ETV Bharat / state

ଲକ୍ଷ୍ମୀ ବସର ନବକଳେବର ! ନାମ ସହିତ ବଦଳିଲା ରଙ୍ଗ - Laccmi Bus Colour Changed

author img

By ETV Bharat Odisha Team

Published : Jul 2, 2024, 8:04 PM IST

Laccmi Bus Changes To Mukhya Mantri Bus Seva: ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଆଉ ସେଥିରେ ଲକ୍ଷ୍ମୀ ବସ୍‌ ପରିବର୍ତ୍ତେ ଲେଖାହୋଇଛି ମୁଖ୍ୟମନ୍ତ୍ରୀ ବସ୍‌ ସେବା । ଅଧିକ ପଢ଼ନ୍ତୁ,

Laccmi Bus
Laccmi Bus (ETV Bharat Odisha)

ପୁରୀ/ ଢେଙ୍କାନାଳ: ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ ହେଲା ଲକ୍ଷ୍ମୀ ବସ । ସରକାର ବଦଳିବାର ଏକ ମାସ ନ ପୁରୁଣୁ ବଦଳି ଗଳାଣି ଯୋଜନାର ନାମ ଆଉ ରଙ୍ଗ । ପଞ୍ଚାୟତକୁ ବ୍ଲକ ଏବଂ ବ୍ଲକକୁ ଜିଲ୍ଲା ସଦର ମହକୁମା ସହିତ ଯୋଡିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ଏହି ଲକ୍ଷ୍ମୀ ବସ୍ ଯୋଜନା । ଏହି ଯୋଜନା କାର୍ଯ୍ୟକାରୀ ହେବାର ୮ ମାସ ହୋଇଥିବା ବେଳେ ଏହାର ନାମ ଆଉ ରଙ୍ଗ ପରିବର୍ତ୍ତନ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ସରକାର ବଦଳିଲା ପରେ ବସରେ ଲାଗିଥିବା ଶଙ୍ଖ ପୋଷ୍ଟର୍ ସବୁ ହଟାଯାଇଥିବା ବେଳେ ଏବେ ତାହାର ରଙ୍ଗ ବଦଳି ଯାଇଛି । ଆଜି ଢେଙ୍କାନାଳ ବସ ଷ୍ଟାଣ୍ଡରେ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଚାଲିଥିବା ବେଳେ କାହା ଇଙ୍ଗିତ ଚାଲିଛି ବୋଲି ସର୍ବସାଧାରଣରେ ପ୍ରଶ୍ନ ଉଠିଛି ।

Laccmi Bus (ETV Bharat Odisha)

ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ ଗୁଡିକୁ କମଳା ରଙ୍ଗର ଷ୍ଟିକରିଙ୍ଗ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି ଢେଙ୍କାନାଳ ବସ ଷ୍ଟାଣ୍ଡରେ ଶ୍ରମିକଙ୍କୁ 8ଟି ବସକୁ ସବୁଜ ରଙ୍ଗରୁ ଗେରୁଆ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହା କାହା ନିର୍ଦ୍ଦେଶରେ କରାଯାଇଛି ସେ ବିଷୟରେ ସେମାନେ ଜାଣି ନଥିବା କହିଛନ୍ତି । ତେବେ ଏହାର ରଙ୍ଗ କାହିଁକି ବଦଳାଯାଇଛି ଏବଂ ଏହା କେଉଁ ପ୍ରକାର କାର୍ଯ୍ୟରେ ଲାଗିବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଓଡିଶା ରାଜ୍ୟ ପରିବହନ ନିଗମ ପରିଚାଳିକାଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଆଞ୍ଚଳିକ ପରିବହନ ଆଧିକାରୀଙ୍କ ପର୍ଯ୍ୟନ୍ତ କେହି କିଛି ଜାଣି ନାହାନ୍ତି ବୋଲି କହିବା ବେଶ ଆଶ୍ଚର୍ଯ୍ୟ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ.. ବଦଳିଲା ଲକ୍ଷ୍ମୀ ବସର ନାମ, 'ମୁଖ୍ୟମନ୍ତ୍ରୀ ବସ ସେବା' ନାମରେ ଚାଲିବ: ପରିବହନ ମନ୍ତ୍ରୀ - LACCMI BUS NAME CHANGED

ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଯୋଗ ଦେବା ଅବସରରେ ପରିବହନ ମନ୍ତ୍ରୀ ଲକ୍ଷ୍ମୀ ବସର ରଙ୍ଗ ପରିବର୍ତ୍ତନକୁ ନେଇ ମତ ରଖିଛନ୍ତି । ତେବେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି, "ଲକ୍ଷ୍ମୀ ବସ ଏବେ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଚାଲିବ । ଯେଉଁ ଅଞ୍ଚଳରେ ଗମନାଗମନ ସୁବିଧା ନାହିଁ ଏହି ବସ ଦ୍ୱାରା ଲୋକେ ଉପକୃତ ହେବେ । ପୂର୍ବଭଳି ଲକ୍ଷ୍ମୀ ବସ ଏବେ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ସେବା ଯୋଗାଇବ ।" ଏନେଇ ଲୋକେ କୌଣସି ଆଶା ଆଶଙ୍କାରେ ନହିବାକୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି । ରଙ୍ଗ ବଦଳାଯିବା ପଛରେ କୌଣସି ରାଜନୈତିକ ଗନ୍ଧ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ନୂଆ ସରକାର ଏହି ବସ ସେବାକୁ ଏକ ନୂଆ ରୂପରେ ପରିଚାଳନା କରିବାକୁ ବ୍ୟବସ୍ଥା କରିଛି ଏବଂ ଏହାଦ୍ବାରା ଯାତ୍ରୀ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ/ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.