ETV Bharat / state

ଆମ୍ୱ ଟାକୁଆ ଟ୍ରାଜେଡି: ଏସସିବିକୁ 2 ସ୍ଥାନାନ୍ତର, ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ବିଷାକ୍ତ ଖାଦ୍ୟ ଯୋଗୁଁ ମୃତ୍ୟୁ ହୋଇଛି' - MANGO SEED TRAGEDY

ଆମ୍ୱ ଟାକୁଆରୁ ପ୍ରସ୍ତୁତ ଯାଉ ଖାଇ ଅସୁସ୍ଥ ହୋଇଥିବା 6 ଜଣଙ୍କୁ ହସ୍ପିଟାଲରେ ଭେଟିଲେ କଂଗ୍ରେସ ଓ ସିପିଏମ୍‌ ନେତା ।ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଲେ । ସେପଟେ ଏଏସସିବିରେ ଦୁଇ ଭର୍ତ୍ତି ।

MANGO SEED TRAGEDY
MANGO SEED TRAGEDY (ETV BHARAT ODISHA)
author img

By ETV Bharat Odisha Team

Published : Nov 3, 2024, 2:00 PM IST

Updated : Nov 3, 2024, 3:32 PM IST

ଭୁବନେଶ୍ବର/ବ୍ରହ୍ମପୁର/କଟକ: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା । ବ୍ରହ୍ମପୁର ଏମକେସିଜି ମେଡିକାଲରୁ କଟକ ଏଏସସିବିକୁ ଦୁଇ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ "ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ହୋଇଛି ମୃତ୍ୟୁ । ଡ଼ାକ୍ତରୀ ଟିମ୍‌ ପରୀକ୍ଷାରୁ ମଧ୍ୟ ଆସିଛି ସମାନ ରିପୋର୍ଟ । ଚାଉଳ ଅଭାବରୁ ଏଭଳି ଘଟଣା ଘଟିନାହିଁ । ପୂର୍ବ ମାସର ଚାଉଳ ଥିବାରୁ ସେମାନେ ଅକ୍ଟୋବରର ଚାଉଳ ନେଇ ନାହାନ୍ତି । ଏନେଇ କନ୍ଧମାଳ ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି" ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅନ୍ୟପଟେ କନ୍ଧମାଳରେ ଆମ୍ୱ ଟାକୁଆ ଯାଉ ଖାଇ ଏମ୍.କେ.ସି.ଜିରେ ଚିକିତ୍ସିତ ହେଉଥିବା 6 ଅସୁସ୍ଥଙ୍କୁ ଗତକାଲି ଭେଟିଥିଲେ କଂଗ୍ରେସ ଓ ସିପିଏମ୍ ନେତା । ଗତକାଲି ରାତିରେ ଦୁଇ ଜଣ ଗୁରୁତରଙ୍କୁ କଟକ ଏଏସସିବିରେ ଭର୍ତ୍ତି କରାଯାଇଛି।

କଟକ ଏଏସସିବିରେ ଦୁଇ ଭର୍ତ୍ତି (ETV BHARAT ODISHA)
  • ମୃତ୍ୟୁର କାରଣ ବିଷାକ୍ତ ଖାଦ୍ୟ:

ଘଟଣାରେ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ମୁଁ କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛି । କନ୍ଧମାଳ ଜିଲ୍ଲାପାଳ ମୋତେ ରିପୋର୍ଟ ମଧ୍ୟ ଦେଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଟାକୁଆ ସେମାନଙ୍କର ପାରମ୍ପରିକ ଖାଦ୍ୟ । ସେ ଖାଦ୍ୟ ସେମାନେ ପ୍ରତିଦିନ ଖାଆନ୍ତି । ଏବେ 3ରୁ 4 ଦିନର ବାସି ଖାଦ୍ୟ ଖାଇଛନ୍ତି । ଯାହା ଫଳରେ ଏହା ବିଷାକ୍ତ ହୋଇଯାଇଛି । ବିଷାକ୍ତ ଖାଦ୍ୟ ଖାଇବା ପରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଡ଼ାକ୍ତରୀ ଟିମ ଯାଞ୍ଚ କରିଛନ୍ତି, ପରୀକ୍ଷା ମଧ୍ୟ କରିଛନ୍ତି । ଡାକ୍ତରଙ୍କ ରିପୋର୍ଟ ମଧ୍ୟ ସମାନ ରହିଛି ।"

