ETV Bharat / state

Rescue Dog ‘Storm’; ୱାୟନାଡ୍‌ରେ ଅପରେସନ୍ ସାରି ଫେରିଲା 'ଷ୍ଟର୍ମ'; ଏକାକୀ ମାଟି ତଳୁ ଠାବ କରିଛି ୧୫ ମୃତଦେହ - Search And Rescue Dog Storm - SEARCH AND RESCUE DOG STORM

Odisha Police Search And Rescue Dog Storm: ୱାୟନାଡ୍‌ରୁ ଫେରିଲା ବିପର୍ଯ୍ୟୟ ବେଳର ହିରୋ ଷ୍ଟର୍ମ । ଭୂସ୍ଖଳନ ସ୍ଥଳରେ କାର୍ଯ୍ୟଦକ୍ଷତା ପାଇଁ ସାଉଁଟିଛି ଢେର ସାବାସୀ । ଅଧିକ ପଢନ୍ତୁ

Dog Storm
Dog Storm (ETV Bharat Odisha)
author img

By ETV Bharat Odisha Team

Published : Aug 28, 2024, 5:13 PM IST

ବ୍ରହ୍ମପୁର: ବର୍ତ୍ତମାନ ତାର ବୟସ ମାତ୍ର ୭ ବର୍ଷ । ୩ ମାସ ବୟସରୁ ହିଁ ପୋଲିସ ବିଭାଗରେ ଆରମ୍ଭ ହୋଇଯାଇଥିଲା ତାର ସ୍ୱତନ୍ତ୍ର ତାଲିମ ପ୍ରଦାନ କାର୍ଯ୍ୟକ୍ରମ । ସନ୍ଧାନୀ ଓ ଉଦ୍ଧାର କୌଶଳ ଶିଖିବା ସହ ମାଟିତଳୁ କିପରି ମୃତାହାତଙ୍କୁ ଉଦ୍ଧାର କରାଯିବ ସେନେଇ ରାଜ୍ୟରେ ସେ ପାଇଛି ଏକାକୀ ତାଲିମ । ଯେଉଁଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ବାହାରେ ସଫଳତାର ସହ କାର୍ଯ୍ୟ କରି ସେ ସର୍ଚ୍ଚ ଅପରେସନ୍‌ରେ ଓଡିଶା ପୋଲିସ ପାଇଁ ଆଣିଛି ସଫଳତା । ଏହି ସଫଳତାର କାହାଣୀ ଓଡିଶା ପୋଲିସର କୌଣସି ଅଧିକାରୀ କିମ୍ୱା କର୍ମଚାରୀ ନୁହଁନ୍ତି । ଖୋଦ୍ ପୋଲିସର ବ୍ରହ୍ମପୁରରେ ରହୁଥିବା ପୋଲିସ ଡଗ୍ ଷ୍ଟର୍ମର ପ୍ରଥମ ସଫଳତାର କାହାଣୀ ।

Odisha Police Search And Rescue Dog Storm (ETV Bharat Odisha)

