ETV Bharat / state

ଶ୍ରୀବଳଦେବଜୀଉଙ୍କ ପଦ୍ମବେଶରେ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ - KENDRAPARA BALADEVJEW FULA RATHA

ଶ୍ରୀ ବଳଦେବଜୀଉଙ୍କ ପଦ୍ମବେଶରେ ଦର୍ଶନ କରିବାକୁ ଚାହିଁଛନ୍ତି ଭକ୍ତ । ୮୦୦ ବର୍ଷ ତଳେ ଆଜିର ଦିନରେ ହୋଇଥିଲା କ୍ଷେତ୍ର ପ୍ରତିଷ୍ଠା ।

Baladevjew
Baladevjew (ETV Bharat Odisha)
author img

By ETV Bharat Odisha Team

Published : Nov 15, 2024, 6:17 PM IST

କେନ୍ଦ୍ରାପଡ଼ା: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁଙ୍କ ପଦ୍ମବେଶ ଓ ବୋଇତ ବନ୍ଦାଣ ଉତ୍ସବ । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ବଳଦେବଜୀଉଙ୍କ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ବଡ଼ ଟାକୁରଙ୍କ ପଦ୍ମ ବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ତେବେ ଆଜି ପ୍ରଭୁଙ୍କର କିପରି ନୀତିକାନ୍ତି ହୁଏ, ସେନେଇ କହିଛନ୍ତି ମନ୍ଦିର ପୂଜାପଣ୍ଡା ସେବାୟତ ।

କାର୍ତ୍ତିକ ପୂର୍ଣ୍ଣିମାରେ କ'ଣ ରହିଛି ବିଶେଷ ପୂଜା ତିଥି:

Baladevjew (ETV Bharat Odisha)

ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଉ ମନ୍ଦିର ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି, "ଆଜି ହେଉଛି କାର୍ତ୍ତିକ ମାସର ଶେଷ ଦିନ । ତିଥି ଅନୁଯାୟୀ, ଆଜି ହେଉଛି ରାହାସ ପୂର୍ଣ୍ଣିମା । ଆଜି ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ରହିଛି । ସକାଳୁ ଦ୍ୱାର ଫିଟାଯାଇ ଜୟ ମଙ୍ଗଳା ଆଳତୀ, ନୀତିସ୍ନାନ ଓ ବଲ୍ଲଭ ଭୋଗ ଶେଷ ହୋଇଛି । ସକାଳ ଭୋଗ ପରେ ଦ୍ୱିପ୍ରହର ଭୋଗ ଲାଗି ଏବଂ ସ୍ୱତନ୍ତ୍ର ବେଶ ବା ଦୁର୍ଲ୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାୟୀ, ବଳଦେବଜୀଉଙ୍କ ଚଳନ୍ତି ପ୍ରତିମା ଗୋବିନ୍ଦଜୀଉ ଓ ରାଧା କୃଷ୍ଣ ଆଜି ଫୁଲ ରଥକୁ ବିଜୟୀ ହେବେ । ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଯେପରି ରାଧାଙ୍କ ସହିତ ଲୀଳାଖେଳା କରୁଥିଲେ । ଷୋଡଶ ଗୋପାଙ୍ଗନାଙ୍କୁ ଧରି କେଳି କରୁଥିବା ସମସ୍ତ ନୀତିକାନ୍ତି ଆଜି ଫୁଲ ରଥରେ ଅନୁଷ୍ଠିତ ହେବ । ଆଜି ପଞ୍ଚକର ସମସ୍ତ ନୀତି ଗୋଟିଏ ଦିନରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ସଅଳ କରିବା ପାଇଁ ମନ୍ଦିର ପ୍ରଶାସନ ଓ ସେବାୟତ ତତ୍ପର ଅଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଇଛି ।"

ଶ୍ରୀବଳଦେବଜୀଉ ମନ୍ଦିର କିମ୍ବଦନ୍ତୀ:

ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀଙ୍କ କହିବା ଅନୁସାର, ଆଜି ଦିନର ମଧ୍ୟ ମନ୍ଦିର ସହ ସ୍ୱତନ୍ତ୍ର ଇତିହାସ ଓ କିମ୍ବଦନ୍ତୀ ରହିଛି । ଅନଙ୍ଗଭୀମ ଦେବଙ୍କ ସମୟରେ ଆଜିର ଦିନରେ କ୍ଷେତ୍ର ପ୍ରତିଷ୍ଠା ହୋଇଥିବା ଇତିହାସ କୁହେ । ଏହା ୮୦୦ ବର୍ଷର ପରମ୍ପରା । ତେଣୁ ଏହାର ସ୍ୱତନ୍ତ୍ର ହେଉଛି କିମ୍ବଦନ୍ତୀ । ୧୭୦୦ ମସିହାରେ ଆଜିର ଦିନରେ ମହାପ୍ରଭୁ ବଳଦେବଜୀଉ ଇଚ୍ଛାପୁରକୁ ଆସିଥିବା କୁହନ୍ତି ପୂଜାପଣ୍ଡା । ଏହା ପୁର୍ବରୁ ମହାପ୍ରଭୁ ବଳଦେବଜୀଉ ପୁରୁଣା ବସଷ୍ଟାଣ୍ଡର ଏକ ଭବ୍ୟ ମନ୍ଦିରରେ ପୂଜା ପାଉଥିଲେ । ମାତ୍ର ଶାସକ ଔରଙ୍ଗଜେବଙ୍କ ମୋଗଲ ସୁବାଦାର ଖାନ-ଇ-ଦୌରାନ ଦ୍ଵାରା କେନ୍ଦ୍ରାପଡା ସହରର ମଧ୍ୟ ଭାଗରେ ଅବସ୍ଥିତ ପ୍ରାକ୍ତନ ମନ୍ଦିର ୧୬୬୩ ମସିହାରେ ଧ୍ଵଂସ ହୋଇଯାଇଥିଲା । ପରେ ୧୭୦୦ ମସିହା ସୁଦ୍ଧା ରାଜା ତୃତୀୟ ଅନାଙ୍ଗଭୀମ ଦେବଙ୍କ ପ୍ରଚେଷ୍ଟାରେ କୁଜଙ୍ଗ ନରେଶ ଓ ଛେଦରା ବାରଙ୍ଗ ରାଜା, ଗୋପୀନାଥ ନରେନ୍ଦ୍ର ଓ ଜଗନ୍ନାଥ ମହାପାତ୍ରଙ୍କ ମିଳିତ ସହଯୋଗରେ ବର୍ତ୍ତମାନର ମୁଖ୍ୟ ମନ୍ଦିର ନିର୍ମିତ ହୋଇଥିଲା ବୋଲି ଐତିହାସିକ କିମ୍ବଦନ୍ତୀ ରହିଛି । ତେବେ ଆଜି ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରାଯାଉଛି । ସନ୍ଧ୍ୟା ଧୂପ ପୁର୍ବରୁ ଶ୍ରୀ ବଳଦେବଜୀଉ ପଦ୍ମବେଶରେ ଦର୍ଶନ ଦେବେ ବୋଲି କହିଛନ୍ତି ପୂଜାପଣ୍ଡା ।

ଚଳଚଞ୍ଚଳ ତୁଳସୀକ୍ଷେତ୍ର ଓ ପୁରପଲ୍ଲୀ:

କେନ୍ଦ୍ରାପଡ଼ା ଜିଲ୍ଲାର ଗାଁରୁ ସହର ସବୁଠି ଚଳଚଞ୍ଚଳ ଓ ଭକ୍ତଙ୍କ ସମାଗମ । ପବିତ୍ର କାର୍ତ୍ତିକ ମାସ ଶେଷ ପଞ୍ଚୁକ ତଥା ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଦିବସ ଓ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରୁଥିବା ବେଳେ କାର୍ତ୍ତିକ ମାସ ଯାକ ହବିଷାନ୍ନ ସେବନ ଓ ଧର୍ମମାସରେ ସାଧବ ପୁଅଙ୍କ ଗାଥା ଓ ଗୌରବକୁ ମନେପକାଇ ଆଜି ଜିଲ୍ଲାର ବିଭିନ୍ନ ନଦୀ ଓ ଜଳାଶୟମାନଙ୍କରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ହୋଇଛି । ସକାଳୁ ଭକ୍ତମାନେ ଉଠି ବିଭିନ୍ନ ନଦୀ, ପୁଷ୍କରିଣୀ ଓ ଜଳାଶୟମାନଙ୍କରେ ଡଙ୍ଗା ଭସାଇ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ଦର୍ଶନ କଲେ ମୋକ୍ଷ ପ୍ରାପ୍ତ ହୁଏ ବୋଲି ବିଶ୍ୱାସ ରହିଥିବା କହିଛନ୍ତି ଭକ୍ତ ।

ଏହା ମଧ୍ୟ ପଢ଼ନ୍ତୁ...ପାରାଦ୍ୱୀପରେ ବୋଇତ ବନ୍ଦାଣ ଉତ୍ସବ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ଥର ଗୋପାଳପୁରରେ ବୋଇତ ବନ୍ଦାଣ ଉତ୍ସବ, ଗୌରବଗାଥାକୁ ମନେ ପକାଇଲେ ନେତା-ମନ୍ତ୍ରୀ

ଏହା ମଧ୍ୟ ପଢ଼ନ୍ତୁ...ବିନ୍ଦୁ ସାଗରରେ ଡଙ୍ଗା ଭସାଇଲେ, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ରାଜଧାନୀବାସୀ

ପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼:

ଜଣେ ସ୍ଥାନୀୟ ଭକ୍ତଙ୍କ କହିଛନ୍ତି, "ବର୍ଷକରେ ଥରେ ମହାପ୍ରଭୁଙ୍କ ପହୁଡ଼ ଲାଗି ହେଉନଥିବାରୁ ଗତ ରାତିରେ ବଡ଼ ସିଂହାର ବେଶ ପରେ ଠାକୁରଙ୍କ ଠିଆ ପହୁଡ଼ ହୋଇଥିଲା । ଆଜି ଦିନରେ ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ"ବୋଲି କହିଛନ୍ତି । ସେହିପରି ଅନ୍ୟଜଣେ ମହିଳା ଭକ୍ତ କହିଛନ୍ତି, "ଆଜି ଦିନରେ ପ୍ରଭୁଙ୍କ ଦର୍ଶନ କରି ଖୁବ ଭଲ ଲାଗିଲା । ମୁଁ ଏହି କେନ୍ଦ୍ରାପଡା ଜିଲ୍ଲାର ମଣିଷ ହୋଇଥିଲେ ହେଁ ଆଜି ଯାଏ ଏଭଳି ଦର୍ଶନ କରିନଥିଲି । ତେଣୁ ଦର୍ଶନ ପାଇଁ ସୁନ୍ଦର ବ୍ୟବସ୍ଥା କରିଥିବାରୁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନକୁ ସାଧୁବାଦ ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.