ETV Bharat / state

ଫେଲ ମାରିଲା ରଡାର; ସ୍ୱାଧୀନଙ୍କୁ ଖୋଜିବାରେ ଶେଷ ଭରସା ବ୍ଲଡ଼ ସାମ୍ପଲିଙ୍ଗ, ସୁସ୍ଥ ହେଉଛନ୍ତି ସ୍ବୀକୃତି - odisha parivar director - ODISHA PARIVAR DIRECTOR

Army radar failed to trace odia doctor Swadhin panda, last option blood sampling: ସ୍ୱାଧୀନଙ୍କୁ ଖୋଜିବା ଲାଗି କେରଳ ସରକାର, ଜିଲ୍ଲା ପ୍ରଶାସନର ପଦକ୍ଷେପରେ ଆମେ ସନ୍ତୁଷ୍ଟ ଅଛୁ । କାରଣ ସେମାନେ ସମସ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ସ୍ୱାଧୀନଙ୍କ ଭଉଣୀଙ୍କର ଏନେଇ ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି ବୋଲି କହିଛନ୍ତି ଓଡିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ।

odisha parivar director dilip routray
odisha parivar director dilip routray (Etv Bharat)
author img

By ETV Bharat Odisha Team

Published : Aug 6, 2024, 8:55 PM IST

ଭୁବନେଶ୍ୱର: କେରଳର ୱାୟାନାଡ ଜିଲ୍ଲାରେ ଭୟଙ୍କର ଭୂସ୍ଖଳନରେ 3 ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି ଓଡ଼ିଆ ଡାକ୍ତର ସ୍ୱାଧୀନ ପଣ୍ଡା । ସ୍ୱାଧୀନଙ୍କୁ ଖୋଜିବା ଲାଗି ବ୍ୟବହାର ହୋଇଥିବା ସେନା ରାଡାର ବିଫଳ ହୋଇଛି । ତେଣୁ ସ୍ୱାଧୀନଙ୍କୁ ଖୋଜିବା ଲାଗି ଶେଷ ଭରସା ହେଉଛି ଡିଏନଏ ସାମ୍ପଲିଙ୍ଗ । ଘଟଣାସ୍ଥଳରେ ଥିବା ସ୍ୱାଧୀନଙ୍କ ଭଉଣୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସେପଟେ ସୁସ୍ଥ ହେଉଛନ୍ତି ଡାକ୍ତର ସ୍ୱୀକୃତି ମହାପାତ୍ର । ଏନେଇ ସୂଚନା ଦେଇଛନ୍ତି ଓଡିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ।

odisha parivar director Dilip Routray (ETV Bharat Odisha)

ସ୍ୱାଧୀନଙ୍କୁ ଖୋଜିବାରେ ବିଫଳ ହେଲା ରାଡାର :-
ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ । ସ୍ୱାଧୀନଙ୍କୁ ଖୋଜିବା ଲାଗି ତିନି ଦିନ ତଳେ ଭାରତୀୟ ସେନା ପକ୍ଷରୁ ହାଇଟେକ ରାଡାର ମଗାଯାଇଥିଲା । ରାଡାର ଜରିଆରେ ଗତ ଦୁଇ ଦିନ ହେଲା ସ୍ୱାଧୀନଙ୍କୁ ବହୁତ ଖୋଜାଖୋଜି ହୋଇଛି । ହେଲେ କୌଣସି ସୁଫଳ ମିଳିପାରିନାହିଁ । ଆଜି ମଧ୍ୟ ସ୍ୱାଧୀନଙ୍କ ଖୋଜାଖୋଜି ଚାଲିଛି । ଭଗବାନଙ୍କ ଆଶୀର୍ବାଦ ଥିଲେ ନିଶ୍ଚୟ ମିଳିବେ ।

ଡିଏନଏ ସାମ୍ପଲିଙ୍ଗ ଲାଗି ଭଉଣୀ ଦେଲେ ନମୁନା :-
ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ସ୍ୱାଧୀନଙ୍କ ବଡ଼ ଭଉଣୀ । ଡିଏନଏ ପରୀକ୍ଷା ପାଇଁ ସ୍ୱାଧୀନଙ୍କ ବଡ଼ ଭଉଣୀ ରାଜି ହୋଇଛନ୍ତି । ଡିଏନଏ ସାମ୍ପଲିଙ୍ଗ ପାଇଁ ଆଜି ସ୍ୱାଧୀନଙ୍କ ଭଉଣୀ ରକ୍ତ ନମୁନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଡିଏନଏ ସାମ୍ପଲିଙ୍ଗ କରିବେ । କାଲି ସୁଦ୍ଧା ଡିଏନଏ ସାମ୍ପଲିଙ୍ଗର ରିପୋର୍ଟ ଆସିଯିବ । ଡିଏନଏ ସାମ୍ପଲିଙ୍ଗ ମିଳିଥିବା ମୃତଦେହ ସହ ମ୍ୟାଚିଂ କରିବେ ।

