ETV Bharat / state

ସାରା ରାଜ୍ୟରେ ଡାକ୍ତର ଆନ୍ଦୋଳନ; ଏମ୍ସରେ କିପରି ଚାଲିଛି ରୋଗୀ ସେବା ? ଏମିତି କହିଲେ ଏମ୍ସ ପ୍ରଫେସର - Doctor Protest At AIIMS Bhubaneswar - DOCTOR PROTEST AT AIIMS BHUBANESWAR

Doctor Protest At AIIMS Bhubaneswar: ଏବେ ରାଜ୍ୟ ସମେତ ସାରା ଦେଶରେ ଜାରି ରହିଛି ଡାକ୍ତର ଆନ୍ଦୋଳନ । ତେବେ ଏହି ଆନ୍ଦୋଳନ ପାଇଁ ପ୍ରଭାବ ହେଉଛି କି ରୋଗୀ ଚିକିତ୍ସା ? ଶୁଣନ୍ତୁ କଣ କହୁଛନ୍ତି ଭୁବନେଶ୍ବର ଏମ୍ସ ପ୍ରଫେସର । ଅଧିକ ପଢନ୍ତୁ

Doctor Protest At AIIMS Bhubaneswar
Doctor Protest At AIIMS Bhubaneswar (ETV Bharat Odisha)
author img

By ETV Bharat Odisha Team

Published : Aug 16, 2024, 4:57 PM IST

ଭୁବନେଶ୍ବର/କଟକ: କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ଦେଖିବାକୁ ମିଳିଛି ପ୍ରତିବାଦ । ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ଏହି କ୍ରମରେ ଓଡ଼ିଶାରେ ବିଭିନ୍ନ ବଡ଼ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ତେବେ ଡାକ୍ତର ଯଦି ଆନ୍ଦୋଳନରେ ବସିଛନ୍ତି, ତେବେ କଣ ରୋଗୀ ଚିକିତ୍ସା ବ୍ୟାହାତ ହୋଇଛି କି ? ସାଧାରଣ ଲୋକଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଙ୍କିମାରିଥିବା ବେଳେ ଇଟିଭି ଭାରତକୁ ଜବାବ ଦେଇଛନ୍ତି ଭୁବନେଶ୍ବର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ।

ପ୍ରଭାବିତ ହେଉଛି କି ରୋଗୀ ସେବା ? ଏମିତି କହିଲେ ଏମ୍ସ ପ୍ରଫେସର (ETV Bharat Odisha)

ଭୁବନେଶ୍ବର ଏମ୍ସରେ ଜୋରଦାର ଆନ୍ଦୋଳନ:-

ରାଜଧାନୀ ଭୁବନେଶ୍ବର ଏମ୍ସରେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ପୀଡ଼ିତାଙ୍କ ନ୍ୟାୟ ଦାବି କରିଛନ୍ତି ଡାକ୍ତର । ତ୍ବରିତ ନ୍ୟାୟ ପ୍ରଦାନ ସହିତ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏନେଇ ଜଣେ ଡାକ୍ତରୀ ଛାତ୍ର ଶାନ୍ତନୁ କହିଛନ୍ତି, "କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ପ୍ରତିବାଦ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମ୍ସ ଡାକ୍ତର । ଭୁବନେଶ୍ବର ଏମ୍ସରେ ୫୦୦ରୁ ଅଧିକ ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଛି ଓ ଡାକ୍ତରଙ୍କ ସୁରକ୍ଷା ପାଇଁ ସରକାର ଆଇନ ନ ଆଣିଛନ୍ତି, ସେପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ।"

ପ୍ରଭାବିତ ହେଉଛି ରୋଗୀ ଚିକିତ୍ସା ?

