ETV Bharat / state

ମହାଅଣସର ନୀତି କଣ ? କେବେ ଓ କାହିଁକି ହୁଏ ଏହି ବିରଳ ନୀତି - RATHA YATRA RITUALS

ଅତ୍ୟଧିକ ସ୍ନାନ ପରେ ଜ୍ବରାକ୍ରାନ୍ତ ଚତୁର୍ଦ୍ଧାମୂର୍ତ୍ତି । ତାତିରେ କମ୍ପୁଛି ଶ୍ରୀଅଙ୍ଗ, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା । ତେବେ କେବଳ ଅଣସର ନୁହେଁ ବରଂ ରହିଛି ମହାଅଣସର ନୀତି କ’ଣ ? କେବେ ଓ କାହିଁକି ପଡେ ଏହି ଏହି ନୀତି ଜାଣନ୍ତୁ

author img

By ETV Bharat Odisha Team

Published : Jun 23, 2024, 1:03 PM IST

ଅଣସର ଓ ମହାଅଣସର
ଅଣସର ଓ ମହାଅଣସର (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇସାରିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରାକ ପର୍ବ । ଗତକାଲି ସ୍ନାନଯାତ୍ରା ସହ ମାନବୀୟ ଲୀଳାଖେଳା ଆରମ୍ଭ କରିସାରିଛନ୍ତି ବିଶ୍ବନିୟନ୍ତା । 108 ଗରା ସୁବାସିତ ଜଳରେ ମାତ୍ରାଧିକ ସ୍ନାନ ପରେ ଏବେ ଜ୍ବରରେ ପୀଡ଼ିତ ଶ୍ରୀଜିଉ ଅଣସର ପିଣ୍ଡିରେ ବିରାଜମାନ କରିଛନ୍ତି । ରତ୍ନବେଦୀରେ ଦର୍ଶନ ପରିବର୍ତ୍ତେ ଅଣସର ପିଣ୍ଡିରେ ଜାରି ରହିଛି ଗୁପ୍ତସେବା । ଜ୍ବରରେ କମ୍ପୁଥିବା ଶ୍ରୀଅଙ୍ଗରେ ଲାଗିହେବ ଦଶମୂଳ ମୋଦକ ଓ ଫୁଲୁରୀ ତେଲ । ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେଇ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥରେ ବାହାରିବେ ତିନି ଭାଇ ଭଉଣୀ । ଚତୁର୍ଦ୍ଧାମର୍ତ୍ତିଙ୍କର ମାନବୀୟ ଲୀଳାର ଏହି ଗୁପ୍ତସେବାର ଦୁର୍ଲ୍ଲଭ ନୀତିକାନ୍ତିକୁ ଅଣସର ନୀତି କୁହାଯାଏ । ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମାରୁ ରଥଯାତ୍ରା ପର୍ଯ୍ୟନ୍ତ 15 ଦିନ ହୁଏ ଅଣସର ।

ଅଣସର ଓ ମହାଅଣସର (ETV Bharat Odisha)

ଅଣସର ସମୟରେ ଗର୍ଭଗୃହରେ ଦାରୁବିଗ୍ରହଙ୍କ ବଦଳରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ । ବଳଭଦ୍ରଙ୍କ ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରାଙ୍କର ପଟିଦିଅଁ ଭାବେ ଦେବୀ ଭୁବନେଶ୍ୱରୀ ଓ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇଥାଆନ୍ତି । ଆଷାଢ଼ ପ୍ରତିପଦାରୁ ଅମାବାସ୍ୟା ଯାଏଁ ଏକ ପକ୍ଷ ବ୍ୟାପୀ ଏହି ପଟି ଦେବତାଙ୍କ ଆଗରେ ଲାଗି ହିଏ ଭୋଗ । ଅଣସର ପିଣ୍ଡିରେ ଠାକୁରମାନଙ୍କୁ ପଣା ଓ ଚକଟା ଭୋଗ ଆଦି ଲାଗି କରାଯାଉଥିବା ବେଳେ ପଟିଦିଅଁଙ୍କୁ ଲାଗି ହୋଇଥାଏ ଅନ୍ନଭୋଗ । ତେବେ ବେଶ ଜଟିଳ ଏହି ଅଣସର ସେବା । ଯେଉଁଥିରେ ଅନେକ ଗୁପ୍ତ ନିତି ଅନୁଷ୍ଠିତ ହୋଇଥାଏ ।

ଶ୍ରୀଜିଉଙ୍କ ଅଣସର ନୀତିକାନ୍ତି :-

କରାଳ କର୍ମ: ଆଷାଢ଼ କୃଷ୍ଣ ପ୍ରତିପଦାରୁ ଚତୁର୍ଥୀ: ବିଗ୍ରହଗୁଡିକର ମରାମତି ସହ ଠାକୁରମାନଙ୍କର ଅଙ୍ଗର ବସ୍ତ୍ରକୁ ଉତାରି କରାଳକାମ କରାଯାଏ । ଶ୍ରୀଅଙ୍ଗରେ ଲାଗିଥିବା କସ୍ତୁରୀ, ଝୁଣା, ଚୁଆ, ଓ ଚନ୍ଦନ ଲେପକୁ ଅଲଗା କରାଯାଏ । ଅଲଗା ହୋଇଥିବା ପଦାର୍ଥମାନଙ୍କୁ "କରାଳ" କୁହାଯାଏ ।

