ETV Bharat / state

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ, ୫T ନିର୍ମାଣ କାମରେ ଠିକାଦାରଠୁ ନେଉଥିଲେ ଲାଞ୍ଚ - Vigilance Raid - VIGILANCE RAID

Head Master Under Vigilance scanner: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗାଁ ଠାରେ ଥିବା ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଅଧିକ ପଢ଼ନ୍ତୁ,

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ
author img

By ETV Bharat Odisha Team

Published : Mar 21, 2024, 10:24 PM IST

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ଭବାନୀପାଟଣା: ଜଣେ ଶିକ୍ଷକ ଆମ ସମାଜକୁ ଗଢ଼ିବା ପାଇଁ ଶପଥ ନେଇଥାଏ । ଆମକୁ ଆଦର୍ଶ ଏବଂ ସମାଜକୁ ଦୁର୍ନୀତି ମୁକ୍ତ କରିବା ଶିକ୍ଷା ଦେଇଥାନ୍ତି । ହେଲେ ଏଠାରେ କଥା ହୋଇଯାଇଛି ଓଲଟା । ଏଠି ଖୋଦ ପ୍ରଧାନ ଶିକ୍ଷକ ଲାଞ୍ଚ ନେବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଶିକ୍ଷକ ଯେବେ ଦୁର୍ନୀତି କରିବ ଓ ଲାଞ୍ଚ ନେବ ତେବେ ଆମ ଆସନ୍ତା ପିଢ଼ୀ କଣ ଶିକ୍ଷା ପାଇବା ତାହା ଏକ ବଡ଼ ପ୍ରଶ୍ନବାଚୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ଗାଁଠାରେ ଥିବା ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଘଟଣା । ଶିକ୍ଷକକୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ଜେରା କରାଯାଉଥିବା ଜଣାପଡିଛି । ସେପଟେ ଶିକ୍ଷକଙ୍କ ସ୍କୁଲ ଓ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର 5Tରେ ଅନ୍ତର୍ଭୁକ୍ତ କରି ସ୍କୁଲର ଉନ୍ନତିକରଣ କରିବା ପାଇଁ ଅର୍ଥ ମୁଞ୍ଜୁର କରିଥିଲେ । ଆଉ ସ୍କୁଲର କୋଠା ନିର୍ମାଣ ପାଇଁ ଜୟରାମ ସାହୁ ନାମକ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ । କୋଠା ନିର୍ମାଣ ହେବା ସହ ତାର ବିଲ କରାଇବା ପାଇଁ ଠିକାଦାର ସେହି ସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ କୁମାର ତାଣ୍ଡିକୁ କହିଥିଲେ । ହେଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଜଣଙ୍କ ୧୦ ଲକ୍ଷ ଟଙ୍କାର ବିଲ କରାଇ ଦେବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଠିକାଦାର ଜୟରାମ ସାହୁ ଭିଜିଲାନ୍ସ ବିଭାଗର ଦ୍ବାରସ୍ତ ହୋଇଥିଲେ । ଅଭିଯୋଗକୁ ନେଇ ଭିଜିଲାନ୍ସ ବିଭାଗ ଲାଞ୍ଚୁଆ ପ୍ରଧାନ ଶିକ୍ଷକଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.... ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ମହିଳା ଯନ୍ତ୍ରୀ, ଏମପି ଲ୍ୟାଡ଼ ପ୍ରକଳ୍ପରେ 10% ପିସି କାରବାର !

ଆଜି ସଂପୃକ୍ତ ଶିକ୍ଷକ ଲାଞ୍ଚ ଟଙ୍କା ଠିକାଦାରଙ୍କ ଠାରୁ ଗ୍ରହଣ କରିବା ପାଇଁ ମନା କରିବା ସହ ଅଭିଯୁକ୍ତ ଶିକ୍ଷକ ଦ୍ରୋଣ ତାଣ୍ଡି ତାଙ୍କ ବାପା ମନଧର ତାଣ୍ଡିଙ୍କ ବ୍ୟାଙ୍କ ଖାତାରେ ଡିପୋଜିଟ କରି ରସିଦ ଆଣି ଦେବା ପାଇଁ କହିଥିଲେ । ସେହି ଠିକାଦାର ଶିକ୍ଷକଙ୍କ ବାପାଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ଡିପୋଜିଟ କରି ରସିଦ ନେଇ ଶିକ୍ଷକଙ୍କୁ ଦେବା ସମୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା । ଭିଜିଲାନ୍ସକୁ ଦେଖି ଶିକ୍ଷକ ଜଣଙ୍କ ରସିଦକୁ ପାଟିରେ ପୁରାଇ ଦେଇଥିଲେ । ପରେ ଭିଜିଲାନ୍ସ ବିଭାଗ ସଂପୃକ୍ତ ଶିକ୍ଷକଙ୍କୁ ଅଟକ ରଖି ବ୍ୟଙ୍କ ସହ ଯୋଗାଯୋଗ କରି ଅନ୍ୟ ରସିଦ ଆଣି କିସ୍ତି ଦାୟର କରିବା ସହ ଅଭିଯୁକ୍ତ ଲାଞ୍ଚୁଆ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.