"ଡାକ୍ତରଙ୍କ ବିକ୍ଷୋଭ ଯୋଗୁଁ ଭୁବନେଶ୍ଵର ଏମ୍ସରେ ରୋଗୀ ସେବା ପ୍ରଭାବିତ ହୋଇଛି । ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବା ପରେ ଫେରୁଛନ୍ତି ରୋଗୀ । ପୂର୍ବରୁ ଏମ୍ସ OPDରେ ପ୍ରତିଦିନ 4000ରୁ 5000 ରୋଗୀ ଚିକିତ୍ସା ସେବା ପାଉଥିବା ବେଳେ ଏବେ ଏହି ସଂଖ୍ୟା ପାଖାପାଖି ୧ ହଜାରକୁ ଖସି ଆସିଛି । ସେହିପରି ସର୍ଜରୀ ପାଇଁ ଆସିଥିବା ରୋଗୀ ମଧ୍ୟ ହଇରାଣ ହେଉଥିବା ଅଭିଯୋଗ ହେଉଛି" ବୋଲି କହିଛନ୍ତି ଭୁବନେଶ୍ଵର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।

ଏହା ବି ପଢନ୍ତୁ- ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ମେଡିକାଲ ଭିତରେ ଭଙ୍ଗାରୁଜା ଘଟଣାରେ ୧୯ ଗିରଫ, CBIକୁ ଡେଡଲାଇନ ଦେଲେ ମମତା, 17ରୁ କରିବେ ପ୍ରତିବାଦ

ସେ ଆହୁରି କହିଛନ୍ତି, "ଧର୍ମଘଟ ଯୋଗୁଁ OPD ସେବାକୁ ସୀମିତ କରାଯାଇଛି । ୫୦୦ରୁ ଅଧିକ ଡାକ୍ତର ଓ ଛାତ୍ରଛାତ୍ରୀ ଧର୍ମଘଟକୁ ଓହ୍ଲାଇଛନ୍ତି । କେବଳ ସିନିୟର ଡାକ୍ତର ଓ ପ୍ରଫେସରଙ୍କ ଜରିଆରେ OPD ସେବା ଯୋଗାଇ ଦିଆଯାଉଛି । ତେବେ ଏମର୍ଜେନ୍ସି ସେବା ଓ ଇନ୍ ପେସେଣ୍ଟ ସେବା ପ୍ରଭାବିତ ହୋଇନି, ପୂର୍ବଭଳି ଜାରି ରହିଛି । "

ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ପ୍ରସଙ୍ଗରେ SCB ମେଡିକାଲ ଅଧିକ୍ଷକଙ୍କ ପ୍ରତିକ୍ରିୟା (ETV Bharat Odisha)

'ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି'

ଆସନ୍ତାକାଲି ସାରା ଦେଶରେ ଡାକ୍ତର ଆନ୍ଦୋଳନ ହେବ । ଏନେଇ ଓଡ଼ିଶା ପରିପ୍ରେକ୍ଷୀରେ DMET ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, "ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି । କେବଳ ମେଡିକାଲ କଲେଜ ଜୁନିଅର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବା ନେଇ ଜଣାଇଛନ୍ତି । ଜରୁରୀକାଳୀନ କାମ ସମସ୍ତେ କରିବେ । ଯେଉଁ ଫ୍ୟାକଲଟି ଡାକ୍ତର ଅର୍ଥାତ ସିନିଅର ଡାକ୍ତରମାନେ ଅଛନ୍ତି, ସେମାନେ ଆଉଟଡୋର ବା ଇଣ୍ଡୋର କାମ ଦେଖିବେ । ଡାକ୍ତରୀ ସେବା ନିଶ୍ଚିତ ଭାବେ ପ୍ରଭାବିତ ହେବ । ହେଲେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଅଧିକାର କାମ କରିବାକୁ ପଡ଼ିବ । କେତେ ଦିନ ଆନ୍ଦୋଳନ କରିବେ, ତାହା ସେମାନେ ସ୍ପଷ୍ଟ କରି ନାହାନ୍ତି । ହୁଏତ ସେମାନେ ଆନ୍ଦୋଳନ ଅଧିକ ଦିନ ଜାରି ରଖିପାରନ୍ତି । ଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା କରୁଛୁ । ବର୍ତ୍ତମାନ ESMA ଲାଗୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନି ।"

