ETV Bharat / state

ଜନ୍ମରୁ 5 ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ; ଡାକ୍ତର କହିଲେ କେଉଁ ବୟସରେ କି ଟିକା - Vaccines By Age - VACCINES BY AGE

Vaccines By Age: ଜନ୍ମରୁ 5 ବର୍ଷ ଭିତରେ ଶିଶୁକୁ ପୋଲିଓ, ଡିପିଟି, ବିସିଜି, ହେପାଟାଇଟିସ୍ ଇତ୍ୟାଦି ଟିକା ଦିଆଯିବା ଜରୁରୀ । ଏହିସବୁ ଟିକା ଆପଣଙ୍କ ଶିଶୁକୁ ବିଭିନ୍ନ ରୋଗରୁ ରକ୍ଷା କରେ । ତେବେ ଜାଣନ୍ତି କି, କେଉଁ ବୟସରେ କି ଟିକା ଦିଆଯିବା ଜରୁରୀ ? ଶୁଣନ୍ତୁ ଡାକ୍ତରଙ୍କଠାରୁ

ଜନ୍ମରୁ 5 ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ; ଡାକ୍ତର କହିଲେ କେଉଁ ବୟସରେ କେଉଁ ଟିକା
ଜନ୍ମରୁ 5 ବର୍ଷ ଭିତରେ ଶିଶୁଙ୍କୁ ଏସବୁ ଟିକା ଜରୁରୀ; ଡାକ୍ତର କହିଲେ କେଉଁ ବୟସରେ କେଉଁ ଟିକା (ETV Bharat)
author img

By ETV Bharat Health Team

Published : Sep 6, 2024, 9:08 AM IST

ହାଇଦ୍ରାବାଦ: ପରିବର୍ତ୍ତିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ଅନେକ ମାରାତ୍ମକ ରୋଗ ଦେଖାଯାଉଛି । ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଆମେ ବିଭିନ୍ନ ରୋଗରୁ ଦୂରେଇ ରହିପାରୁଛୁ । କିନ୍ତୁ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଏହି ଶକ୍ତି ବୃଦ୍ଧି କରିବା ପାଇଁ ଶିଶୁଙ୍କୁ ଜନ୍ମରୁ ଟିକା ଦିଆଯାଇଥାଏ । ପ୍ରତ୍ୟେକ ଶିଶ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଟିକା ନେବା ଜରୁରୀ । ଠିକ ସମୟରେ ଶିଶୁଙ୍କୁ ଟିକା ନଦେଲେ ସେମାନେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ଏହାଦ୍ବାରା ସେମାନେ ଶାରିରୀକ ଭିନ୍ନକ୍ଷମ ହେବା ସହ ମୃତ୍ୟୁମୁଖରେ ବି ପଡିପାରନ୍ତି । ତେଣୁ କେଉଁ ବୟସରେ ପିଲାଙ୍କୁ କେଉଁ ଟିକା ଦିଆଯିବା ଜରୁରୀ ସେନେଇ ସୂଚନା ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଆଶୁତୋଷ ମହାପାତ୍ର ।

ଛୋଟ ପିଲାଙ୍କୁ ଟିକା କେତେ ଜରୁରୀ:

