ETV Bharat / state

ଗୁଣି ଗାରେଡ଼ି ସନ୍ଦେହରେ ଗାଁ ମଝିରେ କଙ୍ଗାରୁ କୋର୍ଟ ! ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ

ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇ ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରା ଯାଇଥିଲା ।

author img

By ETV Bharat Odisha Team

Published : 2 hours ago

Sinapali police station
Sinapali police station (ETV Bharat Odisha)

କଳାହାଣ୍ଡି: ଦେଶ ସ୍ବାଧୀନ ହେବା ପରଠାରୁ ସମ୍ବିଧାନ ଅନୁଯାୟୀ ଦଣ୍ଡ ଓ ନ୍ୟାୟ ପାଇଁ ପୋଲିସ ଓ ନ୍ୟାୟପାଳିକା ରହିଛି ହେଲେ ବର୍ତ୍ତମାନ ମଧ୍ୟ କିଛିକାଂଶରେ ପୁରୁଣାକାଳିଆ ଶାସନ ଚାଲି ଆସିଛି । ପ୍ରଜାକୋର୍ଟ, କାଙ୍ଗାରୁ କୋର୍ଟ ଭଳି କୁତ୍ସିତ ନିୟମ କିଛି ଗ୍ରାମାଞ୍ଚଳରେ ଆଜି ମଧ୍ୟ ପ୍ରଣୟନ ହୋଇ ଆସୁଛି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶା ଓ ଛତିଶଗଡ ରାଜ୍ୟ ସୀମାନ୍ତ ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅନ୍ତର୍ଗତ ନୁଆମାଳପଡ଼ା ପଞ୍ଚାୟତର ପୋର୍ଟିପଡ଼ା ଗାଁରେ ।

ଗୁଣି ଗାରେଡ଼ି ସନ୍ଦେହରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦେହରେ ପାଳ ଦଉଡ଼ି ଗୁଡ଼ାଇ ନିଆଁ ଲଗାଇ ଜୀବନ୍ତ ପୋଡ଼ି ମାରିବାକୁ ଉଦ୍ୟମ କରା ଯାଇ ଥିବା ଭଳି ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଥିଲା l ସୂଚନା ଅନୁଯାୟୀ, ଗତକାଲି ରାତିରେ ପୋର୍ଟିପଡ଼ା ଗାଁରେ ଏକ ସଭା ହୋଇ ଥିଲା । ଗାଁର ଖାମ ସିଂହ ମାଝୀ ନାମକ ଜଣେ ବ୍ୟକ୍ତି ଗୁଣି ଗାରେଡ଼ି କରୁ ଥିବା ଅଭିଯୋଗରେ ତାଙ୍କୁ ବୈଠକକୁ ଡକା ଯାଇଥିଲା । ବୈଠକରେ ତାଙ୍କୁ ଗୁଣି ଗାରେଡ଼ି ବନ୍ଦ କରିବାକୁ ଚେତାବନୀ ଦିଆଯାଇଥିଲା ।

kangaroo court (ETV Bharat Odisha)

ଏହା ବି ପଢନ୍ତୁ- କେତେ ଛୁଞ୍ଚି ଫୋଡିଛି ଗୁଣିଆ ? ଯେତେ ବାହାରିଲେ ବି ସରୁନି... - 77 needles recovered

