କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଉଦଯାପିତ ହୋଇଯାଇଛି ଚତୁର୍ଥ ସାହିତ୍ୟ ଉତ୍ସବ । 2ଦିନ ଧରା ଏହି ଉତ୍ସବ ଚାଲିଥିଲା । ଦ୍ବିତୀୟ ଦିନ ଅର୍ଥାତ ରବିବାର ମମତା ଶତପଥୀଙ୍କ ପୁସ୍ତକ “ନିର୍ବାଣ”କୁ ଉପସ୍ଥିତ ଅତିଥି ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଶିଷ୍ଠ ସହିତ୍ୟିକ ସାତକଡି ହୋତାଙ୍କ ପରଲୋକରେ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ସୁନନ୍ଦା ପ୍ରଧାନଙ୍କ ସଂଯୋଜନାରେ “ଗପର ଗବାକ୍ଷ ବିବର୍ତ୍ତିତ ଗାଁ” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ବିଷ୍ଣୁ ସାହୁ, ରବି ପଣ୍ଡା, ହୀରଣ୍ମୟୀ ମିଶ୍ର, ପଦ୍ମକାନ୍ତ ଧଳ ଓ ନୀଳମଣି ଲେଙ୍କା ପ୍ରମୁଖ ଭାଗ ନେଇଥିଲେ। ପରେ ପରେ କବୟିତ୍ରୀ ନବଜ୍ୟୋତୀ ରାଏଙ୍କ ସଂଯୋଜନାରେ ଅଶାନ୍ତ ପୃଥିବୀ:କବିତାରେ “ପଦ୍ମତୋଳା” ଶୀର୍ଷକ ଆଲୋଚନାରେ ବିରଜା ବଳ, ଅଭୟ ନାୟକ, ପ୍ରେମାନନ୍ଦ ଖଣ୍ଡୁଆଳ, ପ୍ରମୋଦ ମଲ୍ଲିକ, ବାଦଲ ମହାନ୍ତି, ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ଭାଗ ନେଇଥିଲେ।
ଏହା ମଧ୍ଯ ପଢନ୍ତୁ-'ସୋଆ' ସାହିତ୍ୟ ଉତ୍ସବ: ଯୁବପୀଢିଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ମୂଳ ଲକ୍ଷ୍ୟ
ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆରଡିସି ତଥା ବିଶିଷ୍ଟ କବି ରଞ୍ଜନ ଦାସ ଯୋଗଦେଇ କହିଥିଲେ, '' ସାହିତ୍ୟ ସମାଜକୁ ରୁଦ୍ଧିମନ୍ତ ଓ ରଙ୍ଗମୟ କରେ, ଜଣେ ସାହିତ୍ୟିକ ବା କବି ସୃଷ୍ଟିକୁ ସୌନ୍ଦର୍ଯ୍ୟମୟ କରାଏ । ପ୍ରତ୍ୟେକ ଲୋକ ନିଜସ୍ୱ ବାଟରେ ଆଗକୁ ଯାଆନ୍ତି । ତେବେ ସବୁ ପରିସ୍ଥିତିରେ ଜଣେ ମଣିଷ ନିଜ ହୃଦୟକୁ ସୁନ୍ଦର କରିବାର ଆବଶ୍ୟକତା ରହିଛି । ''
ଏହା ମଧ୍ୟ ପଢନ୍ତୁ-ସ୍କୁଲରେ ହେବ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ; ଖର୍ଚ୍ଚ ହେବ ୬ କୋଟି
ଏହା ମଧ୍ୟ ପଢନ୍ତୁ-ତୃତୀୟ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ, ଯୋଗ ଦେଇଥିଲେ ବରେଣ୍ୟ ସାହିତ୍ୟିକ
ମୁଖ୍ୟ ବକ୍ତାଭାବେ ବରିଷ୍ଠ ପ୍ରଶାସକ ତଥା କବି ପ୍ରଦୀପ ବିଶ୍ୱାଳ ଯୋଗ ଦେଇ କହିଥିଲେ, '' ସାହିତ୍ୟ ମଣିଷକୁ ଶକ୍ତି ଦେଇଛି, ଜୀବନକୁ ଅର୍ଥପୂର୍ଣ୍ଣ କରିଛି, ସାହିତ୍ୟ ବଞ୍ଚିବାକୁ ସାହାରା ଦିଏ ଓ ମାର୍ଗ ଦେଖାଏ। '' କେନ୍ଦ୍ରାପଡ଼ା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୌଧୁରୀ ଅମିତାଭ ଦାସଙ୍କ ସଭାପତିତ୍ୱରେ ଏହି ସାହିତ୍ୟ ସଭାରେ ପ୍ରଖ୍ୟାତ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା ଉପସ୍ଥିତ ରହି ଉଦଯାପନୀ ଅଭିଭାଷଣ ଦେଇଥିଲେ । କଥାକାର ତଥା କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସର ଉପଦେଷ୍ଟା ବିରଜା ରାଉତରାଏ ଉପସ୍ଥିତ ଥିଲେ। ଆୟୋଜିତ ସାହିତ୍ୟ କ୍ୱିଜକୁ ପ୍ରତିଭାମୟୀ ଦାସ୍, ଆଶୁତୋଷ ରାଉତ, ଗିରିଜାକାନ୍ତ ଦାସ, ଶ୍ରୀଧର ବେହେରା ଓ ରାଜେଶ କୁମାର ସେଠୀ ପରିଚାଳନା କରିଥିଲେ।
ଇଟିଭି ଭାରତ, କେନ୍ଦ୍ରାପଡା