ଶ୍ରୀଅଙ୍ଗ ଫିଟା: ସ୍ନାନମଣ୍ଡପରେ ସ୍ନାନଦ୍ୱାରା ଓଦା ପାଟ ବସ୍ତ୍ରକୁ ଅଣସର ଗୃହରେ ଓଲାଗି କରାଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ ।

ଫୁଲରୀ ତେଲ ଲାଗି: ଆଷାଢ଼ କୃଷ୍ଣ ପଞ୍ଚମୀରୁ ସପ୍ତମୀ ବଡ଼ ଓଡ଼ିଆ ମଠ ଏହି ସେବା ପାଇଁ ଆବଶ୍ୟକୀୟ ପଦାର୍ଥ କର୍ପୂର, ଚୂଆ, ପରଖ, ପିଙ୍ଗଳ ଓ ରାଶିତେଲ ଯୋଗାଇ ଥାଆନ୍ତି । ଏହା ପୂର୍ବ ବର୍ଷ ହେରା ପଞ୍ଚମୀଠାରୁ ମାଟି ତଳେ ପୋତା ହୋଇ ରଖାଯାଇଥାଏ ।

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି (@JagannathaDhaam)
ଫୁଲୁରି ଲାଗି: ପଇତା ଲାଗି ପରେ ଫୁଲୁରି ତେଲ ଲାଗି ହୁଏ । ଏହାକୁ ମଧ୍ୟ 'ଶ୍ରୀତୈଳ' କୁହାଯାଏ । ଓଡ଼ିଆ ମଠ ପକ୍ଷରୁ ବିଧି ଅନୁସାରେ ପ୍ରସ୍ତୁତ ଏହି ତେଲ ଅଣସରର ସପ୍ତମ ଦିନରେ ଲାଗି କରାଯାଏ । ବିଗ୍ରହରେ ଏହି ତେଲ ଘଷାଯାଏ ।ଚକା ବିଜେ: ଆଷାଢ଼ କୃଷ୍ଣ ଦଶମୀରେ ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ । ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ । ଦଶମୂଳ ମୋଦକ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟେଳି ଓ ଲମ୍ବି କୋଳି ଆଦି ଚେରମୂଳିରୁ ପ୍ରସ୍ତୁତ କରାଯାଇଥାଏ ।ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି । ଚନ୍ଦନ ଲାଗି: ଆଷାଢ଼ କୃଷ୍ଣ ଏକାଦଶୀ ଶ୍ରୀ ଜୀଉମାନଙ୍କୁ ଚନ୍ଦନ, କର୍ପୂର, ଚୁଆ, କସ୍ତୁରୀ ଓ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯାଏ । ଠାକୁରମାନେ ସୁସ୍ଥ ହୋଇଥିବାରୁ ଏକାଦଶୀଠାରୁ ଅଣସର ଘରେ ଠାକୁରମାନଙ୍କ ପୂଜା ସମୟରେ ଘଣ୍ଟ ବାଜିବା ସହ, ଭୋଗରେ ତୁଳସୀ ପଡ଼ିଥାଏ ।ଖଡ଼ି ଲାଗି: ସେହିଦିନ ରାତିରେ ବିଗ୍ରହମାନଙ୍କୁ ଖଡ଼ି ଲେପ ଦିଆଯାଏ ।
ଦୁର୍ଲଭ ଗଜାନନ ବେଶରେ ଶ୍ରୀଜିଉ
ଦୁର୍ଲଭ ଗଜାନନ ବେଶରେ ଶ୍ରୀଜିଉ (@JagannathaDhaam)
ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ : ଆଷାଢ଼ କୃଷ୍ଣ ଦ୍ୱାଦଶୀରେ ମହାପ୍ରଭୁଙ୍କର ଦେହରେ ଯେଉଁ ଔଷଧ ଲାଗି ହୁଏ ତାହା ଏକ ସ୍ୱତନ୍ତ୍ର ପଦ୍ଧତିରେ ପ୍ରସ୍ତୁତ ହୁଏ । ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ ଏହା ରନ୍ଧାଯାଏ । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରି ପଡ଼େ ତାହା ରୂପାଥାଳିରେ ସଂଗ୍ରହ ହୁଏ । ଏହାକୁ ନିର୍ମାଲ୍ୟ କୁହାଯାଏ । ଯାହାକୁ ନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ଦିଅନ୍ତି । ଅଣସର ତ୍ରୟୋଦଶୀ: ଆଷାଢ଼ କୃଷ୍ଣ ତ୍ରୟୋଦଶୀ ଶ୍ରୀଜିଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି ହୁଏ ।ବନକ ଲାଗି: ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରିର ଏକ ରଙ୍ଗ ପ୍ରସ୍ତୁତ କରନ୍ତି । ବନକଲାଗିରେ ଜୀଉମାନଙ୍କର ରୂପ କାମ କରାଯାଏ ।ନବଯୌବନ ଦର୍ଶନ: ଆଷାଢ଼ ଅମାବାସ୍ୟା ଏହିଦିନ ନୂତନ ଚିତ୍ରିତ ଠାକୁରମାନଙ୍କୁ ସର୍ବସାଧାରଙ୍କ ଦର୍ଶନ ପାଇଁ ଉଭା କରାଯାଏ । ମହାଅଣସର:-

