ETV Bharat / state

୯୩ ବର୍ଷ ବୟସରେ ନ୍ୟାୟିକ ଲଢେଇ ବିଜୟୀ ହେଲେ, ଏବେ ବି ସନ୍ଦେହରେ ପେନସନ ଓ ଏରିଅର ଟଙ୍କା - Kendrapara Elderly Woman Hara Sahoo - KENDRAPARA ELDERLY WOMAN HARA SAHOO

Kendrapara Elderly Woman Hara Sahoo: ମୃତ ସ୍ୱାମୀଙ୍କ ପେନସନ ଟଙ୍କା ପାଇଁ 93 ବର୍ଷ ବୟସର ବୁଦ୍ଧା ଲଢ଼ୁଛନ୍ତି ନ୍ୟାୟିକ ଲଢେଇ । ଏକମାସ ସମୟ ମଧ୍ୟରେ ପେନସନ ଓ ଏରିଅର ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଅଧିକ ପଢ଼ନ୍ତୁ

ପେନସନ ପାଇଁ ୯୩ ବର୍ଷିୟା ବୃଦ୍ଧାଙ୍କ ନ୍ୟାୟିକ ଲଢେଇ

author img

By ETV Bharat Odisha Team

Published : Mar 26, 2024, 8:39 PM IST

ପେନସନ ପାଇଁ ୯୩ ବର୍ଷିୟା ବୃଦ୍ଧାଙ୍କ ନ୍ୟାୟିକ ଲଢେଇ

କେନ୍ଦ୍ରାପଡ଼ା: ବୟସର ଅପରାହ୍ନରେ ମୃତ ସ୍ୱାମୀଙ୍କ ପେନସନ ଟଙ୍କା ପାଇଁ ଲଢ଼ୁଛନ୍ତି ନ୍ୟାୟିକ ଲଢେଇ । ବୟସ ୯୩ ଟପିଲାଣି । ଭଲ କରି ଶୁଣି ପାରୁନାହାନ୍ତି, ହେଲେ ଏବେ ମଧ୍ୟ ନ୍ୟାୟ ପାଇବା ପାଇଁ କୋର୍ଟର କାଠଗଡାରେ ଛିଡା ହେବାକୁ ପ୍ରସ୍ତୁତ କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକର ହାର ସାହୁ । ସ୍ବାମୀଙ୍କ ମୃତ୍ୟୁକୁ ଦୀର୍ଘ ୪୬ ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ପେନସନ ଟଙ୍କା ମିଳିପାରିନାହିଁ । ଯାହାକୁ ନେଇ ଦୀର୍ଘଦିନ ଧରି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ତ ହେବା ପରେ ଗତ ୨୨ ତାରିଖ ଦିନ ଉଚ୍ଚ ନ୍ୟାୟାଳୟ ବୃଦ୍ଧାଙ୍କୁ ଏକମାସ ସମୟ ମଧ୍ୟରେ ପେନସନ ଓ ଏରିଅର ଟଙ୍କା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ପଲେଇ ପଞ୍ଚାୟତର ପଲେଇ ଗାଁ (କନ୍ଦରପୁର)ର ବେଣୁଧର ସାହୁ ୧୯୭୧ ମସିହାରେ ଶିକ୍ଷକ ଭାବରେ ତାଙ୍କର ଚାକିରୀ ଜୀବନ କେନ୍ଦ୍ରାପଡା ବ୍ଳକ ସ୍ଥିତ ଦୁହୁରିଆର ରତ୍ନାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିଥିଲେ । ସେ ସମୟରେ ତାଙ୍କର ମାସିକ ଦରମା ଥିଲା ୮୦ ଟଙ୍କା । ତେବେ ୧୯୭୭ ମସିହାରେ ବେଣୁଧରଙ୍କୁ ୫୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ହୋଇଥିଲା । ଏହାପରେ ବେଣୁଧରଙ୍କ ପତ୍ନୀ ହାର ସାହୁ ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ ପାଇଁ ତତ୍କାଳୀନ କଟକ ସିଆଇ ଅଫିସ ଦୌଡିଥିଲେ ହେଁ ନିରାଶ ହୋଇଥିଲେ । ପରେ ୨୦୦୦ ମସିହାରୁ ଏଯାବତ ବିଭିନ୍ନ ଫୋରମରେ ସ୍ୱାମୀଙ୍କ ପେନସନ ପାଇବା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳି ନଥିଲା । ପରେ ବାଧ୍ୟ ହୋଇ ୨୦୨୩ ମସିହାରେ ହାର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ କର୍କଟରେ ପୀଡିତ ପୁଅ, ସହାୟତା ପାଇଁ ବୃଦ୍ଧା ମାଆର ଆକୁଳ ନିବେଦନ

ସେପଟେ ଉଚ୍ଚ ନ୍ୟାୟାଳୟ ବୃଦ୍ଧାଙ୍କ ବୟସକୁ ବିଚାରକୁ ନେଇ ଏହି ମାମଲାକୁ ଶୁଣାଣି କରି ଗତବର୍ଷ ନଭେମ୍ବର ୧୫ ତାରିଖରେ ହାରଙ୍କୁ ସ୍ୱାମୀଙ୍କ ମୃତ୍ୟୁ ପରର ଏରିଅର ଟଙ୍କା ଓ ପେନସନ ୨ ମାସ ସମୟସୀମା ମଧ୍ୟରେ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ଅବମାନନା କରି ହାରଙ୍କୁ ତାଙ୍କର ପ୍ରାପ୍ୟ ନଦେବାରୁ ପୁଣିଥରେ ବୃଦ୍ଧା ଜଣଙ୍କ ଜିଲ୍ଲା ପ୍ରଶାସନ ବିରୋଧରେ ଅଦାଲତ ଅବମାନନା ମାମଲା କରିଥିଲେ । ଯାହାକୁ ନେଇ ହାଇକୋର୍ଟ ଗତ ୨୨ ତାରିଖ ଦିନ ଏକମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ହାର ସାହୁଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିବା ପରିବର୍ତ୍ତେ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଇଥିବାରୁ ବରିଷ୍ଠ ନାଗରିକ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ବରିଷ୍ଠ ଆଇନଜୀବି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡିବାରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଏନେଇ ମୁହଁ ଖୋଲିନାହାନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.