ETV Bharat / state

ରାଜ୍ୟରେ ଚାଲିଛି ଦେବାଦେବୀ ମନ୍ଦିରର ଉନ୍ନତିକରଣ, ଅବହେଳାର ଶିକାର ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ବଳଦେବଜୀଉ

author img

By ETV Bharat Odisha Team

Published : Jan 30, 2024, 10:50 PM IST

Baladevjew Temple: ସାରା ରାଜ୍ୟରେ ମନ୍ଦିର ଗୁଡିକର ବିକାଶ ପାଇଁ ପ୍ରାଧ୍ୟାନ ଦେଉଛନ୍ତି ରାଜ୍ୟ ସରକାର । ସରକାରଙ୍କ ବିକାଶ ଆଢୁଆଳରେ ରହିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀବଳଦେବଜିଉଙ୍କ ମନ୍ଦିର । ଅଧିକ ପଢ଼ନ୍ତୁ

ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ବଳଦେବଜୀଉ
ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ବଳଦେବଜୀଉ
ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ବଳଦେବଜୀଉ

କେନ୍ଦ୍ରାପଡ଼ା: ସାରା ରାଜ୍ୟରେ ମନ୍ଦିର ଗୁଡିକର ବିକାଶ ପାଇଁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ରଜକୋଷକୁ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି । ରୂପାନ୍ତରିତ ହେଉଛି ରାଜ୍ୟର ସମସ୍ତ ଦେବାଦେବୀଙ୍କ କ୍ଷେତ୍ର ଆଉ ପୀଠ । ତେବେ ଏହାରି ଭିତରେ ସରକାରଙ୍କ ବିକାଶ ଆଢୁଆଳରେ ରହିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀବଳଦେବଜିଉଙ୍କ ମନ୍ଦିର । ଅବଶ୍ୟ 5 ବର୍ଷ ପୂର୍ବେ ସରକାର ମନ୍ଦିର ପାଇଁ ଟଙ୍କା ମଞ୍ଜୁର କରିଥିଲା କିନ୍ତୁ ତାହା ସମୁଦ୍ରକୁ ସଙ୍ଗେ ଭଳି ଥିଲା । ସେପଟେ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ।

ସୂଚନା ଅନୁଯାୟୀ, ୨୦୧୯ ମସିହା ସ୍ନାନ ପୂର୍ଣ୍ଣିମା ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଦ୍ଵିତୀୟ ସର୍ବବୃହତ ଦେବସ୍ଥଳୀ ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ମନ୍ଦିର ଭିତ୍ତିଭୂମିର ବିକାଶ ପାଇଁ ୨ କୋଟି ଟଙ୍କା ପ୍ରକଳ୍ପ ଘୋଷଣା କରିଥିଲେ । ଏହାପରେ ସେହି ବର୍ଷ ନଭେମ୍ବର ୫ ତାରିଖରେ ଆଉ ସାଢ଼େ ଆଠକୋଟି ଟଙ୍କା ମନ୍ଦିରର ବିକାଶ ପାଇଁ ମଞ୍ଜୁର କରିଥିଲେ । ତେବେ ଅନୁଦାନ ଘୋଷଣାର ୫ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ କାମ କେଉଁଠି ହୋଇଛି ସେନେଇ ପ୍ରଶ୍ନ ଉଠିଛି । ମଞ୍ଜୁର ହୋଇଥିବା ସାଢେ ଦଶକୋଟି ଟଙ୍କାର ସିଂହଭାଗ ଅର୍ଥାତ ଅଢେଇ କୋଟି ଟଙ୍କା ମନ୍ଦିରକୁ ଲାଗି ରହିଥିବା ପୁଷ୍କରିଣୀର ପୁନଃରୁଦ୍ଧାର ଓ ବୋଟିଂ ପାଇଁ ଖର୍ଚ୍ଚ ହେବା ପାଇଁ ବ୍ୟୟବରାଦ ହୋଇଥିବା ବେଳେ ଏହି ପ୍ରକଳ୍ପ ତ ଦୂରର କଥା ପୁଷ୍କରିଣୀ ସଫେଇ ମଧ୍ୟ ଏପର୍ଯ୍ୟନ୍ତ ହୋଇ ପାରିନାହିଁ । ଅନ୍ୟପଟେ ଏହି ପୁଷ୍କରିଣୀକୁ ଦେବୋତ୍ତର ବିଭାଗ କ୍ରୟ କରିବା ପାଇଁ ମନ୍ଦିର ଅର୍ଥରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ସାର ହୋଇଛି ।

