ETV Bharat / state

ସେନାପଟା ଲାଗି ନୀତି: ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଅଜା ଘରୁ ଆସେ ବକୁଳ କାଠ - Senapata Bahuta Niti

author img

By ETV Bharat Odisha Team

Published : Jun 21, 2024, 9:39 PM IST

Secret Ritual of Lord Jagannath: 'ପାଦ ହୁଣ୍ଡନ' ଗତିରେ ପହଣ୍ଡି ବିଜେ କରନ୍ତି ମହାପ୍ରଭୁ । ସ୍ନାନଯାତ୍ରା ହେଉ କି ଗୁଣ୍ଡିଚା ଅବା ନୀଳାଦ୍ରି ବିଜେ, ପହଣ୍ଡି ପୂର୍ବରୁ ମହାପ୍ରଭୁଙ୍କୁ କରାଯାଏ ସ୍ବତନ୍ତ୍ର ସେନାପଟା ଓ ବାହୁଟ ଲାଗି ନୀତି । କ'ଣ ଏହି ଗୁପ୍ତ ନୀତି, ସେନାପଟା ଓ ବାହୁଟ ପ୍ରସ୍ତୁତି ପାଇଁ କେଉଁଠୁ ଆସେ କାଠ ? ଜାଣନ୍ତୁ...

Secret Ritual of Lord Jagannath
Secret Ritual of Lord Jagannath (ETV Bharat Odisha)

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବ ପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଏକ ସ୍ବତନ୍ତ୍ର ପର୍ବ । ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ । ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି । ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ । ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି ସେନାପଟା ଲାଗି ନୀତି କ'ଣ ଓ କାହିଁକି ହୁଏ, ଜାଣନ୍ତୁ..

ପହଣ୍ଡିକାଳୀନ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଲାଗି ହୁଏ ସେନାପଟା ଓ ବାହୁଟ: ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରନ୍ତି । ଶ୍ରୀଜୀଉଙ୍କ ପହଣ୍ଡିକାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି । ସାକ୍ଷୀଗୋପାଳର ବକୁଳ ବନରୁ ସଂଗୃହିତ ବଉଳ କାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ଵକର୍ମା ସେବାୟତ ବାହୁଟ ଓ ସେନାପଟା ପ୍ରସ୍ତୁତ କରନ୍ତି । ସାକ୍ଷୀଗୋପାଳକୁ ମହାପ୍ରଭୁଙ୍କ ଅଜାଘର ବୋଲି ମଧ୍ୟ କୁହାଯାଏ । ତେବେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ କଣ୍ଟ ପାଇଁ ବକୁଳ ବନରୁ ହିଁ କାହିଁକି କାଠ ଆସେ ତା ପଛରେ ବି ରହିଛି ଏକାଧିକ କାହାଣୀ ।

ବକୁଳ ବନରୁ ହିଁ କାହିଁକି ଆସେ କାଠ: ଏକାଧିକ କିମ୍ବଦନ୍ତୀ ମଧ୍ୟରୁ ଗୋଟିଏ, ଏକଦା ଜଣେ ତପସ୍ବୀ ସିଦ୍ଧ ବକୁଳ ବନରେ ତପସ୍ୟା କରୁଥିଲେ । ସେହି ତପସ୍ବୀଙ୍କୁ ପରଖିବା ପାଇଁ ବଡ଼ ଦେଉଳରୁ ଜଗା, ବଳିଆ ଦୁଇ ଭାଇ ବାହାରି ଆସିଥିଲେ । ପ୍ରକୃତରେ ସେ ସାଧୁ କି ନୁହେଁ ତାହା ଜାଣିବା ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ । ପରୀକ୍ଷା କରିବା ପାଇଁ ଆସିବାବେଳେ ବଣରେ ଖୁବ ପାଚିଲା ପଣସ ହୋଇଥିବା ଜଗନ୍ନାଥ ଓ ବଳଭଦ୍ର ଦେଖିଲେ ଓ ତାଙ୍କର ଖାଇବାକୁ ଆଗ୍ରହ ହୋଇଥିଲା । ଏପଟେ ତପସ୍ୟାରତ ସାଧୁ ବଣରେ କେହି ପ୍ରବେଶ କରିଥିବା ଜାଣିପାରିଥିଲେ । ସେ ସଙ୍ଗେ ସଙ୍ଗେ ତପସ୍ୟା ଭଙ୍ଗ କରି ପଚାରିଥିଲେ, 'କିଏ ତମେ ? ରାତି ସମୟରେ ବଣରେ ପ୍ରବେଶ କରି ପଣସ ଚୋରି କରୁଛ ?', ଯାହା ପରେ ଦୁଇ ଠାକୁର ଚୋର ନୁହଁନ୍ତି ବୋଲି କହିଥିଲେ । ତପସ୍ବୀ କିନ୍ତୁ କହିଥିଲେ ଯେ ସେ ଦୁହିଁଙ୍କୁ ବକୁଳ ଗଛରେ ବାନ୍ଧି ସକାଳୁ ରଜାଙ୍କ ଆଗରେ ଫେରାଦ ହେବେ । ସେମାନଙ୍କୁ ବାନ୍ଧିବାକୁ ଉଦ୍ୟତ ହୁଅନ୍ତେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନିଜର ପରିଚୟ ଦେଇଥିଲେ ଓ କହିଥିଲେ ଯେ ସେ ଦୁହେଁ ସାଧୁଙ୍କୁ ପରଖିବା ପାଇଁ ଆସିଥିଲେ । ଏହାପରେ ମହାପ୍ରଭୁଙ୍କୁ ତପସ୍ବୀ କହିଥିଲେ, 'ଏପରି ଆପଣ ଚାଲିଗଲେ ଏହି ଘଟଣା ଲୁଚି ରହିଯିବ । ଭକ୍ତ ଓ ଭଗବାନର ଏହି ସମ୍ପର୍କକୁ ସାରା ଜଗତ ଜାଣିବ କେମିତି ।' ଯାହାପରେ ଭଗବାନ କହିଥିଲେ ଯେ, ଏହି କଥା ସାରା ଜଗତ ଜାଣିବ, ଯେଉଁ ବକୁଳ କାଠରେ ଆପଣ ଆମକୁ ବାନ୍ଧିବେ କହୁଥିଲେ ପ୍ରତିବର୍ଷ ସେହି କାଠରେ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ସେନାପଟା ଓ ବାହୁଟ ନିର୍ମାଣ ହୋଇ ଆମ ଦେହରେ ବନ୍ଧା ହେବ । ତା'ପରେ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ପହଣ୍ଡିରେ ବକୁଳ କାଠରେ ନିର୍ମିତ ସେନାପଟା ଓ ବାହୁଟ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯାଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ...ମହାପ୍ରଭୁଙ୍କ ସ୍ନାନଯାତ୍ରା କିପରି ହୁଏ ? ଜାଣନ୍ତୁ ଗଜାନନ ବେଶ କାହିଁକି ହୁଅନ୍ତି ଶ୍ରୀଜୀଉ - Snana Yatra 2024

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି । ଲୀଳାମୟ ମହାପ୍ରଭୁଙ୍କ ଅନେକ ଲୀଳା । ମାନବୀୟ ଲୀଳା କରୁଥିବାରୁ ଭଗବାନ ମଧ୍ୟ ଠିକ ମାନବ ପରି ଯାତ୍ରା ସମୟରେ ନିଜ ଅଙ୍ଗ ସୁରକ୍ଷା ପାଇଁ ସେନାପଟା, ବାହୁଟ ଧାରଣ କରନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.