ETV Bharat / state

ମେଣ୍ଟ ନେଇ କେଭିଙ୍କ ଭିନ୍ନ ସଙ୍କେତ, କହିଲେ ଶେଷ ଗୁଳି ନଫୁଟିବା ଯାଏଁ ଯୁଦ୍ଧ ବାକି ଅଛି - BJP BJD Alliance

Kanak Vardhan Singhdeo hints for BJD-BJP Alliance possibility in state: ରାଜ୍ୟରେ ମେଣ୍ଟ ଚର୍ଚ୍ଚା ନେଇ ଭିନ୍ନ ସଙ୍କେତ ଦେଲେ କେଭି ସିଂଦେଓ । 'କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ । ମାତ୍ର ଏବେବି ବନ୍ଧୁକରେ ଗୁଳି ବାକି ଅଛି ।' ଅଧିକ ପଢନ୍ତୁ

ମେଣ୍ଟ ନେଇ କେଭିଙ୍କ ଭିନ୍ନ ସଙ୍କେତ, ଶେଷ ଗୁଳି ନଫୁଟିବା ଯାଏଁ ଯୁଦ୍ଧ ବାକି ଅଛି

author img

By ETV Bharat Odisha Team

Published : Mar 11, 2024, 5:19 PM IST

ମେଣ୍ଟ ନେଇ କେଭିଙ୍କ ଭିନ୍ନ ସଙ୍କେତ, କହିଲେ ଶେଷ ଗୁଳି ନଫୁଟିବା ଯାଏଁ ଯୁଦ୍ଧ ବାକି ଅଛି

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ତମାମ ରାଜ୍ୟ ବିଜେପି ନେତା ଖଣ୍ଡନ କରୁଛନ୍ତି । ମାତ୍ର ଦଳୀୟ ନେତାଙ୍କ ଦିଲ୍ଲୀ ଗସ୍ତରେ ରୋକ ଲାଗୁନି । ଗତକାଲିଠାରୁ ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ ବିଜେପିର ଏକାଧିକ ତୁଙ୍ଗ ନେତା । ଆଜି ଏହାରି ମଧ୍ୟରେ ମେଣ୍ଟ ନେଇ ଭିନ୍ନ ସଙ୍କେତ ଦେଇଛନ୍ତି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂଦେଓ । ମେଣ୍ଟ ସମ୍ପର୍କରେ ସିଧାସଳଖ ମୁହଁ ଖୋଲିନଥିଲେ ସୁଦ୍ଧା ଏବେ ମଧ୍ୟ ବନ୍ଧୁକରେ ଗୁଳି ଶେଷ ହୋଇନାହିଁ ବୋଲି କେଭି କହିଛନ୍ତି । କେଭିଙ୍କ ଏହି ମନ୍ତବ୍ୟ ମେଣ୍ଟ ସମ୍ଭାବନାକୁ ଇଙ୍ଗୀତ କରିଛି ।

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ କେଭି କହିଛନ୍ତି, ‘‘ବିଜେପି ଗୋଟିଏ ଜାତୀୟ ଦଳ । ଏହାର ଚୂଡାନ୍ତ ନିଷ୍ପତ୍ତି କେବଳ ସଂସଦୀୟ ବୋର୍ଡ ଦ୍ବାରା ନିର୍ଣ୍ଣୟ ହୋଇଥାଏ । ବିଜେଡି ଆଞ୍ଚଳିକ ପାର୍ଟି । ଆମେ ଗୋଟିଏ ଶୃଙ୍ଖଳିତ ଦଳର କାର୍ଯ୍ୟକର୍ତ୍ତା ବା ସୈନିକ । ଦଳର ସୈନ୍ୟ ବା ଦେଶର ସୈନ୍ୟ, ଦେଶର ହିତ ପାଇଁ ଯାହା ନିଷ୍ପତି ହୁଏ, ତାକୁ ଗ୍ରହଣ କରେ । ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି । ଦିଲ୍ଲୀ ଗସ୍ତ କରିଥିବା ନେତା ଫେରିବା ପରେ ଏ ସମ୍ପର୍କରେ କିଛି କୁହାଯାଇପାରେ । ଏବେ ମେଣ୍ଟ ନେଇ କିଛି କୁହାଯାଇ ପାରିବନାହିଁ । ବନ୍ଧୁକରୁ ଶେଷ ଗୁଳି ନସରିବା ଯାଏଁ ଯୁଦ୍ଧ ସରିନାହିଁ । ବନ୍ଧୁକ ଏବେ ଖାଲି ହୋଇନାହିଁ ।’’

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ରାଜ୍ୟ ବିଜେପିର ବୈଠକ ବସିଥିବା ସୂଚନା ମିଳିଛି । ଧର୍ମେନ୍ଦ୍ରଙ୍କ ସରକାରୀ ବାସଭବନରେ ହୋଇଥିବା ଏହି ବୈଠକ ସାଂସଦ ଜୁଏଲ ଓରାମ, ରାଜ୍ୟ ସଭାପତି ମନମୋହନ ସାମଲ, ମାନସ ମହାନ୍ତି, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି । ରାଜ୍ୟରେ ମେଣ୍ଟକୁ ନେଇ ଆଲୋଚନା ହେବ ବୋଲି ଜଣାପଡିଛି । ଆଗାମୀ 24ଘଣ୍ଟା ଉଭୟ ବିଜେପି ଏବଂ ବିଜେଡି ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ :- ହାତ ମୁଠା ହେଉଛି ଟାଣ, ବିଜେପି ଛାଡି କଂଗ୍ରେସରେ ମିଶିଲେ ସାଂସଦ ରାହୁଲ କସୱା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କୁ ରାଜ୍ୟପାଳ ଭେଟିବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ତେଣୁ ଏହି ସବୁ ଇଙ୍ଗୀତ ମେଣ୍ଟ ଆଡ଼କୁ ସୂଚନା ଦେଉଥିବା ବେଳେ ସାଧାରଣ ରାଜ୍ୟବାସୀ ଏବଂ ଦୁଇଦଳର କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ବ ଆହୁରି ବଢିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.