ଉଦ୍ଧାର କାର୍ଯ୍ୟରେ ଓଡିଶା ଓ ପରିବାର ଲୋକ ସନ୍ତୁଷ୍ଟ:-
"ଗତକାଲି ପ୍ରାୟ 70 ଅଜଣା ମୃତ ଦେହର ଦାହ କାର୍ଯ୍ୟ ହୋଇଛି । ଗତ ଦୁଇ ଦିନ ହେଲା ବହୁତ କମ ସଂଖ୍ୟାର ମୃତ୍ୟୁ ଦେହ ମିଳିଛି । ସେହି ମୃତ ଦେହକୁ ସ୍ୱାଧୀନଙ୍କ ସହ ଚିହ୍ନଟ କରି ହେଉନାହିଁ । କେରଳ ସରକାର, ଜିଲ୍ଲା ପ୍ରଶାସନର ପଦକ୍ଷେପରେ ଆମେ ସନ୍ତୁଷ୍ଟ ଅଛୁ । କାରଣ ସେମାନେ ସମସ୍ତେ ପ୍ରଚେଷ୍ଟା ଜାରୀ ରଖିଛନ୍ତି । ସ୍ୱାଧୀନଙ୍କ ଭଉଣୀଙ୍କର ଏନେଇ ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି । ମୁଁ ଗ୍ରାଉଣ୍ଡ ଜିରୋକୁ ଯାଇଥିଲି । ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ନିଜେ ଦେଖିଛି । ସବୁ ପ୍ରଚେଷ୍ଟା ଚାଲିଛି । ସବୁ ପ୍ରଚେଷ୍ଟା ଯେତେବେଳେ ବିଫଳ ହେଉଛି, ତେଣୁ ଭଗବାନଙ୍କ ଉପରେ ଛାଡି ଦେଇଛୁ । ସ୍ୱାଧୀନଙ୍କ ଭଉଣୀ ଆଜି ଓ କାଲି ରହିବେ । ତା'ପରେ ନିଷ୍ପତ୍ତି ନେବେ । କାରଣ କେରଳ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି," ବୋଲି କହିଛନ୍ତି ଓଡିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ।

ଏହା ବି ପଢନ୍ତୁ- କେରଳ ୱାୟାନାଡ ଭୂସ୍ଖଳନ: ଗ୍ରାଉଣ୍ଡ ଜିରୋ ଗଲା ଓଡିଶା ସନ୍ଧାନୀ କୁକୁର ‘ଷ୍ଟର୍ମ’, ମାଟିତଳୁ ଖୋଜିବ ମଣିଷ - Odisha police dog Storm in kerala

ସୁସ୍ଥ ହେଉଛନ୍ତି ଡାକ୍ତର ସ୍ୱୀକୃତି ମହାପାତ୍ର:-
ସେହିପରି ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି । ଆଇସିୟୁରେ ଚିକିତ୍ସିତ ଥିବା ସ୍ୱୀକୃତି ଏବେ ଭେଣ୍ଟିଲେଟରୁ ବାହାରି ସାରିଛନ୍ତି । ଆଜି ସେ ସ୍ୱଳ୍ପ ତରଳ ଖାଦ୍ୟ ଗ୍ରହଣ କରିଛନ୍ତି । ସ୍ୱୀକୃତି ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି । କିନ୍ତୁ ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଛି । ଆସନ୍ତାକାଲି ତାଙ୍କୁ ଆଇସିୟୁରୁ ବାହାର କରାଯିବ । ସାଧାରଣ ୱାର୍ଡକୁ ଅଣାଯିବ । କିନ୍ତୁ ସେ ଡିସଚାର୍ଜ ହେବା ସ୍ଥିତି ତାଙ୍କର ହୋଇନାହିଁ । ପରିବାର ଲୋକ ତାଙ୍କୁ ଘରକୁ ଆଣିବା ଲାଗି ବ୍ୟସ୍ତ ହେଉଛନ୍ତି । ତେଣୁ ନିଜସ୍ୱ ରିସ୍କରେ ନେଉଛୁ ବୋଲି ହସ୍ପିଟାଲରେ ଅଣ୍ଡରଟେକିଙ୍ଗ ଦେଇ ଆଣିବାକୁ ପଡିବ । ସେ ସୁସ୍ଥ ହୋଇ ଆସୁଥିବାରୁ ସମସ୍ତଙ୍କ ଲାଗି ଖୁସି ଖବର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.