ETV Bharat / state

ସ୍ବାଧୀନତା ସଂଗ୍ରାମୀ ମାଧୋ ସିଂକୁ ନେଇ ସୁରଙ୍କ ବିବାଦୀୟ ବୟାନ: ଏତଲା ଦେଲା ବିଜେପି ଯୁବମୋର୍ଚ୍ଚା, ଘେଁସରେ 24 ଘଣ୍ଟିଆ ବନ୍ଦ ପାଳନ - Koshal Sena protest in bargarh

author img

By ETV Bharat Odisha Team

Published : Jul 29, 2024, 9:20 PM IST

KOSHAL SENA & BJP PROTEST AGAINST SURA: ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ କିଏ ଓ ସେ କେଉଁ ରାଜ୍ୟର ବୋଲି ଅପମାନ କରିଥିଲେ ସୁର । ଏନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ଆନ୍ଦୋଳନ ଦେଖିବାକୁ ମିଳିଛି । ଆଜି ବରଗଡ଼ ଘେଁସ ଠାରେ 24 ଘଣ୍ଟିଆ ବନ୍ଦ ଡ଼ାକରା ଦେବା ସହ ସୁରଙ୍କ କୁଶ ପୁତ୍ତଳିକା ଦାହ କରିଛି କୋଶଳ ସେନା । ସେପଟେ ରାଜଧାନୀରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ

KOSHAL SENA & BJP PROTEST AGAINST SURA
KOSHAL SENA & BJP PROTEST AGAINST SURA (ETV Bharat Odisha)

ଭୁବନେଶ୍ବର/ବରଗଡ଼: ସ୍ଵାଧୀନତା ସଂଗ୍ରାମୀ ତଥା ବୀର ପୁତ୍ର ଶହୀଦ ମାଧୋ ସିଂଙ୍କ ସହିତ ପୁରା ପଶ୍ଚିମ ଓଡିଶାବାସୀଙ୍କୁ ଅପମାନ କରିଥିବା ଘଟଣାକୁ ନେଇ ପୂର୍ବତନ ବିଧାୟକ ସୁର ରାଉତରାୟଙ୍କ ବିରୋଧରେ ବରଗଡ ଟାଉନ ଥାନାରେ କୋଶଳ ସେନା ପକ୍ଷରୁ ଏତଲା ଦିଆଯାଇଛି । ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ କିଏ ଓ ସେ କେଉଁ ରାଜ୍ୟର ବୋଲି ଅପମାନ କରି କହିଥିଲେ ସୁର । ସେପଟେ ଆଜି (ରବିବାର) ଦିନ ଘେଁସଠାରେ ବିଭିନ୍ନ ସଂଗଠନ ଓ ଜନସାଧାରଣ ରାସ୍ତାକୁ ଆସି 24 ଘଣ୍ଟିଆ ବନ୍ଦ ପାଳନ ସହ ସୁର ରାଉତରାୟଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ସେହିପରି ରାଜଧାନୀରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

KOSHAL SENA PROTEST IN BARGARH (ETV Bharat Odisha)

ଘେଂସରେ 24 ଘଣ୍ଟିଆ ବନ୍ଦ: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଗଣମାଧ୍ୟମରେ ବିକୃତ ଓ ଅପମାନଜନକ ମନ୍ତବ୍ୟ ପ୍ରଦାନ କରି କୋଟି କୋଟି ଓଡିଶାବାସୀଙ୍କ ହୃଦୟକୁ ଆଘାତ ଦେଇଥିବା ନେଇ ବରଗଡ ଜିଲ୍ଲାରେ ସୁର ରାଉତରାୟଙ୍କୁ ବ୍ୟାପକ ବିରୋଧ କରାଯାଇଛି । ଆଜି ଘେଁସ ଠାରେ ଶହୀଦ ମାଧୋ ସିଂ କ୍ରିୟାନୁଷ୍ଠାନ କମିଟି, କୋଶଲସେନା, ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ଓ ସହିଦ କୁଞ୍ଜଳ ସିଂ କ୍ଲବ ଆଦି ସଙ୍ଗଠନ ଗୁଡିକ ଏକାଠି ହୋଇ ମିଳିତ ଭାବେ 24 ଘଣ୍ଟିଆ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୁର ରାଉତଙ୍କ ନାଁରେ ଏତଲା ଦେଲା କୋଶଲ ସେନା:

25 ବର୍ଷର ସରକାର ପଶ୍ଚିମ ଓଡିଶାର ବୀର ମହାପୁରୁଷଙ୍କ ଇତିହାସକୁ ଲୋକଲୋଚନକୁ ଆଣିନଥିବା ବେଳେ ଆଜିର ଯୁବପିଢି ପଶ୍ଚିମ ଓଡିଶାର ବୀର ମହାପୁରୁଷଙ୍କୁ ଜାଣି ପାରୁନାହାନ୍ତି । ସୁର ରାଉତ ରାୟଙ୍କ ପରି ଜଣେ ନେତାଙ୍କ ଅଜ୍ଞାନତା ଓ ତାଙ୍କ ମୁହଁରୁ ବରଗଡ ଜିଲ୍ଲାର ବୀର ପୁତ୍ର ଶହୀଦ ମାଧୋ ସିଂଙ୍କୁ ଅପମାନ ଜନକ ମନ୍ତବ୍ୟ ଦେବା ଦୁର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ପଶ୍ଚିମ ଓଡିଶାର 10 ଗୋଟି ଜିଲ୍ଲାରେ ଏହାର ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଲୋକେ । ଅନ୍ୟପଟେ ପୂର୍ବତନ ବିଧାୟକ ସୁର ରାଉତ ରାୟଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି ବରଗଡ଼ କୋଶଲ ସେନା ।

BJP PROTEST AGAINST SURA (ETV Bharat Odisha)

'ସାଲିସ ବିହୀନ ସଂଗ୍ରାମୀ ଶହୀଦ ମାଧୋ ସିଂ':

ଏନେଇ ପଦ୍ମଶ୍ରୀ କବି ହଳଧର ନାଗ କହିଛନ୍ତି," 1857 ମସିହାର ମୁକ୍ତି ସଂଗ୍ରାମରେ ଘେଁସର ଜମିଦାର ସହିଦ ମାଧୋ ସିଂ ଓ ତାଙ୍କ ବୀର ପୁତ୍ରମାନେ ଇଂରେଜମାନଙ୍କ ବିରୁଦ୍ଧରେ ସାଲିସ ବିହୀନ ସଂଗ୍ରାମ କରି ପିତା ଓ ପୁତ୍ର ସମେତ ପାଞ୍ଚ ଜଣ ତଥା ତାଙ୍କ ସମସ୍ତ ଆତ୍ମୀୟ ସ୍ଵଜନ ଦେଶମାତୃକା ପାଇଁ ସର୍ବସ୍ଵ ଜଳାଞ୍ଜଳି ଦେଇଯାଇ ସମଗ୍ର ଦେଶର ଇତିହାଶରେ ଏକ ବିରଳ ଦୃଷ୍ଟାନ୍ତ ରଖିବା ସହିତ ଆମ ରାଜ୍ୟକୁ ଗୌରବାନ୍ବିତ କରିଯାଇଛନ୍ତି । ସ୍ଵାଧୀନତା ସଂଗ୍ରାମରେ ଗୋଟେ ପରିବାର ସମସ୍ତେ ସହିଦ ହେବା ସହିତ ସୁଦୂର ଆଣ୍ଡାମାନ ଦ୍ବୀପରେ ଥିବା କଳାପାଣି ଜେଲରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଘଟଣା ସାରା ଦେଶରେ ପ୍ରଥମ ଘଟଣା ହୋଇରହିଛି । ଆଣ୍ଡାମାନ ଠାରେ ଥିବା କଳାପାଣି ଜେଲରେ ବର୍ତ୍ତମାନ ମଧ୍ୟ ସହିଦ ମାଧୋ ସିଂଙ୍କ ପୁଅ ହାତି ସିଂ ବା ହଟେ ସିଂଙ୍କ ନାମ ସହିଦ ମାନଙ୍କର ତାଲିକାରେ ଲିପିବଦ୍ଧ ହୋଇ ରହିଛି । "

ଏହା ମଧ୍ୟ ପଢନ୍ତୁ....ଶିକ୍ଷୟିତ୍ରୀ ନିଯୁକ୍ତିକୁ ବିରୋଧ, ସ୍କୁଲକୁ ଆସିଲେନି ପିଲା - Protest Over Teacher Recruitment

'ସୁର ରାଉତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ':

ସେ ଆହୁରି କହିଛନ୍ତି," ସାରା ଦେଶ ଜାଣିଛି ଘେଁସ ଜମିଦାର ମାଧୋ ସିଂଙ୍କ ବଳିଦାନର କାହାଣୀ ଏବଂ ସେଥିପାଇଁ ଘେଂସ ଜମିଦାରଙ୍କ ସେହି ପୁରୁଣା ଜମିଦାରୀ ଘରକୁ ଆଜିବି ସ୍ମୃତି ରୂପେ ସଂରକ୍ଷଣ କରି ରଖିଛି ଦେବତ୍ତର ବିଭାଗ । ଜମିଦାର ମାଧୋ ସିଂଙ୍କୁ ସମ୍ବଲପୁର ଠାରେ 31 ଡିସେମ୍ବର 1858 ମସିହାରେ ଇଂରେଜ ସରକାର 72 ବର୍ଷ ବୟସରେ ଫାଶୀ ଦଣ୍ଡ ଦେଇଥିଲା । ତେବେ ବୀର ସୁରେନ୍ଦ୍ର ସାଏଙ୍କୁ ସହଯୋଗ କରିବା ସହିତ ଇଂରେଜ ମାନକ ବିରୁଦ୍ଧରେ ଲଢେଇ କରି ପୁରା ପରିବାର ଶହୀଦ ହୋଇଯାଇଥିବା ସେହି ମାଧୋ ସିଂଙ୍କ ଉପରେ ସୁର ରାଉତଙ୍କ ଅପମାନଜନକ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରୁଛୁ ।"