ଜନ୍ମରୁ 5 ବର୍ଷ ଯାଏଁ ପିଲାଙ୍କୁ ପାଇଁ ଟିକା ଦିଆଯିବା ଅତ୍ୟନ୍ତ ଜରୁରୀ । ଏହି ଟିକା ଦ୍ଵାରା ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯାହାଫଳରେ ପିଲାଙ୍କୁ ରୋଗ ହୁଏ ନାହିଁ କିମ୍ବା ଯଦି ହୁଏ ତାହେଲେ ମାରାତ୍ମକ ହୁଏନାହିଁ । ଜନ୍ମରୁ ୧୪ ଦିନ ମଧ୍ୟରେ ଜିରୋ ଡୋଜ କୁହାଯାଉଥିବା ପୋଲିଓ ଗୋଟିଏ ଡୋଜ, ଓରାଲ ପୋଲିଓ, ବିସିଜି ଏବଂ ହେପାଟାଇଟିସ-ବି ଦିଆଯାଇଥାଏ । ଦେଢ ମାସ, ଅଢେଇ ମାସ ଓ ସାଢେ ତିନି ମାସରେ 6 ପ୍ରକାର ଟିକା ଦିଆଯାଏ । 9 ମାସରେ ମିଳିମିଳା ଟିକା ଦିଆଯାଏ । ଜନ୍ମ ସମୟରେ ଦିଆଯାଇଥିବା ଟିକା ବ୍ୟତୀତ ବର୍ଷକର ଶିଶୁକୁ ଆଉ ୪ ଥର ଟିକା ନେବାକୁ ପଡେ । ପ୍ରତିଟି ଶିଶୁ ଯେପରି ନିର୍ଦ୍ଧିଷ୍ଟ କ୍ରମରେ ସମସ୍ତ ଟିକା ନିଅନ୍ତି ସେନେଇ ଅଙ୍ଗନୱାଡି କର୍ମୀମାନେ ଯାଞ୍ଚ କରିଥାଆନ୍ତି ।

କେଉଁ ବୟସରେ ଦିଆଯାଏ କେଉଁ ଟିକା ?

ଶିଶୁ ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ଟିକା ଅତ୍ୟନ୍ତ ଆବଶ୍ୟକ, ଯେମିତିକି

୧. ଜନ୍ମ ସମୟରେ ଶିଶୁକୁ ବିସିଜି, ପୋଲିଓ ଏବଂ ହେପାଟାଇଟିସ୍-ବି ଟିକା ।
୨. ଜନ୍ମ ସମୟରେ ଏବଂ ୧୪ ଦିନ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯାଏ । ଏହାକୁ ଶୂନମାତ୍ରା, ଜିରୋ ଡୋଜ୍ କୁହାଯାଏ ।
୩. ଦେଢ ମାସରେ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ୍–ବିର ପ୍ରଥମ ମାତ୍ରା ।
୪. ଅଢେଇ ମାସର ଶିଶୁକୁ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ-ବି ଦ୍ଵିତୀୟ ମାତ୍ରା ।
୫. ସାଢେ ତିନି ମାସରେ ଶିଶୁକୁ ଡି.ପି.ଟି ଏବଂ ପୋଲିଓର ତୃତୀୟ ମାତ୍ରା ।
୬. ୯ ମାସରେ ଶିଶୁଙ୍କୁ ମିଳିମିଳା ଓ ହେପାଟାଇଟିସ-ବିର ତୃତୀୟ ଡୋଜ ଏବଂ ଭିଟାମିନ-ଏ ।

ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ବ:

ଶିଶୁ ରୋଗ ବିଶେଷଜ୍ଞ ଆଶୁତୋଷ ମହାପାତ୍ର କହିଛନ୍ତି, "ଶିଶୁକୁ ସାମାନ୍ୟ ଜ୍ଵର, କାଶ, ଥଣ୍ଡା ଏବଂ ତରଳଝାଡା ହେଉଥିଲେ ବି ଟୀକାଦାନ ପାଇଁ ଆଣିବା ଆବଶ୍ୟକ । ଅଙ୍ଗନବାଡ଼ି କର୍ମୀ ମାଆଙ୍କ ନାମ, ଦିଆଯିବାକୁ ଥିବା ଟିକାର ନାମ ଏବଂ ଉଦ୍ଦେଶ୍ୟ ବିଷୟରେ ଜଣାଇବେ । ମାଆଙ୍କୁ ଟିକାର ସମ୍ଭାବ୍ୟ ପାର୍ଶ୍ଵ ପ୍ରତିକ୍ରିୟା, ପରିବର୍ତ୍ତୀ ଟିକା ଏବଂ ତାରିଖ ବିଷୟରେ ସୂଚନା ଦେବେ । ଏଥିସହ ମାଆ ଯେପରି ପ୍ରତିଷେଧକ ଟିକା କାର୍ଡ କିମ୍ବା ମା' ଶିଶୁ ସୁରକ୍ଷାକାର୍ଡକୁ ସବୁ ଟୀକାଦାନ ଦିବସରେ ଆଣନ୍ତି ତାହା ସୁନିଶ୍ଚିତ କରିବେ ।

ସ୍ଥିରୀକୃତ ପ୍ରତିଷେଧକ ଛଡା କେଉଁ କ୍ଷୁଦ୍ରପୁଷ୍ଟି ଦିଆଯାଏ ?

