପ୍‌ ଭ୍ୟାନ ହଠାତ ବ୍ରେକ ମାରିଥିଲା । ଫଳରେ ପଛପଟୁ ଆସୁଥିବା ପୋଲିସ ପାର୍ଟି ଗାଡିଟି ଧକ୍କା ହୋଇଥିଲା ଓ ଗାଡିରେ ଥିବା ୧୯ଜଣଙ୍କ ମଧ୍ୟରୁ ୭ଜଣ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି । ଏ ନେଇ ପିକଅପ୍‌ ଭ୍ୟାନକୁ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ରାଜନୈତିକ ହିଂସା ରୋକିବାକୁ ଗଞ୍ଜାମ ପୋଲିସର ନୂଆ କଟକଣା, ଜୁନ ୪ ଯାଏଁ ରାତିରେ ଖୋଲିବନି ହୋଟେଲ, ଢାବା ଓ ଚା’ ଦୋକାନ

ଗାଡିଟିର ଫିଟନେସ ଅଛି କି ନାହିଁ ତଦନ୍ତ ପରେ ଜଣାପଡିବ । ଆହତ ମହିଳା କନଷ୍ଟେବଳମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ସମସ୍ତଙ୍କ ଅବସ୍ଥା ଠିକ ରହିଛି । ଏନେଇ ସମସ୍ତଙ୍କୁ ପୋଲିସ ପକ୍ଷରୁ ସହଯୋଗ କରଯାଇଛି । ଆହତ ହୋଇଥିବା ପୋଲିସ କର୍ମଚାରୀ ହେଉଛନ୍ତି ସାଧବି ମାଝି, ଗୋପାଳୁଣି ବଗର୍ତ୍ତି, ପଦ୍ମାଳୟା ନାଗ, ରଶ୍ମିତା ପାଣ୍ଡିଆ, ମନିଷା କୁମ୍ଭାର, ମଞ୍ଜୁ ବେହେରା ଓ ସସ୍ମିତା ମାଝି । ସେମାନଙ୍କ କେବଳ ନାକ ଓ ମୁହଁରେ ଆଘାଟ ଲାଗିଥିବା ନେଇ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ ଗତ ୨୦ ତାରିଖରେ ବଲାଙ୍ଗୀର ରିଜର୍ଭ ପୋଲିସର ୧୯୦ଜଣ କନଷ୍ଟେବଳଙ୍କୁ ପ୍ରଥମ ପର୍ଯ୍ୟାୟରେ ନିଜ ଜିଲ୍ଲାରେ ନିର୍ବାଚନ ଡ୍ୟୁଟି କରିଥିଲେ । ପରେ ‌୨୫ ତାରିଖରେ କେଉଝର ଜିଲ୍ଲାରେ ନିର୍ବାଚନ ଡ୍ୟୁଟି କରିଥିଲେ । ଗତ ୨୭ରେ ବଲାଙ୍ଗୀର ପହଁଚିବା ପରେ ପୁଣି ୨୯ରେ କେନ୍ଦ୍ରାପଡାରେ ଡ୍ୟୁଟି ପାଇଁ ପଡ଼ିଥିଲା । ଯାହାକୁ ନେଇ ୪ଟି ବସ ଯୋଗେ ଆସୁଥିଲେ ପୋଲିସ ଦଳ । ଗୋଟିଏ‌ ବସରେ ୩୮ଜଣ ମହିଳା ଥିଲେ, ଯେଉଁମାନେ‌ ଆସିବା ବେଳେ ଭୁବନେଶ୍ବରରେ ଏପରି ‌ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ଏପରିକି ଅନେକଙ୍କ ମଧ୍ୟରେ ଦୁଇଟି ନିର୍ବାଚନ ଡ୍ୟୁଟି ପାଇଁ ନିୟମ ଥିବା ବେଳେ ତିନିଥର ଡ୍ୟୁଟି ପକାଇବା ଖରାରେ ଏବେ ପୋଲିସ କର୍ମୀଙ୍କ ପାଇଁ କଷ୍ଟକର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.