ଏହା ବି ପଢନ୍ତୁ- ବଲାଙ୍ଗୀରରେ ନରବଳି ଉଦ୍ୟମ ! - Human Sacrifice Attempt

କିନ୍ତୁ ଖାମସିଂହ ଗୁଣି ଗାରେଡ଼ି କରୁ ନ ଥିବା କହି ଥିଲେ l ପରେ ଗଣ୍ଡଗୋଳ ହୋଇ ଥିଲା l କିଛି ଗ୍ରାମବାସୀ ଖାମ ସିଂହଙ୍କ ଦେହରେ ପାଳ ଦଉଡ଼ି ଗୁଡ଼ାଇ ଦେଇ ନିଆଁ ଲଗାଇ ଦେଇଥିଲେ l ଜଳନ୍ତା ଅବସ୍ଥାରେ ଖାମ ସିଂହ ଗାଁ ପୋଖରୀକୁ ଦୌଡ଼ି ନିଆଁ ଲିଭାଇ ଥିଲେ l ରାତି ସାରା ପୋଖରୀରେ ଲୁଚି ରହି ଥିଲେ l ସକାଳୁ ସକାଳୁ ଖବର ପାଇ ପୋଲିସ ଓ ସିନାପାଲି ମେଡିକାଲ ଟିମ୍ ଗାଁକୁ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରଥମେ ସିନାପାଲି ମେଡିକାଲ ଓ ପରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଖାମସିଂହଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଏହା ବି ପଢନ୍ତୁ- ଅନ୍ଧବିଶ୍ୱାସରୁ ଗଡ଼ିଲା ତିନି ମୁଣ୍ଡ, ମୁଖ୍ୟ ଅଭିଯୁକ୍ତଙ୍କ ସମେତ 6 ଜଣ କୋର୍ଟଚାଲାଣ - Balasore MURDER CASE

ଏହା ବି ପଢନ୍ତୁ- ଘଞ୍ଚ ଜଙ୍ଗଲରୁ ମିଳିଲା ତିନି ମୃତଦେହ, ଗୁଣିଗାରେଡିରୁ ହତ୍ୟାକାଣ୍ଡ ସନ୍ଦେହ - Balasore Murder

ସେପଟେ ଏନେଇ ଖାମସିଂହ ମାଝୀଙ୍କ ପୁଅ ହେମଲାଲ ମାଝୀ କହିଛନ୍ତି, "ମୋ ବାପାଙ୍କୁ ଗୁଣିଗାରେଡି କରୁଥିବା କହି ଦୋଷ ଦେଲେ କିନ୍ତୁ ମୋ ବାପା ମୁଁ ଗୁଣିଗାରେଡି କରୁନାହୁଁ ବୋଲି ସାମାଜିକ ମିଟିଂ ରେ କହିଲେ ଏହାପରେ ମିଟିଂ ରେ ଥିବା କିଛି ବ୍ୟକ୍ତି ଖାମସିଂହ ମାଝୀଙ୍କ କଥାକୁ ଶୁଣି ଗୋଟିଏ ଥର କ୍ଷମା କରିବାକୁ ନିଷ୍ପତ୍ତି ନେଇ ଚାଲି ଯାଇଥିଲେ । ପରେ ଅନ୍ୟ ୧୦ ଜଣ ବ୍ୟକ୍ତି ବାପାଙ୍କୁ ଜୋର୍ ଜବରଦସ୍ତି ଧରି ନେଇ ପାଲା ବେଣ୍ଟ ଗୁଡ଼ାଇ ନୂଆଁ ଲଗାଇ ଦେଇଥିଲେ । ମୁଁ ଚାହୁଁଚି ଯେ ଯେଉଁମାନେ ମୋ’ ବାପାଙ୍କୁ ଏଭଳି କରିଛନ୍ତି ସେ ମାନଙ୍କୁ ଉଚିତ୍ ଦଣ୍ଡ ମିଳୁ।"

"ପୋର୍ଟିପଡ଼ା ଗାଁର ଜନୈକ ବ୍ୟକ୍ତିଙ୍କୁ ଗାଁ ଲୋକେ ମରାଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ପରେ ସେ ପାଣିରେ ବୁଡି ତାଙ୍କ ଜୀବନ ରକ୍ଷା କରିଥିଲେ । ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ମେଡିକାଲରେ ଚିକିତ୍ସିତ ଅଛନ୍ତି । ଏହି ଘଟଣାରେ 10 ଅଟକ ରହିଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି," ବୋଲି କହିଛନ୍ତି ଏସଡିପିଓ ଖଡିଆଳ ଅରୂପ ଅଭିଷେକ ବେହେରା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.