ସ୍ଥିରୀକୃତ ଟୀକାଦାନରେ ଦିଆଯାଉଥିବା ଆଣ୍ଟିଜେନ୍ ବ୍ୟତୀତ କ୍ଷୁଦ୍ରପୁଷ୍ଟିଗୁଡିକ ପ୍ରତିଟି ଶିଶୁ ଯେପରି ପାଇବେ ସେନେଇ ଅଙ୍ଗନୱାଡି କର୍ମୀମାନେ ନିଶ୍ଚିତ କରିଥାନ୍ତି । ନିୟମିତ ଟୀକାକରଣ ଛଡା ଶିଶୁକୁ OPV ବା ପଲସ୍ ପୋଲିଓ ବୁନ୍ଦା ଦିଆଯାଏ । ବର୍ଷକୁ ଦୁଇଥର ମେ' ଏବଂ ନଭେମ୍ବର ମାସରେ, ୬ ମାସରୁ ୫ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଭିଟାମିନ୍- ଏ ଦ୍ରବଣ ନିଶ୍ଚିତ ଦିଆଯିବ । ପ୍ରତିଟି ଶିଶୁକୁ ଭିଟାମିନ-ଏର ମୋଟ ୯ଟି ମାତ୍ରା ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ଶିଶୁ ରୋଗ ବିଶେଷଜ୍ଞ ।

ସେ ଆହୁରି କହିଛନ୍ତି ଯେ, "ଭିଟାମିନ-ଏ ସହିତ ସମସ୍ତ ୧ ରୁ ୫ ବର୍ଷର ଶିଶୁଙ୍କୁ ମେ' ଏବଂ ନଭେମ୍ବର ମାସରେ ଆଲବେଣ୍ଡାଜୋଏଲ ଦିଆଯିବା ଆବଶ୍ୟକ । ୧ ବର୍ଷ ରୁ ୨ ବର୍ଷର ଶିଶୁକୁ ୨୦୦ ମି.ଗ୍ରା. କିମ୍ବା ୫ ମି.ଲି. ମାତ୍ରାରେ ଆଲବେଣ୍ଡାଜୋଲ ଦିଆଯିବା ଜରୁରୀ । ୨ ବର୍ଷରୁ ୫ ବର୍ଷର ଶିଶୁକୁ ୪୦୦ମି.ଗ୍ରା. କିମ୍ବା ୧୦ ମି.ଲି. ମାତ୍ରାର ଆଲବେଣ୍ଡାଜୋଲ, ୬ ମାସରୁ ୫ ବର୍ଷ ବୟସର ଶିଶୁଙ୍କୁ ଲୌହସାର ସହ ଫଲିକ୍ ଏସିଡ୍ ଥିବା ସିରପ୍ (ପାଣି ଔଷଧ) ଦିଆଯିବା ଆବଶ୍ୟକ ।

ପୋଲିଓ ରୋଗ କ'ଣ

ପୋଲିଓ ଏକ ଭୂତାଣୁ ଜନିତ ରୋଗ । ବିଶେଷକରି ଏହି ରୋଗ ୫ ବର୍ଷରୁ କମ୍ ଶିଶୁମାଙ୍କୁ ଅଧିକ ସଂକ୍ରମଣ କରିଥାଏ । ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ପୋଲିଓ ବୁନ୍ଦା ଅଭିଯାନ ଜାରି ରଖିଛନ୍ତି । କିନ୍ତୁ ରାଜ୍ୟ କିମ୍ବା ଦେଶରେ ଏହି ରୋଗ ଆଉ ପୂର୍ବ ଭଳି ଦେଖାଯାଉନାହିଁ ବୋଲି ଶିଶୁ ବିଶେଷଜ୍ଞ କହିଛନ୍ତି ।