Minister Krushna Chandra Patra (ETV BHARAT ODISHA)
  • ଚାଉଳ ଅଭାବରୁ ମୃତ୍ୟୁ ଘଟିନାହିଁ:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଚାଉଳ ଅଭାବରୁ ଏଭଳି ଘଟଣା ଘଟିନାହିଁ । କାରଣ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ଉକ୍ତ ପରିବାର ଗ୍ରହଣ କରିଛନ୍ତି । ଅକ୍ଟୋବର ମାସର ଚାଉଳ ସେମାନେ ଗ୍ରହଣ କରିନାହାନ୍ତି । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଚାଉଳ ରିଲିଜ କରୁଛୁ । ପୂର୍ବ ମାସର ଚାଉଳ ଥିବାରୁ ସେମାନେ ଗ୍ରହଣ କରିନାହାନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଣ ନହେବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ମିଥ୍ୟା । ବିଜେପି ସରକାରରେ ଠିକ ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଣ ହେଉଛି । ଯଦି ଜଣେ ଆସିକି ନନେବ ଆମେ କଣ କରିବା । କିନ୍ତୁ ଅକ୍ଟୋବର ମାସରୁ ଚାଉଳ ଦିଆଯାଉଛି । ଲୋକେ ନେଲେଣି E-KYC କାର୍ଯ୍ୟ ସରିବା ଉପରେ ରହିଛି । ରାଜ୍ୟରେ ଆସନ୍ତା 15 ଦିନରେ ସରିଯିବ E-KYC କାର୍ଯ୍ୟ । "

MANGO SEED TRAGEDY (ETV BHARAT ODISHA)
  • ଅସୁସ୍ଥଙ୍କୁ ଭେଟିଲେ କଂଗ୍ରେସ ନେତା:

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ଆମ୍ବ ଟାକୁଆରୁ ପ୍ରସ୍ତୁତ ଜାଉ ଖାଇ ମୃତ୍ୟୁ ହେବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଚାଉଳ ନମିଳିଲେ ଆଦିବାସୀ ମାନେ ଏପରି ଆମ୍ୱ ଟାକୁଆକୁ ଜାଉ କରି ଖାଇଥାନ୍ତି । ଆଦିବାସୀ ଅଞ୍ଚଳରେ ସରକାରଙ୍କ ମିଳୁଥିବା ଚାଉଳ ପର୍ଯ୍ୟାପ୍ତ ନୁହେଁ । ଏନ୍.ଆର୍.ଇ.ଜି.ଏରେ କାର୍ଯ୍ୟ ମିଳୁନଥିବା ବେଳେ ଚାଉଳ ଅଭାବରୁ ଏପରି ଆମ୍ୱ ଟାକୁଆକୁ ଖାଉଥିବା କୁହାଯାଇଛି । ଗୋଟିଏ ପଟେ ଆଦିବାସୀ ଅଞ୍ଚଳରେ କାର୍ଯ୍ୟ ନାହିଁ, ଅନ୍ୟପଟେ ଚାଉଳ ଅଭାବ ଯୋଗୁଁ ଏପରି ହେଉଥିବା ଯୋଗୁଁ ସରକାର ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଅଭାବୀ ଅଞ୍ଚଳରେ କଣ ପଦକ୍ଷେପ ନିଆଯିବା କଥା ତାହାକୁ ନିଆଯାଇନାହିଁ । ଅଧିକ ଚାଉଳ ଯୋଗାଇବା ପାଇଁ ଆଗୁଆ ପଦକ୍ଷେପ ନିଆଯିବା କଥା । ଆଦିବାସୀ ଅଞ୍ଚଳର ବିକାଶ, ବ୍ୟକ୍ତିଗତ ଜୀବନର ବିକାଶ ପାଇଁ ମୈଳିକତାକୁ ଭୁଲିଯାଇଥିବା କହିଛନ୍ତି ଶ୍ରୀକାନ୍ତ ।

