ETV Bharat / state

BMC ନୋଟିସ; ପୁଣି ତେଜିଲା ଶାନ୍ତିପଲ୍ଲୀ ଆଫୋଡେବଲ୍ ହାଉସିଂ ପ୍ରକଳ୍ପ ବିବାଦ ! - KESARI HOUSING PROJECTS ISSUE

ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତି ନିକଟ କେଶରୀ ହାଉସିଂ ପ୍ରୋଜେକ୍ଟରେ ହିତାଧିକାରୀଙ୍କୁ ନୋଟିସ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । EWS ପ୍ରମାଣପତ୍ର ଦାଖଲ କରିବାକୁ ବିଏମସିର ନୋଟିସ ।

KESARI HOUSING PROJECTS ISSUE
KESARI HOUSING PROJECTS ISSUE (ETV Bharat Odisha)
author img

By ETV Bharat Odisha Team

Published : Nov 6, 2024, 9:20 PM IST

ଭୁବନେଶ୍ବର: ଶାନ୍ତିପଲ୍ଲୀ ଆଫୋଡେବଲ୍ ହାଉସିଂ ପ୍ରକଳ୍ପକୁ ନେଇ ପୁଣି କେଁ । ଘର ଦେଇ ବର୍ଷେ ପରେ ଛାଡିବାକୁ ନୋଟିସ ଦେଲା ବିଏମସି । ହିତାଧିକାରୀଙ୍କ ଆତ୍ମହିତିର ଚେତାବନୀ । ସେପଟେ ବିଏମସି କହିଲା ଯୋଗ୍ୟ ହୋଇଥିଲେ ଘର ହେବନି ନାକଚ । ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତି ନିକଟ କେଶରୀ ହାଉସିଂ ପ୍ରୋଜେକ୍ଟରେ ହିତାଧିକାରୀଙ୍କୁ ନୋଟିସ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ହିତାଧିକାରୀ । ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ଧରି ଉକ୍ତ ସ୍ଥାନରେ ଶାନ୍ତିପଲ୍ଲୀ ବସ୍ତିର ଲୋକମାନେ ଏଠାରେ ରହିଆସୁଥିବା ବେଳେ ପୁଣି ଆର୍ଥିକ ସ୍ଵଚ୍ଛଳତା ନଥିବା ବା EWS ପ୍ରମାଣପତ୍ର ଦାଖଲ କରିବାକୁ ନୋଟିସ୍ କରିଛି ବିଏମସି । ଯାହାକୁ ନେଇ କେଶରୀ ପ୍ରୋଜେକ୍ଟ ସମ୍ମୁଖରେ ହୋହଲ୍ଲା କରିଛନ୍ତି ବାସିନ୍ଦା ।

ବିଡିଏର ଅଚାନକ ଯାଞ୍ଚକୁ ବିରୋଧ:

KESARI HOUSING PROJECTS ISSUE (ETV Bharat Odisha)

ଏନେଇ ବାସିନ୍ଦା କହିଛନ୍ତି,"ଆମେ ଘର ଆଲଟମେଣ୍ଟ ସମୟରେ ସବୁ ପ୍ରମାଣପତ୍ର ଦାଖଲ କରିଛୁ । ସର୍ଭେଠୁ ନେଇ ଆଲଟମେଣ୍ଟ ପର୍ଯ୍ୟନ୍ତ ଏକାଧିକ ଥର କାଗଜପତ୍ର ଦେଇଛୁ ଏବଂ ବାରମ୍ବାର ଯାଞ୍ଚ ହେବା ପରେ ପୁଣି ଥରେ କାହିଁକି ନୋଟିସ କରାଯାଇଛି ।" କିଛି ହିତାଧିକାରୀ ବିଡିଏର ଅଚାନକ ଯାଞ୍ଚ ଓ ନୋଟିସକୁ ନେଇ କ୍ଷୋଭ ପ୍ରକାଶ ସହ ଘର ଯଦି ଦେବାର ନଥିଲା ତେବେ ଦେଉଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ ସାଇକେଲ ମରାମତି ଦୋକାନ କରି ଘର ଚାଳାଉଥିବା ଲୋକଙ୍କୁ କାର ଥିବାନେଇ ନୋଟିସ ଆସିଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ଯଦି ବିଡିଏ ଘର ଛଡେଇ ନବ ତାହାଲେ ଜୀବନ ହାରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଭଡାରେ ଲାଗୁଛି ଆବାସ, ବିଡିଏକୁ ଦୋଷ ଲଦିଲା ବିଏମସି - Awas Houses On Rent

ଏହା ମଧ୍ୟ ପଢନ୍ତୁ...ନ୍ୟାୟ ପାଇଁ ରାଜରାସ୍ତାରେ RI ଓ ଅମିନ ପରୀକ୍ଷାର୍ଥୀ, ରାସ୍ତାରେ ଶୋଇ କଲେ ପ୍ରତିବାଦ

ଏହା ମଧ୍ୟ ପଢନ୍ତୁ...ଆର୍ସେଲର ମିତ୍ତଲ ନିପନ ଷ୍ଟିଲକୁ ନେଇ ଦ୍ୱନ୍ଦ୍ୱ; ବିଜେଡିର ଅଭିଯୋଗ ପରେ ଶିଳ୍ପମନ୍ତ୍ରୀଙ୍କ ଜବାବ

ଏମିତି କହିଲେ କେଶରୀ ହାଉସିଂ ପ୍ରୋଜେକ୍ଟର ଅନ୍ତେବାସୀ:

ସେହିପରି ଆଉ ଜଣେ ହିତାଧିକାରୀ କହିଛନ୍ତି,"ଆମେ ୪୦ ବର୍ଷ ଧରି ବସ୍ତିରେ ଅନେକ କଷ୍ଟ ସହି ରହିଛୁ । ୨୦୧୧ ପରେ ଅନେକ ଯାଞ୍ଚ ଓ ସଂଘର୍ଷକୁ ସାମ୍ନା କରି ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିବାକୁ ମଳିଥିଲା । ହେଲେ ଏହାକୁ ଛଡେଇନେବା ପ୍ରଶାସନ । ଏହା ଆମ ଭଳି ଗରିବ ଖଟିଖିଆଙ୍କୁ ମର୍ମାହତ କରୁଛି । ବାସହୀନ ହେଲା ପରେ ଆମେ ଯିବୁ କୁଆଡେ ? ତେଣୁ ପ୍ରକୃତ ହିତାଧିକାରୀଙ୍କୁ ପ୍ରଶାସନ ନିଜେ ଯାଞ୍ଚ କରି ରଖନ୍ତୁ । "ଅନ୍ୟପଟେ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି,"ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନଙ୍କ ଘର ସେମିତି ରହିବ । ଯେଉଁମାନେ ଆର୍ଥିକ ସ୍ୱଚ୍ଛଳ ବର୍ଗର ଏବଂ ଚଞ୍ଚକତ କରି ଘର ହାତେଇଛନ୍ତି, ସେମାନଙ୍କ ଘର ନାକଚ ହେବ । ଯେଉଁଥିପାଇଁ ନୋଟିସ କରାଯାଇଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.