ETV Bharat / state

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠୁ ନେଉଥିଲେ ଲାଞ୍ଚ

Head master in Vigilance net: 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଧରାପଡିଲେ ପ୍ରଧାନ ଶିକ୍ଷକ ନିରଞ୍ଜନ ପତି । ହାଉସ ବିଲ୍ଡିଂ ଲୋନ୍ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନେଉଥିଲେ ଲାଞ୍ଚ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 10, 2024, 3:21 PM IST

Head master in Vigilance net
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ
ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

କେନ୍ଦ୍ରାପଡା: ଭିଜିଲାନ୍ସ ପଞ୍ଝାରେ ପ୍ରଧାନ ଶିକ୍ଷକ । ଲାଞ୍ଚ ନେବା ବେଳେ ଧରା ପଡିଲେ କେନ୍ଦ୍ରାପଡା ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ପତି । ଲୋନ୍ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ମୁତାବକ ସ୍କୁଲରେ ପହଞ୍ଚି ଲାଞ୍ଚ ନେବା ସମୟରେ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ଭିଜିଲାନ୍ସ ପଞ୍ଝାରେ ଧରା ପଡିଥିବା ସରକାରୀ କର୍ମଚାରୀ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ପତି । ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡୁଙ୍କର ହାଉସ ବିଲ୍ଡିଂ ଲୋନ୍ କାଗଜପତ୍ରରେ ଦସ୍ତଖତ କରିବା ପାଇଁ ତାଙ୍କ ଠାରୁ ପ୍ରଧାନ ଶିକ୍ଷକ ନିରଞ୍ଜନ ୫ ହଜାର ଟଙ୍କା ଲାଞ୍ଚ ପାଇଁ ଦାବି କରିଥିଲେ । ତେବେ ଏନେଇ ସନ୍ତୋଷ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ପ୍ରଧାନ ଶିକ୍ଷକଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ତେବେ ପୂର୍ବ ଯୋଜନା ମୁତାବକ ଆଜି (ଶନିବାର) ସକାଳୁଆ ବିଦ୍ୟାଳୟ ଚାଲୁଥିବା ବେଳେ ସନ୍ତୋଷ ତାଙ୍କ ହାଉସ ବିଲ୍ଡିଂ ଲୋନ କାଗଜପତ୍ର ସହ ରଙ୍ଗ ବୋଳା ୫୦୦ଟଙ୍କିଆ ୧୦ଟି ନୋଟ ନେଇ ପ୍ରଧାନ ଶିକ୍ଷକଙ୍କୁ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ..ଅପରେସନ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଡାକ୍ତର

ଏହି ଟଙ୍କାକୁ ପ୍ରଧାନଶିକ୍ଷକ ନେଇ ରଖିବା ସମୟରେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା । ଲାଞ୍ଚ ନେବା ଅଭିଯୋଗ ଆଧାରରେ ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କୁ କାବୁ କରି ତଦନ୍ତ ପାଇଁ ଉଭୟ ପ୍ରଧାନ ଶିକ୍ଷକ ନିରଞ୍ଜନ ପତି ଓ ଅଭିଯୋଗକାରୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡୁଙ୍କୁ ଭିଜିଲାନ୍ସ ମୁଖ୍ୟାଳୟ କଟକ ନେଇଥିବା ସୂଚନା ମିଳିଛି । ଏଥିସହ ପ୍ରଧାନଶିକ୍ଷକଙ୍କ ଲାଞ୍ଚ ଟଙ୍କା ସହ ଆଉ କିଛି ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଏନେଇ ଭିଜିଲାନ୍ସର ପ୍ରତିକ୍ରିୟା ମିଳିପାରିନାହିଁ ।

ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ସନ୍ତୋଷ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ସମୟରେ ତାଙ୍କୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆକ୍ରୋଶର ଶିକାର ହୋଇ ବଦଳି ହେବାକୁ ପଡିଥିଲା । ତେବେ ଏହି ବଦଳି ଆଦେଶ ରୋକିବା ପାଇଁ ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂହ ତାଙ୍କ ଠାରୁ ଜୁଲାଇ ୨୭,୨୦୨୨ ମସିହାରେ ନିଜ ସରକାରୀ ବାସଭବନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ।

ସନ୍ତୋଷଙ୍କ ପ୍ରତିକ୍ରିୟା ଅନୁଯାୟୀ, ତାଙ୍କର ୪ ଲକ୍ଷ ୫୮ ହଜାର ଟଙ୍କାର ହାଉସ ବିଲ୍ଡିଂ ଲୋନ ମଞ୍ଜୁର ହୋଇଥିବା ବେଳେ ଏଥିରେ ଦସ୍ତଖତ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଧାନଶିକ୍ଷକ । ତେବେ ଆଜିର ଏହି ଭିଜିଲାନ୍ସ ଧରାଇବା ଘଟଣା ପରେ ପ୍ରଧାନ ଶିକ୍ଷକ ଓ ଅନ୍ୟ କିଛି କର୍ମଚାରୀ ତାଙ୍କୁ ଗାଳିଗୁଲଜ କରିବା ସହ ଅସାମାଜିକ ଲୋକଙ୍କ ଦ୍ୱାରା ହତ୍ୟା କରିବେ ବୋଲି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.