ETV Bharat / state

ବିଜେପି ମୁହାଁ ବିଜେଡି ନେତା, ପଦ୍ମ ଧରିଲେ ସଦର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ - bjp mishrana parva

author img

By ETV Bharat Odisha Team

Published : Aug 17, 2024, 8:14 PM IST

BJP MISHRANA PARVA: କେନ୍ଦୁଝର ବିଜେଡ଼ିକୁ ଲାଗିଛି ଶକ୍ତ ଧକ୍କା । ବିଜେପିରେ ଯୋଗଦେଲେ କେନ୍ଦୁଝର ସଦର ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସହ ୭ଜଣ ସମିତି ସଦସ୍ୟ ଓ ବହୁ ସରପଞ୍ଚ । ସେପଟେ ସ୍ଥାନୀୟ ଅଞ୍ଚଳରେ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

BJP MISHRANA PARVA
BJP MISHRANA PARVA (ETV Bharat Odisha)

କେନ୍ଦୁଝର: ଭୁଶୁଡ଼ୁଛି କେନ୍ଦୁଝର ବିଜେଡ଼ି । ପଦ୍ମ ଧରିଲେ ସଦର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବହୁ ନିର୍ବାଚିତ ପ୍ରତିନିଧି । ଦିନକୁ ଦିନ ବିଜେଡି ଗଡ଼ ଭାଙ୍ଗିବାରେ ଲାଗିଛି । ବିଜେପି ଶାସନକୁ ଆସିବା ପରେ ଧିରେ ଧିରେ ବହୁ ବିଜେଡି ନେତା ଓ କର୍ମୀ ଏବେ ବିଜେପି ମୁହାଁ ହେଉଛନ୍ତି । ବିଜେପିରେ ଯୋଗଦାନ କରିବା ସହ ବିଜେପି ସଙ୍ଗଠନ ନିଜକୁ ସାମିଲ କରୁଛନ୍ତି । ଏହି କ୍ରମରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଦର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବହୁ ବିଜେଡି ନେତା ବିଜେପି ମୁହାଁ ହେଉଛନ୍ତି ।

ବିଜେପିର ମିଶ୍ରଣ ପର୍ବ:

BJP MISHRANA PARVA (ETV Bharat Odisha)

ଆଜି ସଦର ବିଜେଡିକୁ ଲାଗିଛି ବଡ ଝଟକା । ବିଜେଡି ୭ଜଣ ସମିତି ସଦସ୍ୟ, ୧୫ ଜଣ ସରପଞ୍ଚଙ୍କ ସହ ବହୁ ତୁଙ୍ଗ ବିଜେଡି ନେତା ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ବିଜେଡି ବରିଷ୍ଟ ନେତା ତଥା ବ୍ଲକ ଓ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଜଗନ୍ନାଥ ସିଂହ ସହ ୭ ଜଣ ସମିତିସଭ୍ୟଙ୍କ ସହ ୧୫ ଜଣ ସରପଞ୍ଚ ବିଜେପିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ.....'ହଙ୍ଗାମା କରି 2 ମିନିଟର ହେଡଲାଇନ ହୁଅନ୍ତୁ ନାହିଁ; ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ' - Odisha New MLAs Training programme

ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଦାବି:

ଏହି ମିଶ୍ରଣ ପର୍ବ ସମୟରେ ବିଜେପିର ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ,ରମେଶ ପ୍ରଧାନ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ତଥା ମଣ୍ଡୁଆ ସମିତିସଭ୍ୟା କିରଣବାଳା ନାୟକ , ସଂଯୋଜକ ବିବେକାନନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ସମୟରେ ସଦର ବ୍ଲକ ଅଞ୍ଚଳରେ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଏଭଳି ଆହୁରି ବିଜେଡି ନେତା ବିଜେପିରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ।

ଇଟିଭି ଭାରତ,କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.