କୋରାପୁଟ: ଓଡିଶାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଉଛି ନିର୍ବାଚନୀ ମଇଦାନ । ଅନ୍ୟପଟେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ନାମାଙ୍କନ ଭରୁଛନ୍ତି ସାସଂଦ ଏବଂ ବିଧାୟକ ପ୍ରାର୍ଥୀ । ଏହି କ୍ରମରେ ମଙ୍ଗଳବାର ଦିନ ବିଜେଡ଼ି ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକା ଓ କୋରାପୁଟ ବିଧାୟକ ପ୍ରାର୍ଥୀ ରଘୁରାମ ପଡ଼ାଲଙ୍କ ସହିତ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
କୋରାପୁଟ ସ୍ଥିତ ଆରଟିଓ ଖେଳ ପଡିଆ ଠାରୁ ଦଳୀୟ କର୍ମୀଙ୍କୁ ନେଇ ଏକ ବିରାଟ ରାଲିରେ ଆସି ସାଂସଦ ପ୍ରାର୍ଥୀ ଜ଼ିଲ୍ଲାପାଳ, କୋରାପୁଟ ବିଧାୟକ ପ୍ରାର୍ଥୀ ଉପ ଜ଼ିଲ୍ଲାପାଳ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରଭୁ ଜାନି ଅତିରିକ୍ତ ଜ଼ିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି l କୋରାପୁଟିଆ ବାଜା, ନାଚ ଓ ଗୀତର ତାଳେ ତାଳେ ନେତା ଓ କର୍ମୀ ଝୁମିଥିବା ଦେଖିବାକୁ ମିଳିଛି ।
ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି l ଗାଁ ଗାଁରେ ବିକାଶ ହୋଇଛି ଯେପରିକି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, 5 ଟି ମାଧ୍ୟମରେ ଉନ୍ନତ ମାନର ଶିକ୍ଷା ପ୍ରଦାନ, ପ୍ରତି ପଞ୍ଚାୟତରୁ ବ୍ଲକକୁ ଯୋଡି ହେବା ପାଇଁ ଲକ୍ଷ୍ମୀ ବସର ବ୍ୟବସ୍ଥା କରାଯାଇଛି l ଅସହାୟ ବୃଦ୍ଧା ଓ ବିଧବାମାନଙ୍କୁ ଭତ୍ତା ଯୋଗାଇ ଦିଆ ଯାଉଛି l ଆଦିବାସି ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବା ସହିତ ଶିକ୍ଷା ବୃତ୍ତି ମଧ୍ୟ ଯୋଗାଇ ଦିଆ ଯାଉଛି l ଗାଁ ଗାଁ ରେ ଯେଉଁ ବିକାଶ ଧାରା ଜାରି ରହିଛି ତାକୁ ନେଇ ଆଗାମୀ ନିର୍ବାଚନରେ ଚର୍ଚ୍ଚା କରିବା ନେଇ ବିଜେଡି ପକ୍ଷରୁ କୁହାଯାଇଛି । 2019 ନିର୍ବାଚନରେ କମ ଭୋଟରେ ପରାଜୟ ହୋଇଥିବା ସାଂସଦ ପ୍ରାର୍ଥିନୀ କୌଶଲ୍ୟା ହିକକାଙ୍କୁ ଦଳ ପୁଣି ଥରେ ଭରସା କରି ଟିକେଟ ଦେଇଛି । ମୋତେ ଦଳ ଯେଉଁ ଭରଷା ରଖି ତାଙ୍କୁ ପ୍ରାର୍ଥୀ କରିଛି ନିଶ୍ଚିତ ବିଜୟୀ ହେବି ବୋଲି ସେ କହିଛନ୍ତି । ଅନ୍ୟପଟେ କୋରାପୁଟ ଓ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ବିପୁଳ ପରିମାଣ ଭୋଟରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।