'SCBରେ ରୋଗୀ ସେବା ବାଧାପ୍ରାପ୍ତ ନହେବା ପାଇଁ ବ୍ୟବସ୍ଥା ହୋଇଛି'

କୋଲକାତା ଆରଜି କର ମେଡିକାଲ କଲେଜର ଟ୍ରେନି ଡାକ୍ତରଙ୍କ ହତ୍ୟା ଘଟଣାରେ ଏସସିବି ଜୁନିଅର ଡାକ୍ତରଙ୍କ କାର୍ଯ୍ୟବନ୍ଦ ପ୍ରସଙ୍ଗରେ ମେଡିକାଲ ଅଧିକ୍ଷକ ଡାକ୍ତର ସୁଧାଂଶୁ ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, "ରୋଗୀ ସେବା ବାଧାପ୍ରାପ୍ତ ନହେବା ପାଇଁ ବ୍ୟବସ୍ଥା କରାଯାଇଛି । ସମସ୍ତ ଡାକ୍ତର ଏବଂ ଫାକଲ୍ଟିମାନଙ୍କ ଛୁଟି ବାତିଲ କରାଯାଇଛି । ଓପିଡି ଏବଂ ଓଟିରେ ଫାକଲ୍ଟିମାନେ ରହି କାର୍ଯ୍ୟ କରିବେ । ଏବେ ଯାଏଁ ରୋଗୀସେବା ବାଧାପ୍ରାପ୍ତ ହୋଇନାହିଁ । ଆନ୍ଦୋଳନରତ ଡାକ୍ତର ଜରୁରୀକାଳୀନ ସେବାରେ ମଧ୍ୟ ନିୟୋଜିତ ଅଛନ୍ତି । ଏହା ଏକ ସର୍ବଭାରତୀୟ ପ୍ରସଙ୍ଗ । ଏହା ଉପରେ ଉଚ୍ଚସ୍ତରୀୟ ନିଷ୍ପତ୍ତି ନିଆଯିବା ଉଚିତ ।"

ଏହା ବି ପଢନ୍ତୁ- କୋଲକାତା ଡାକ୍ତର ଦୁଷ୍କର୍ମ- ହତ୍ୟା ମାମଲା: ସାରା ଦେଶରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ତେବେ ପଶ୍ଚିମବଙ୍ଗର ଆର ଜି.କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଟକ ଏସସିବି ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ୟୁଜି ଡାକ୍ତରୀ ଛାତ୍ରଛାତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । 72 ଘଣ୍ଟା ଅର୍ଥାତ 3 ଦିନ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗତକାଲି ସୂଚନା ଦେଇଥିଲା ସଂଘ । ଓପିଡ଼ି, ଓଟି, ଲ୍ୟାବ ଆଦିରେ କାର୍ଯ୍ୟବନ୍ଦ କରିଛନ୍ତି ଏହି ତିନି ସଂଘ । କେବଳ ଜରୁରୀକାଳୀନ ସେବା ଜାରି ରହିଛି । ଘଟଣାର ତ୍ବରିତ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି ଜାରି ରଖିଛି ସଂଘ । ପୂର୍ବରୁ ମଙ୍ଗଳବାର ଏସସିବିର ଡାକ୍ତର ମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ଜଣାଇଥିଲେ । କଟକ ଏସସିବିରେ ଆଜି ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ହାଉସ ସର୍ଜନ, ସ୍ନାତକ ଡାକ୍ତରୀ ଛାତ୍ରଛାତ୍ରୀ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଘଟଣାର ତ୍ବରିତ ତଦନ୍ତ, ପୀଡିତାଙ୍କୁ ନ୍ୟାୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଦାବି କରିଥିଲେ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି କାର୍ଯ୍ୟ କରିବେ ବୋଲି ଡାକ୍ତର ସଂଘ କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.