ଏହା ମଧ୍ୟ ପଢନ୍ତୁ-ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି

ଏହା ମଧ୍ୟ ପଢନ୍ତୁ-ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCG ରେ ଗୁରୁତରଙ୍କ ଚିକିତ୍ସା

  • ଘଟଣାକୁ ନିନ୍ଦା କଲେ ସିପିଏମ୍ ନେତୃମଣ୍ଡଳୀ-

ଆମ୍ବ ଟାକୁଆରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇ ଏମକେସିଜିରେ ଚିକିତ୍ସିତ ଗୁରୁତରଙ୍କୁ ଗତକାଲି ଭେଟିଥିଲେ ସିପିଏମ୍ ପ୍ରତିନିଧି ମଣ୍ଡଳୀ । ଏହି ଅବସରରେ ମାଣ୍ଡିପଙ୍କା ଗ୍ରାମରେ ଗତ ତିନି ମାସ ଧରି ରାସନ୍ ସାମଗ୍ରୀ ନପାଇ ଆମ୍ବ ଟାଙ୍କୁ ଜାଉ ଖାଇବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିବା ଏବଂ ଛଅ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ଗତ ୨୦ ବର୍ଷ ତଳେ ଯାହା ଘଟିଥିଲା ତାହାର ପୁର୍ନରାବୃତ୍ତି ଘଟିଛି । ଏପରି ଘଟଣା ସାରା ରାଜ୍ୟରେ ଅନେକ ଘଟୁଥିବା ବେଳେ ରାଜ୍ୟ ସରକାର କେବଳ ପ୍ରଚାର ନକରି ଦୃଢ ପଦକ୍ଷେପ ନିଆଯିବା ଦରକାର ବୋଲି କହିଛନ୍ତି ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ।

  • ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି:

ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇ ବ୍ରହ୍ମପୁର ଏମ୍.କେ.ସି.ଜିରେ ଚିକିତ୍ସିତ ହେଉଥିବା ଛଅ ଜଣ ସୁସ୍ଥ ହେଉଥିବା କହିଛନ୍ତି ଭେଷଜ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ପ୍ରଦୀପ ପାଢୀ । ସେପଟେ ମେଡିକାଲର ଅଧିକ୍ଷକ ପ୍ରଫେସର ସୁଚିତ୍ରା ଦାଶ ମଧ୍ୟ ଚିକିତ୍ସିତ ରୋଗୀ ମାନେ ସୁସ୍ଥ ହେଉଥିବା କହିଛନ୍ତି । 6 ଅସୁସ୍ଥ ହେଉଛନ୍ତି କନ୍ଧମାଳ ଜିଲ୍ଲା ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦ ପ୍ରଭାତୀ ପାଟ ମାଝୀ (32) , ଡ୍ରାଙ୍ଗାଲୁ ପାଟ ମାଝୀ (55) ,ଟୁନି ମାଝୀ (45) ,ସୁଷମା ପାଟ ମାଝୀ (25), ଜିତା ମାଝୀ (30), ଜୀବନ୍ତି ମାଝୀ (45) ।

କଟକ ଏଏସସିବିରେ ଦୁଇ ଭର୍ତ୍ତି:

ଆମ୍ବ ଟାକୁଆ ଖାଇବା ଘଟଣା । କଟକ ଏଏସସିବିରେ ଭର୍ତ୍ତି ହେଲେ ଦୁଇ ଗୁରୁତର । ନିୟୁ ମେଡ଼ିସିନ ୱାର୍ଡର ଆଇସିୟୁରେ ଗୁରୁତର ଟୁନି ମାଝୀ ଓ ଜିତା ମାଝୀଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ରାତିରୁ ଦୁଇଜଣଙ୍କୁ ବ୍ରହ୍ମପୁର ମେଡ଼ିକାଲରୁ କଟକକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ପରୀକ୍ଷା ମଧ୍ୟ କରାଯାଇଛି । ହେପାଟୋଲୋଜି ବିଭାଗର ମୁଖ୍ୟଙ୍କ ତତ୍ତ୍ଵାବଧାନରେ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର ଓ ବ୍ରହ୍ମପୁର/କଟକ

Last Updated : Nov 3, 2024, 3:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.