ସାଧାରଣତଃ ପ୍ରତିବର୍ଷ ୧୫ଦିନ ପାଇଁ ସ୍ନାନଯାତ୍ରାଠାରୁ ଗୁଣ୍ଡିଚା ଯାତ୍ରା ପୁର୍ବରୁ ମହାପ୍ରଭୁଙ୍କ ଅଣସର ନୀତି ପାଳିତ ହୁଏ । ତେବେ ଜଗନ୍ନାଥଙ୍କ ନବକଳେବର ସମୟରେ ହୋଇଥାଏ ମହାଅଣସର ନୀତି । ଏହା ଅଣସର ନୀତି ଅପେକ୍ଷା ବେଶ ଜଟିଳ ଓ ଦୀର୍ଘ ଅବଧି ବିଶିଷ୍ଟ ହୋଇଥାଏ । ଏହା କେବଳ ଯୋଡା ଆଷାଢରେ ପଡିଥାଏ । ଏହା 45ଦିନ କିମ୍ବା ଦୁଇମାସ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।

ମହାଅଣସର ଦୁଇ ଭାଗରେ ବିଭକ୍ତ । ପ୍ରଥମେ କୋଇଲି ବୈକୁଣ୍ଠରେ ବୈଦିକ ବିଧି ଅନୁସରେ ଯଜ୍ଞ ଚାଲିଥିବା ବେଳେ ସପ୍ତ ମଣ୍ଡପରେ ମହାପ୍ରଭୁଙ୍କ ନୂତନ ବିଗ୍ରହ ଓ ମାଧବଙ୍କ ବିଗ୍ରହ ନିର୍ମାଣ ମଧ୍ୟ ସମାନ୍ତରଳ ଭାବରେ ଚାଲିଥାଏ । ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଏହି ଅଣସର ଲୀଳା ଚାଲିଥାଏ । ଦ୍ୱିତୀୟ ଅଣସର ଲୀଳା ଶ୍ରୀମନ୍ଦିର ଗର୍ଭଗୃହର ଅଣସର ପିଣ୍ଡିରେ ଚାଲିଥାଏ । ଏହା ଦ୍ୱିତୀୟ ଅଷାଢ଼ ମାସ ପ୍ରତିପଦାଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ନୂତନ ବିଗ୍ରହଙ୍କ ସପ୍ତାବରଣ ନୀତି ଆରମ୍ଭ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ -ଅଣସର ପିଣ୍ଡିରେ ମହାପ୍ରଭୁ, ଦର୍ଶନ ପାଇଁ ଅଲାରନାଥରେ ଭକ୍ତଙ୍କ ପ୍ରବଳ ଭିଡ଼ - DARSHAN OF LORD ALARNATH

ଏହି ନୀତି ସହିତ କେବଳ ଦଇତାପତି, ପତି ମହାପାତ୍ର ଓ ଦତ୍ତ ମହାପାତ୍ର ସେବକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥାଆନ୍ତି । ଏହା ସମ୍ପୂର୍ଣ୍ଣ ଗୁପ୍ତ ଲୀଳା । ମହାଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ । ମହାଅଣସର ବେଳେ ରାଘବ ଦାସ ମଠ ତରଫରୁ ସର୍ବାଙ୍ଗ ପଂକ୍ତି ଭୋଗ ଲାଗି କରାଯାଏ । ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଆନ୍ତି । ମହାଅଣସର କାଳେ ନିର୍ମାଣ ମଣ୍ଡପରେ ଦିବ୍ୟ ଦାରୁଙ୍କ ପୂଜା ନୃସିଂହ ମନ୍ତ୍ରରେ କରାଯାଏ । ଏହି ସମୟରେ ଖଡିଲାଗି ଏବଂ ବନକଲାଗି ନୀତି ସମ୍ପନ୍ନ କରାଯାଏ । ଏହାର ଅନ୍ତିମ ପର୍ବ ଭାବେ ବ୍ରହ୍ମ ପରିବର୍ତ୍ତନ କରାଯାଏ । ନବନିର୍ମିତ ଦାରୁ ବିଗ୍ରହରେ ବ୍ରହ୍ମ ସଂସ୍ଥାପନ କରାଯାଏ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.