ETV Bharat / state

ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ଼; ୫ମ ଗିନିଜ୍‍ ରେକର୍ଡ଼ ହାତେଇଲା KISS - World Records of KISS

author img

By ETV Bharat Odisha Team

Published : Aug 10, 2024, 5:48 PM IST

Guinness World Record: ପଞ୍ଚମ ଥର ବିଶ୍ବ ରେକର୍ଡ କଲା କିସ୍‌ ୟୁନିଭର୍ସିଟି । ଜାତୀୟ ସଙ୍ଗୀତ ଗାନରେ ହାତେଇଲା ଗିନିଜ ବିଶ୍ବ ରେକର୍ଡ । ଅଧିକ ପଢନ୍ତୁ

KISS University
KISS University (ETV Bharat Odisha)

ଭୁବନେଶ୍ବର: ନିଜ ନାଁରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କଲା ରାଜଧାନୀ ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‍ ଅଫ ସୋସିଆଲ୍‍ ସାଇନ୍ସେସ୍‍ (କିସ୍‍) । ଜାତୀୟ ସଙ୍ଗୀତ ଗାନରେ ପଞ୍ଚମ ଥର ଲାଗି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ କରିଛି କିସ୍‌ । ଆସନ୍ତା ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଅଗଷ୍ଟ ୧୪ତାରିଖରେ ଏହା ଆନୁଷ୍ଠାନିକ ଭାବେ ରିଲିଜ ହେବ । ଏକାସହିତ 14 ହଜାର ପିଲା ଜାତୀୟ ସଙ୍ଗୀତ ଗାନ କରି ଏହି ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ।

୫ମ ଗିନିଜ୍‍ ରେକର୍ଡ଼ ହାତେଇଲା KISS (Guinness World Record)

ଜାତୀୟ ସଙ୍ଗୀତ ଗାନ କରି ବିଶ୍ବ ରେକର୍ଡ:-

କିସ୍‍ର ୧୪ ହଜାର ଛାତ୍ରଛାତ୍ରୀଙ୍କ ଦ୍ବାରା ଏକା ସଙ୍ଗେ ‘ଲାର୍ଜେଷ୍ଟ ମ୍ୟୁଜିକ୍‍ ଲେସନ୍‍’ ପାଇଁ ସମୂହ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହା ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନ ପାଇଛି । ଗିନିଜ୍‍ ବୁକ୍‍ ଅଫ୍‍ ୱାଲର୍ଡ଼ ରେକର୍ଡ କର୍ତ୍ତୃପକ୍ଷ ୮ତାରିଖ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଙ୍ଗୀତଜ୍ଞ, ପରିବେଶବିତ ତଥା ତିନି ତିନି ଥର ସମ୍ମାନଜନକ ଗ୍ରାମୀ ପୁରସ୍କାର ବିଜେତା ରିକି କେଜ୍‍ଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ସମୂହ ଜାତୀୟ ସଙ୍ଗୀତ ଗାନକୁ ରେକର୍ଡ କରାଯାଇଛି। ଏଥିରେ ପ୍ରଖ୍ୟାତ ବଂଶୀ ବାଦକ ହରି ପ୍ରସାଦ ଚୌରାସିଆ, ବିଶିଷ୍ଟ ସରୋଦ ବାଦକ ଅମନ୍‍ ଓ ଆୟାନ ଅଲ୍ଲୀ ଖାନ୍‍, ବିଶିଷ୍ଟି ସନ୍ତୁର ବାଦକ ରାହୁଲ ଶର୍ମାଙ୍କ ଭଳି ଭାରତର ବହୁ ପ୍ରତିଷ୍ଠିତ ତଥା ସୁନାମଧନ୍ୟ ବାଦ୍ୟଯନ୍ତ୍ର ଶିଳ୍ପୀ ବାଦ୍ୟଯନ୍ତ୍ର ପରିବେଷଣ କରିଛନ୍ତି ।

କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତିକ୍ରିୟା:-

କିସ୍‍ର ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି,"ଏହା କେବଳ କିସ୍‍ ନୁହେଁ ଓଡ଼ିଶା ତଥା ଭାରତ ପାଇଁ ସମ୍ମାନର ବିଷୟ । ଏଥିପାଇଁ ରିକି କେଜ୍‍ଙ୍କୁ ଧନ୍ୟବାଦ । କିସ୍‍ର ଛାତ୍ରଛାତ୍ରୀ ଉତ୍ସାହର ସହ ଜାତୀୟ ସଂଗୀତ ଗାନ କରି ସେମାନଙ୍କ ସଂଗୀତ ପ୍ରତିଭା ଓ ପରିବେଶ ପ୍ରଚାର କ୍ଷେତ୍ରରେ ଉତ୍ସର୍ଗୀକୃତ ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମ କିସ୍‍ ଛାତ୍ରଛାତ୍ରୀଙ୍କୁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ସହ କିସ୍‍ର ଶିକ୍ଷା ଓ ସଶକ୍ତିକରଣ ଅଭିଯାନକୁ ସଦୃଢ଼ କରିଥିଲା ।"

ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ଼
ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ଼ (X)

ପୂର୍ବରୁ କିଏ ହାତେଇଥିଲା ବିଶ୍ଵ ରେକର୍ଡ ?

ଏହି ବିରଳ ରେକର୍ଡ ହାତେଇବା ଲାଗି ପୂର୍ବରୁ ଆମେରିକାର ଏକ ଇଣ୍ଟରନ୍ୟାସନାଲ ସ୍କୁଲ ଉଦ୍ୟମ କରିଥିଲା । ଏଥିରେ ୬ହଜାର ୬୫୧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କିସ୍‌ର ଏହି ସଫଳତା ଭାରତର ଏକତା ଏବଂ ବିବିଧତାର ପ୍ରତୀକ ଅଟେ । ଯାହା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ଏହାର ଯୁବଗର୍ଗରର ଅସୀମ ସମ୍ଭାବନାକୁ ଦର୍ଶାଉଛି ।

ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ଼
ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ଼ (X)

ଏହି ରେକର୍ଡିଂରେ କାହାର ଭାଗିଦାରୀ ?

3ଥରର ଗ୍ରାମି ପୁରସ୍କାର ବିଜେତା ରିକି କେଜ, ପଦ୍ମଭୂଷଣ ବିଜେତା ତଥା ବାଂସୁରି ବାଦକ ପଣ୍ଡିତ ହରିପ୍ରସାଦ ଚରାସିଆ, ଗ୍ରାମି ପୁରସ୍କାର ବାନସୁରୀ ମାଏଷ୍ଟ୍ରୋ ରାକେଶ ଚରାସିଆ, ସାଣ୍ଟୋର ମାଏଷ୍ଟ୍ରୋ ରାହୁଲ ଶର୍ମା, ପଦ୍ମଶ୍ରୀ ବିଜେତା ଶେଖ ମେହବୁବ ସୁବାନୀ ଏବଂ ବୀଣା ବାଦକ ଡକ୍ଟର ଜୟନ୍ତୀ କୁମାରେଶ, ପର୍କୁସିନିଷ୍ଟ ଗିରିଧର ଉଦୁପା ଆଦି ରେକର୍ଡିଂରେ ଯୋଡ଼ି ହୋଇଛନ୍ତି ।

ଏହା ବି ପଢନ୍ତୁ- ଅଚ୍ୟୁତ ସାମନ୍ତଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବେ ଆଦିବାସୀ !

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.