ETV Bharat / state

ନିର୍ବାଚନ ହାଲଚାଲ୍‌: କଳାହାଣ୍ଡିରେ କଣ ରହିଛି ଯୁବ ଭୋଟରଙ୍କ ମୁଡ, ପରଖିଲା ଇଟିଭି ଭାରତ - General Election 2024 - GENERAL ELECTION 2024

Kalahandi Voters reaction: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନେତାଠୁ ନେଇ ଭୋଟର ସମସ୍ତେ ବେଶ ଉତ୍ସାହିତ । ତେବେ କଳାହାଣ୍ଡିରେ ଚଳିତ ବର୍ଷ ୩୪ ହଜାର ୬୫୮ଜଣ ନୂଆ ଭୋଟର ନିର୍ବାଚନୀ ପର୍ବରେ ସାମିଲ ହେବାକୁ ଯାଉଛନ୍ତି । ପ୍ରାର୍ଥୀଙ୍କୁ ନେଇ କଣ କହୁଛନ୍ତି ଯୁବ ଭୋଟର ଜାଣନ୍ତୁ ।

Kalahandi Voters reaction
Kalahandi Voters reaction
author img

By ETV Bharat Odisha Team

Published : Mar 23, 2024, 1:37 PM IST

Kalahandi Voters reaction

ଭବାନୀପାଟଣା: କିଏ ହେବ ଯୁବ ଭୋଟରଙ୍କ ନେତା ? ଘୋଷଣା ହୋଇଛି ନିର୍ବାଚନ ତାରିଖ । ମତ ଦେଇ ନିଜର ପ୍ରତିନିଧି ବାଛିବେ ମତଦାତା । କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ହଜାର ହଜାର ଯୁବ ଭୋଟର ରହିଥିବା ବେଳେ ଭୋଟ ଦେଇ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବାକୁ ବେଶ ଉତ୍ସାହିତ ନୂଆ କରି ଭୋଟ ଦେବାକୁ ଯାଉଥିବା ଯୁବ ଭୋଟର । ଯିଏ ଯୁବକଙ୍କୁ ନିଯୁକ୍ତି ଦେବ ନିଜ ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନ ଆଣିବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଣ୍ଣୟ କରିଥିବା କହିଛନ୍ତି ଯୁବ ଭୋଟର ।

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ପାଗ ଭିଡା ଆରମ୍ଭ ହୋଇଯାଇଛି । ତେବେ ସମସ୍ତ ନେତାଙ୍କ ନଜର ରେ ଏବେ ଯୁବ ଭୋଟରଙ୍କ ଉପରେ । କାରଣ ଯୁବ ଭୋଟର ହିଁ ଆସନ୍ତା ଦିନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଥିବା ବେଳେ ଏବେ ଯୁବ ପିଢ଼ିକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଲେଣି ନେତା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନେତାଙ୍କ ଠାରୁ ଆରମ୍ଭ କରି ଭୋଟର ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ । ବିଶେଷକରି ଯୁବ ଭୋଟର ତଥା ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଯୁବ ଭୋଟରମାନଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି ।

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ଉପରେ ନକ୍ସଲବାଦର କୌଣସି ପ୍ରଭାବ ପଡିବନାହିଁ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - ELECTION REVIEW MEETING

କଳାହାଣ୍ଡିର କିଛି ଯୁବ ଭୋଟରଙ୍କ କହିବାନୁଯାୟୀ, ଯିଏ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ଆହୁରୀ ବିକାଶ ଆଣିପାରିବ ସେହିଭଳି ନେତାକୁ ବାଛିବାକୁ ଚାହିଁବୁ । ସ୍ଥାନୀୟ ଅଞ୍ଚଳରେ ଆହୁରୀ ଅଧିକ ବିକାଶ କରିପାରିବେ । ବେଳେ ବେକାରୀ ଦୂର ହେଲେ ଦେଶ ବିକାଶ କରିବ ବୋଲି କିଛି ଯୁବ ଭୋଟର ମତ ଦେଇଛନ୍ତି ।

ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିବା ଭଳି ବ୍ୟକ୍ତିକୁ ନିଜର ବହୁ ମୂଲ୍ୟ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାର ଯୁବ ଭୋଟର । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୧୧ ଲକ୍ଷ ୯୯ ହଜାର ୨୩୯ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ୫ ଲକ୍ଷ ୯୭ ହଜାର ୯୭୩ ଜଣ ମହିଳା ଭୋଟର ରହିଥିବା ବେଳେ ୬ ଲକ୍ଷ ୧ ହଜାର ୨୬୬ ଜଣ ପୁରୁଷ ଭୋଟର ରହିଛନ୍ତି । ସେହିପରି ୩୪ ହଜାର ୬୫୮ଜଣ ନୂଆ ଭୋଟର ରହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.