ବିପର୍ଯ୍ୟୟ ବେଳର ହିରୋ:
ଗତ ଜୁଲାଇ ୩୦ ତାରିଖ କେରଳର ୱାୟନାଡର ପ୍ରଳୟଙ୍କାରୀ ବାତ୍ୟାରେ ନିଖୋଜମାନଙ୍କୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କୁ ପତ୍ର ଆସିବା ପରେ ଗତ ୪ ତାରିଖରେ ଟ୍ରେନ ଯୋଗେ ୱାୟନାଡରେ ପହଞ୍ଚିଥିଲା ଷ୍ଟର୍ମ । ସାଙ୍ଗରେ ଥିଲେ ବ୍ରହ୍ମପୁର ପୋଲିସ ଜିଲ୍ଲାର ୫ ଜଣ ପୋଲିସ । ଘଟଣାସ୍ଥଳରେ ତାକୁ ନିୟୋଜିତ କରାଯାଇଥିବା ବେଳେ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା ଷ୍ଟର୍ମ । ସେଠାରେ ମାଟିତଳୁ ମୃତାହାତଙ୍କୁ ଉଦ୍ଧାର କରିବହା ପାଇଁ କେରଳ ପୋଲିସ ସହିତ ଭାରତୀୟ ସେନାର ଉଭୟ ସ୍ଥଳ ଓ ନୈସେନା ସହିତ ଏନ୍‌ଡିଆରଏଫର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ସେମାନଙ୍କ ସହ ସାମିଲ ହୋଇଥିଲା ଷ୍ଟର୍ମ । ଭୂସ୍ଖଳନ ସ୍ଥାନରେ ମାଟିତଳେ ଚାପି ହୋଇ ରହିଥିବା ମୃତଦେହକୁ ସର୍ଚ୍ଚ ଅପରେସନ୍‌ରେ ଗୋଟିଏ ପରେ ଗୋଟିଏ ସ୍ଥାନରେ ଶୁଙ୍ଘି ବାହାର କରିବା ତାର ପୂର୍ବତାଲିମ ଅନୁଯାୟୀ ସେହି ସ୍ଥାନରେ ବସି ରହିବା, ମାଟିତଳେ ମୃତଦେହ ରହିଥିବା ସନ୍ଦେହ କରିବା ପରେ ସେଠାରେ ଭୁକିବା ଆରମ୍ଭ କରୁଥିଲା ଷ୍ଟର୍ମ । ଏଭଳି ଭାବରେ ଟ୍ରେନରକୁ ସଂକେତ ଦେବା ପରେ ସେଠାରୁ ଏନ୍‌ଡିଆରଏଫ୍ ତରଫରୁ ଜେସିବି ଲଗାଇ ମୃତଦେହ ଉଦ୍ଧାର କରାଯାଉଥିଲା ।

ଏକାକୀ ଠାବ କରିଛି ୧୨ରୁ ୧୫ ମୃତଦେହ:

ଏଭଳି ଭାବରେ କେଉଁଦିନ ୪ ଜଣ ତ ଅନ୍ୟ କେଉଁ ଦିନ ୫ ଜଣଙ୍କ ମୃତଦେହର ସନ୍ଧାନ କରୁଥିସା ଷ୍ଟର୍ମ । ଏଭଳି ପ୍ରାୟ ୪ କିଲୋମିଟର ଅଞ୍ଚଳରେ ବୁଲି ବୁଲି ମାଟି ତଳେ ରହିଥିବା ୧୨ରୁ ୧୫ ଗୋଟି ମୃତଦେହକୁ ଉଦ୍ଧାର କରିବାରେ ସହାୟତା କରିଥିଲା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ । ଏପରିକି ପଥର ମଧ୍ୟରେ ଘରର ଭଗ୍ନାବଶେଷ ସ୍ଥାନରେ, ମାଟି ତଳେ ପ୍ରାୟ ୫ରୁ ୬ ପୁଟ ଗଭୀର ମଧ୍ୟରେ ଦବି ଯାଇଥିବା ମୃତଦେହ ଠାବ କରିବାରେ ଷ୍ଟର୍ମର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୱାୟନାଡରେ ପ୍ରାୟ ୧୮ ଦିନ ଧରି ଭୂସ୍ପଳନ ଅଞ୍ଚଳରେ ରହିବା ପରେ ନିଜର ସର୍ଚ୍ଚ ଅପରେସନ୍ ଶେଷ କରି ଷ୍ଟର୍ମକୁ ଧରି ବ୍ରହ୍ମପୁର ଫେରିଛନ୍ତି ୫ ଜଣିଆ ଟିମ୍ । ଆଉ ବଖାଣିଛନ୍ତି ପ୍ରଥମଥର ପାଇଁ ଏଭଳି ଭୂସ୍କଳନରେ ନିୟୋଜିତ ହୋଇଥିବା ଷ୍ଟମ୍ ର ସଫଳତାର କାହାଣୀ । ଷ୍ଟର୍ମର ଏହି କାର୍ଯ୍ୟକୁ ସେଠାକାର ଅଧିକାରୀମାନେ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ବୋଲି କହିଛନ୍ତି ଷ୍ଟର୍ମ ସହ ଯାଇଥିବା ପୋଲିସ କର୍ମଚାରୀ ।

ସାବାସ ଷ୍ଟର୍ମ:

ଏନେଇ ଷ୍ଟର୍ମ ଟ୍ରେନର୍‌ ପ୍ରହଲ୍ଲାଦ ନାୟକ କହିଛନ୍ତି, "ୱାୟନାଡରେ ମାଟିତଳା ମୃଦଦେହ ଦବିଯାଇଥିବା ସ୍ଥାନରେ ଶୁଙ୍ଘି ଲାଞ୍ଜ ହଲାଇବା, ଭୁକିବା ଭଳି ସଂକେତ ଦେଉଥିଲେ । ଏହାପରେ ଆମେ ଜେସିବି ଡାକି ଖୋଳି ସେଠାରୁ ମୃତଦେହ ବାହାର କରୁଥିଲୁ । ସନ୍ଧ୍ୟାରେ ଆମକୁ ରିପୋର୍ଟ ଆସୁଥିଲା ଷ୍ଟର୍ମ ଚିହ୍ନଟ କରିଥିବା ସ୍ଥାନରୁ ୧ରୁ ୨ ଟି ମୃତଦେହ ମିଳିଛି । ଏଭଳି ଭାବରେ ଆମେ ୫ରୁ ୬ ଦିନ ଅପରେସନ୍ଂ କରିବା ପରେ ୧୨ରୁ ୧୫ ମୃତଦେହ ଠାବ କରିଛି । କେରଳ ଆଇଜି ଷ୍ଟର୍ମ ସହ ଆମ କାର୍ଯ୍ୟ ପାଇଁ ଆମକୁ ଢେର ପ୍ରଶଂସା କରିଛନ୍ତି ।"

ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ସଶକ୍ତ କରିଛି ଷ୍ଟର୍ମ:

ଗତ ୫ରୁ ୬ବର୍ଷ ଧରି ପ୍ରଥମେ କଟକ ପରେ ଫୁଲବାଣୀ ଏବଂ ବର୍ତ୍ତମାନ ବ୍ରହ୍ମପୁର ପୋଲିସରେ ରହିଆସୁଥିବା ସନ୍ଧାନୀ କୁକୁର ‘ଷ୍ଟର୍ମ’ର ନିୟମିତ ତାଲିମ୍ ସାଙ୍ଗକୁ ସ୍ୱତନ୍ତ୍ର ଭାବରେ ସମୟ ଅନୁଯାୟୀ ଖାଦ୍ୟ ପ୍ରଦାନ କରାଯାଉଛି । ସର୍ଚ୍ଚ ଏଣ୍ଡ ରେସ୍କ୍ୟୁ କରିବାରେ ସେ ଅଧିକ ମାତ୍ରାରେ ସକ୍ରିୟ ରହିଥିବାରୁ ତାର ଏଭଳି ନାମକରଣ ହୋଇଛି । ରାଜ୍ୟର ଅନ୍ୟ ସ୍ଥାନରେ ସର୍ଚ୍ଚ ଏଣ୍ଡ ରେସ୍କ୍ୟୁ ରହିଥିବା ବେଳେ କାଡଭୋର ସଂଖ୍ୟା ଦେଶରେ ବହୁତ କମ୍ ରହିଥିବା ବେଳେ ସେଥି ମଧ୍ୟରେ ଷ୍ଟମ୍ ଅନ୍ୟତମ । ଷ୍ଟର୍ମ ପାଇଁ ଓଡ଼ିଶା ପୋଲିସର ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ବେଶ୍ ସଶକ୍ତ ହୋଇଛି । ସେପଟେ କେରଳରେ ମାଟି ତଳେ ରହିଥିବା ମୃତଦେହକୁ ଠାବ କରିବାରେ ଷ୍ଟର୍ମ ସଫଳ ହେବା ପରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କ୍ଷେତ୍ରରେ ଏଭଳି ପୋଲିସ କୁକୁରର ଭୂମିକାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ୱାୟନାଡ ଗ୍ରାଉଣ୍ଡ ଜିରୋରେ ପ୍ରଧାନମନ୍ତ୍ରୀ ମୋଦି: ଆକାଶମାର୍ଗରୁ ଦେଖିଲେ, ଘଟଣାସ୍ଥଳ ବୁଲିଲେ - PM Modi in Wayanad landslide spot

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.