ଭୁବନେଶ୍ବରରେ ମାଧୋ ସିଂ ତାତି: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ନାଁରେ ଏତଲା । ଭୁବନେଶ୍ଵର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନାରେ ସୁରଙ୍କ ନାଁରେ ଏତଲା । ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ କିଏ ଓ ସେ କେଉଁ ରାଜ୍ୟର ବୋଲି ଅପମାନ କରିଥିଲେ ସୁର । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜି କ୍ୟାପିଟାଲ ଥାନାର ଦ୍ବାରସ୍ଥ ହୋଇଛି ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା । ଯୁବମୋର୍ଚ୍ଚାର ସଭାପତି କହିଛନ୍ତି," ତୁରନ୍ତ ସୁରେଶ ରାଉତରାୟଙ୍କୁ ଦେଶଦ୍ରୋହୀ ଘୋଷଣା କରାଯାଉ ।"

ରାଜ୍ୟ ବିଜେପିର ନିନ୍ଦା: ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି,"କଂଗ୍ରେସ ଦଳର ବରିଷ୍ଠ ନେତା ସୁରେଶ ରାଉରକେଲାଙ୍କ ମନ୍ତବ୍ୟ ବଡ ଦୁର୍ଭାଗ୍ୟଜନକ । ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରିବା ଚିନ୍ତାର ବିଷୟ । ସେ ଓଡିଶାବାସୀଙ୍କ ଆଗରେ କ୍ଷମା ମାଗନ୍ତୁ । ମାଧୋ ସିଂ ପରିବାର ଲୋକେ ସହିଦ୍ ହୋଇଛନ୍ତି । ଦେଶର ମୁକ୍ତି ପାଇଁ ତାଙ୍କ ପରିବାର ବଳିଦାନ ଦେଇଥିଲେ ।"

ମାଧୋ ସିଂ କିଏ ?
ବରଗଡ ଜିଲ୍ଲା ଘେଁସର ମାଧୋ ସିଂ ଓ ତାଙ୍କ ପରିବାରର ମୁକ୍ତି ସଂଗ୍ରାମରେ ବୀରଗାଥା ଜାତୀୟ ଇତିହାସରେ ନିଆରା ଦୃଷ୍ଟାନ୍ତ । ଘେଁସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା । ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣା ଦାୟୀ । ମାଧୋ ସିଂ ହେଉଛନ୍ତି ଦେଶର ଏମିତି ଜଣେ ସଂଗ୍ରାମୀ ଯାହାର ସପରିବାର ଆନ୍ଦୋଳନରେ ଝାସ ଦେଇଥିଲେ । ସେ ଥିଲେ ବୀର ସୁରେନ୍ଦ୍ର ସାଏଙ୍କ ସାଥି । ନିଜ ଜୀବନ ଅପେକ୍ଷା ସ୍ୱାଧିନତାକୁ ଭଲ ପାଉଥିବା ମାଧୋ ସିଂ,ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିଲେ ।

ବରଗଡ଼ ଜିଲ୍ଲାର ଘେଁସ ଜମିଦାର ମାଧୋ ସିଂଙ୍କ ସ୍ୱାଧୀନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ତାଙ୍କ ୪ ପୁତ୍ର ସହୀଦ ହୋଇଥିଲେ । ସେତେବେଳେ ନାଗପୁରରୁ ସମ୍ବଲପୁର ଯାଉଥିବା ଗୋଳାବାରୁଦ ଓ ସୈନ୍ୟଙ୍କୁ ନିପାତ କରିବାରେ ମାଧୋ ସିଂଙ୍କ ପରିବାର ଅଣ୍ଟା ଭିଡିଥିଲେ। ତତ୍କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟରେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ବସାଇବା ବିରୁଦ୍ଧରେ ପ୍ରତିବାଦ କରି ଯେପରି ଭାବେ ନିର୍ବିକାର ଭାବରେ ସଂଗ୍ରାମ କରିଥିଲେ । ତାଙ୍କର ଅବଦାନ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ନୂଆ ସରକାରର ନୂଆ ଯୋଜନା:

ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ଵାରା କଲେଜ ଡ୍ରପଆଉଟଙ୍କ ସୁବିଧା ପାଇଁ ବଜେଟରେ ହାତ ଖର୍ଚ୍ଚ ପାଇଁ ଘୋଷଣା ହୋଇଛି । ଯାହାକୁ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସ୍ଵାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂଙ୍କ ନାଁରେ ନାମିତ କରାଯାଇଛି । ହେଲେ ଏହାକୁ ନେଇ ପୂର୍ବତନ ବିଧାୟକ ସୁର ରାଉତରାୟ ତାତ୍ସଲ୍ୟ କରି କହିବା ପରେ ତାଙ୍କ ଉପରେ ବର୍ଷିଛନ୍ତି ବିଜେପି ।

ଇଟିଭି ଭାରତ, ବରଗଡ଼ ଓ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.