ପୋଲିଓ ଭୂତାଣୁ ଅନ୍ତନଳୀରେ ସଂକ୍ରମଣ ହୋଇଥାଏ । ସମସ୍ତ ବୟସର ଲୋକଙ୍କୁ ଏହି ଭୂତାଣୁ ସଂକ୍ରମଣ କରୁଥିଲେ ମଧ୍ୟ ବିଶେଷକରି ୫ ବର୍ଷର ବୟସର ଶିଶୁଙ୍କୁ ଅଧିକ ସଂକ୍ରମଣ କରିଥାଏ । ପୋଲିଓ ବୁନ୍ଦା ନେବା ପରେ ପୋଲିଓ ସଂକ୍ରମଣ କମିଯାଏ । ବିଶ୍ୱକୁ ସମ୍ପୂର୍ଣ୍ଣ ପୋଲିଓ ମୁକ୍ତ କରିବା ଉଦ୍ଦେଶ୍ୟରେ 'ଜୀବନ ସୁରକ୍ଷା ପାଇଁ ପ୍ରତିଥର ଦୁଇ ବୁନ୍ଦା ପୋଲିଓ' ଅଭିଯାନ ଚାଲୁ ରହିଛି । ଏହି କାରଣରୁ ରାଜ୍ୟ ତଥା ଦେଶରେ ପୂର୍ବଭଳି ପୋଲିଓ ଦେଖାଯାଉ ନାହିଁ ବୋଲି ଡାକ୍ତର କହିଛନ୍ତି ।

ଛୋଟ ଶିଶୁଙ୍କୁ କାହିଁକି ପୋଲିଓ ଟିକା ଦିଆଯାଏ ?

ବୟସ୍କ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଏଣୁ ସେମାନଙ୍କୁ ପୋଲିଓ ଭୂତାଣୁ ସଂକ୍ରମଣ କରିପାରେ ନାହିଁ । ହେଲେ ଛୋଟ ଶିଶୁଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ, ତେଣୁ ସେମାନଙ୍କୁ ଜନ୍ମରୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ ଟିକା ଦେବା ସହ ପୋଲିଓ ଟିକା ମଧ୍ୟ ଦିଆଯାଏ । ଶିଶୁର ଶରୀରରେ ଏହି ରୋଗ ପ୍ରତିରୋଧକ ବୃଦ୍ଧି ପାଇଁ ୫ ବର୍ଷ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯାଇଥାଏ ।

ଶିଶୁ ପାଇଁ ପୋଲିଓ ବୁନ୍ଦା କେତେ ଜରୁରୀ ?

ପୋଲିଓ ବୁନ୍ଦା ଶିଶୁର ସୁରକ୍ଷିତ ଭବିଷ୍ୟତ ପାଇଁ ଏକାନ୍ତ ଆବଶ୍ୟକ । ପ୍ରତ୍ୟେକ ଅଭିଭାବକମାନେ ସେମାନଙ୍କ ଶିଶୁକୁ ୫ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତିଥର ଦୁଇ ବୁନ୍ଦା ପୋଲିଓ ଦେବା ଜରୁରୀ । ପୋଲିଓ ଏକ ମାରାତ୍ମକ ରୋଗ କେବଳ ପୋଲିଓ ବୁନ୍ଦା ଦ୍ଵାରା ହିଁ ଦୂର କରାଯାଇପାରିବ । ପୋଲିଓ ପାରାଲିସିସ୍ ଥରେ ହେଲା ପରେ ଏହାର କୌଣସି ଚିକିତ୍ସା ନାହିଁ । ଏଣୁ ମୂଳରୁ ସତର୍କ ରହି ଶିଶୁକୁ ପୋଲିଓ ବୁନ୍ଦା ଖୁଆଇବା ଜରୁରୀ ବୋଲି ଶିଶୁ ରୋଗ ବିଶେଷଜ୍ଞ ଆଶୁତୋଷ ମହାପାତ୍ର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବ୍ଲଡପ୍ରେସର, ଡାଇବେଟିସ୍ ଅଛି କି ? ଏମିତି ଖାଆନ୍ତୁ ମେଥି, ଦୂର ହେବ ରୋଗ - Fenugreek Water Control Sugar Level

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.