ETV Bharat / state

ଖଣ୍ଡଗିରି ଯାତ୍ରା: ଡବଲ ସୋ' ବିବାଦ, ଥାନାରେ ଫେରାଦ ଯାତ୍ରା କମିଟି - ଖଣ୍ଡଗିରି ଯାତ୍ରା

Khandagiri Yatra: ଖଣ୍ଡଗିରି ଯାତ୍ରାରେ ଡ଼ବଲ ସୋ'କୁ ନେଇ ବିବାଦ । ପ୍ରଶାସନର ଗାଇଡ଼ଲାଇନ୍ ଉଲଂଘନ ଅଭିଯୋଗ । ଡବଲ ସୋ' ଯାତ୍ରା ପାର୍ଟି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅନ୍ୟ ଯାତ୍ରା କମିଟି । ଅଧିକ ପଢନ୍ତୁ

ଖଣ୍ଡଗିରି ଯାତ୍ରା: ଡବଲ ସୋ' ବିବାଦ , ଥାନାରେ ଫେରାଦ ଯାତ୍ରା କମିଟି

author img

By ETV Bharat Odisha Team

Published : Feb 24, 2024, 7:51 PM IST

ଖଣ୍ଡଗିରି ଯାତ୍ରା: ଡବଲ ସୋ' ବିବାଦ , ଥାନାରେ ଫେରାଦ ଯାତ୍ରା କମିଟି

ଭୁବନେଶ୍ବର: ଯାତ୍ରାକୁ ନେଇ ବଢ଼ିଲା ବିବାଦ । ଖଣ୍ଡଗିରି ଯାତ୍ରାରେ ଡ଼ବଲ ସୋ'କୁ ନେଇ ଥାନାରେ ଫେରାଦ ହେଲା ଯାତ୍ରା କମିଟି । ସପ୍ତମ ସନ୍ଧ୍ୟାରେ ସୋ'ରେ ଦୁଇଟି ଯାତ୍ରା କମିଟି ଡ଼ବଲ ସୋ' କରିବା ନେଇ ଟିକେଟ ବିକ୍ରି ପରେ ବାକି ଯାତ୍ରା କମିଟି ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଛନ୍ତି । କିଛି ଯାତ୍ରା ପାର୍ଟି ପ୍ରଶାସନର ଗାଇଡ ଲାଇନ୍ ବ୍ୟତିକ୍ରମ କରୁଥିବା ଅଭିଯୋଗ ହୋଇଛି ।

ଚାଲିଛି ଖଣ୍ଡଗିରି ଯାତ୍ରା । ସାଧୁସନ୍ଥଙ୍କ ମନ୍ତ୍ର ପାଠରେ ପ୍ରକମ୍ପିତ ହେଉଛି ଗଗନ ପବନ । ସେପଟେ ଦୁୁଲୁକୁଛି ଯାତ୍ରା ପେଣ୍ଡାଲ । ଦର୍ଶକଙ୍କ ମନ ମୋହୁଛନ୍ତି ଯାତ୍ରା କଳାକାର । ଏହାରି ଭିତରେ ଯାତ୍ରାକୁ ନେଇ ଦେଖା ଦେଇଛି ବିବାଦ । ଡ଼ବଲ ସୋ'କୁ ନେଇ ଦେଖା ଦେଇଛି ଅସନ୍ତୋଷ । ପୋଲିସ ଓ ବିଏମସିର ଗାଇଡଲାଇନ୍ ଅନୁସାରେ କୌଣସି ଯାତ୍ରା କମିଟି ଯାତ୍ରା ପାର୍ଟିକୁ ଡ଼ବଲ ସୋ' ପାଇଁ ଅନୁମତି ଦିଆଯାଇ ନାହିଁ । ହେଲେ ମହତାବ ଯାତ୍ରା କମିଟି ଓ ଇନ୍ଦିରା ଯାତ୍ରା କମିଟି ଏହି ନିୟମର ଉଲଂଘନ କରିଥିବା ଅଭିଯୋଗ ଆଣିଛନ୍ତି ସାଇ ନୀଳାଦ୍ରି, ସନାତନ, ମା' ମଙ୍ଗଳା ଓ ଜୟଦୂର୍ଗା ଯାତ୍ରା କମିଟି ।

ଏହା ମଧ୍ୟ ପଢନ୍ତୁ .......ଦର୍ଶକଙ୍କ ମନ ଜିଣୁଛି 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ନାଟକ

ପୋଲିସ କମିଶନର ଓ ବିଏମସିର ଅଧିକାରୀ ଡବଲ ସୋ' କରିବା ନେଇ କଟକଣା ଜାରି କରିଥିବାବେଳେ କାହିଁକି ଏହାକୁ ବାଟବଣା କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ? ଖଣ୍ଡଗିରିରେ ଏକାମ୍ର ମହୋତ୍ସବ ଚାଲିବା ସହ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମୁଛି । ଯଦି ସନ୍ଧ୍ୟା ୬ଟାରୁ ରାତି ୧୨ଯାଏଁ ସୋ' ଚାଲିବ ତେବେ ଟ୍ରାଫିକ ଜାମ ହେବାର ସମ୍ଭାବନା ରହିଛି । ଟ୍ରାଫିକ ସମସ୍ୟା ଯୋଗୁଁ ଲୋକମାନେ ହଇରାଣ ହରକତ ହୋଉଛନ୍ତି । ଯାହାକୁ ନେଇ ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଥିଲା ।

ହେଲେ ଆଜି ଠାରୁ ମହତାବ ଯାତ୍ରା କମିଟିରେ ତୁଳସୀ ଗଣନାଟ୍ୟ, ଇନ୍ଦିରା ଯାତ୍ରା କମିଟିରେ ଶିବାନୀ ଗଣନାଟ୍ୟ ଡ଼ବଲ ସୋ' କରିବା ନେଇ ବିବାଦ ଉପୁଜିଛି । ଏନେଇ ୪ଟି ଯାତ୍ରା ପାର୍ଟି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ଯାତ୍ରା ପାର୍ଟି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ସେହିଭଳି ଆଜି ସପ୍ତମ ସନ୍ଧ୍ୟାରେ ସୋ'ରେ ମା' ମଙ୍ଗଳାରେ ସ୍ଵର୍ଣ୍ଣ ମହଲ, ସାଇ ନୀଳାଦ୍ରିରେ ରଙ୍ଗ ମହଲ, ସନାତନରେ ସୂର୍ଯ୍ୟ ମନ୍ଦିର ଓ ଜୟ ଦୂର୍ଗାରେ ସ୍ବପ୍ନ ମହଲ ଅପେରା ପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.