ସେପଟେ ଆଧ୍ୟାତ୍ମିକ ପାର୍କ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ମଞ୍ଜୁରୀ ମିଳିଥିବା ବେଳେ ପୁର୍ବରୁ ନିର୍ମାଣ ହୋଇଥିବା ପାର୍କର କାମ କରି ଠିକାଦାର ଛୁ ମାରିଛନ୍ତି । ପ୍ରଥମେ ମଞ୍ଜୁର ହୋଇଥିବା ଦୁଇକୋଟି ଟଙ୍କାରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏହା ଏପର୍ଯ୍ୟନ୍ତ କାମରେ ଲାଗିନାହିଁ । ସେହିପରି ହେରିଟେଜ କଟେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପ ବ୍ଲୁ ପ୍ରିଣ୍ଟରେ ଦେଖାଯାଇଥିବା ବେଳେ ଏହାର ଅବସ୍ଥା ଶୋଚନିୟ । ଏହାସହ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଭିତରେ ଓ ବାହାରେ ୪୮ଟି ସିସିଟିଭି ଖଞ୍ଜା ଯାଇଥିବା ବେଳେ ଏହାର ସ୍ଥାୟୀତ୍ୱ ଓ କାର୍ଯ୍ୟକାରିତା ନେଇ ଚଳିତବର୍ଷ ମକର ସଂକ୍ରାନ୍ତି ଦିନ ମନ୍ଦିରରୁ ଛିନତାଇ ଏହାର ଉଦାହରଣ ଦେଉଛି । କେବଳ ରଥଦାଣ୍ଡ ଆଲୋକୀକରଣ ପାଇଁ ୧୩୬ଟି ବିଦ୍ୟୁତ ଖୁଣ୍ଟ ସମ୍ପୂର୍ଣ୍ଣ ହୋଇଥିବା ଦେଖାଯାଇଛି । ଫୁଟପାଥ ନିର୍ମାଣ, ମନ୍ଦିର ମଧ୍ୟରେ ପଥର ପ୍ୟାକିଂ ସହ ଭିତ୍ତିଭୂମି ସୁଦୃଢ଼ ପାଇଁ କାର୍ଯ୍ୟ ସମାପନ ହୋଇଥିଲେ ମଧ୍ୟ ଭକ୍ତଙ୍କ ଆଗମନ ହେଲେ ଏହା କିପରି କାର୍ଯ୍ୟକ୍ଷମ ହେଉଛି ତାହା ସମୟ କହିବ ।

ଅପରପକ୍ଷରେ ମନ୍ଦିର ମଧ୍ୟରେ ଓ ବାହାରେ ଥିବା ସିସିଟିଭି ଗୁଡିକ ଅଚଳ ହୋଇଥିବା ଅଭିଯୋଗ ମଧ୍ୟ କରିଛନ୍ତି ସେବାୟତ । ସମସ୍ତ ସିସିଟିଭି ଅଚଳ ହୋଇଥିବା ବେଳେ ଏହାକୁ ମରାମତି ପାଇଁ ସିସିଟିଭି ଇନଷ୍ଟଲ କରିଥିବା କମ୍ପାନୀକୁ ବାରମ୍ବାର ଚିଠି ଲେଖା ଯାଉଥିବା ବେଳେ କମ୍ପାନୀ ପକ୍ଷରୁ ଏହାର ମରାମତି ଆଉ କରାଯାଇପାରିବ ନାହିଁ ବୋଲି ରୋକଠୋକ କୁହାଯାଇଛି । ସିସିଟିଭି ଗୁଡିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ଆରମ୍ଭରୁ ସଜଡ଼ା ଯିବାକୁ ନାପସନ୍ଦ କରିଥିଲେ କେନ୍ଦ୍ରାପଡ଼ା ବାସିନ୍ଦା । ସାଢେ ଦଶକୋଟି ଟଙ୍କାର ପ୍ରକଳ୍ପରୁ ଏଯାବତ ଆଠ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାସ୍ତବିକ ତାହା କେଉଁଠି ଖର୍ଚ୍ଚ ହୋଇଛି ତାହା ଚର୍ମ ଚକ୍ଷୁରେ ଦେଖିବା ଅସମ୍ଭବ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ସେବା କରି ପାଉଣା ବଦଳରେ ନୋଟିସ ଘଟଣା, ଆସନ୍ତାବର୍ଷ ସେବା କରିବେ ନାହିଁ କହିଲେ ମହାଜନ ପାଣିଗ୍ରାହୀ ସେବାୟତ

ଅନ୍ୟପଟେ ପରିକ୍ରମା ପ୍ରକଳ୍ପ କରି ରାଜ୍ୟ ସରକାର ବାଃ ବାଃ ସାଉଣ୍ଟଥିବା ବେଳେ ପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ନା ମିଳୁଛି ୨୪ ଘଣ୍ଟିଆ ପାଣି ନା ଅଛି ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା । ଶୌଚାଳୟ, ଯାତ୍ରୀନିବାସ ପାଇଁ ବାରମ୍ବାର ଆପତ୍ତି ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସକ ଠାରୁ ଆରମ୍ଭ କରି ଶାସକ ପର୍ଯ୍ୟନ୍ତ ସମସ୍ତେ ଚୁପ । ଅନ୍ୟପଟେ ଏଯାବତ ମନ୍ଦିର ଚତୁଃପାର୍ଶ୍ବରୁ ଦଖଲ ହଟା ନଯିବାରୁ ପରିକ୍ରମା ଅସମ୍ଭବ ବୋଲି ମନେ ହେଉଛି । 5T ଅଧ୍ୟକ୍ଷ ଗତ ମାସରେ ଏହି କ୍ଷେତ୍ରରେ ପହଞ୍ଚି ମନ୍ଦିରର ଉନ୍ନତିକରଣ ପାଇଁ ଯେତେ ଖର୍ଚ୍ଚ ହେବ ଦିଆଯିବ ବୋଲି କହି ଯାଇଥିଲେ ମଧ୍ୟ କେହି ଆଡ ଆଖିରେ ଶୁଭ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଆଗାମୀ ଦିନରେ ମନ୍ଦିରର ଉନ୍ନତିକରଣ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି କେନ୍ଦ୍ରାପଡ଼ାବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.