ETV Bharat / state

ଆଧୁନିକ ଯୁଗରେ କମୁଛି ଶିଳପୁଆର ଆଦର, ଲୋପ ପାଇବାକୁ ବସିଛି କୌଳିକ ବୃତ୍ତି - Stone Made Products

Stone Made Products: ଆଧୁନିକତାର ଚାକଚକ୍ୟ ଭିତରେ ବୁଡିବାକୁ ବସିଲାଣି ପାରମ୍ପରିକ ସାମଗ୍ରୀ । ପଥର ନିର୍ମିତ ଶିଳ ଓ ଶିଳପୁଆର ଚାହିଦା କମୁଥିବାରୁ ଚିନ୍ତାରେ କାରିଗର । ପଢନ୍ତୁ ପୂରା ଖବର ।

author img

By ETV Bharat Odisha Team

Published : Jul 8, 2024, 10:24 PM IST

Stone Made Products
Stone Made Products (ETV Bharat Odisha)

ଭବାନୀପାଟଣା: ଦିନ ଥିଲା ଗାଁ ଗାଁରେ ଶୁଭୁଥିଲା ନିହାଣର ଠକଠକ ଶବ୍ଦ । କାରଣ ଗାଁ ଗାଁରେ ନିହାଣ ମୁନରେ ତିଆରି ହେଉଥିଲା ଶିଳ ଓ ଶିଳପୁଆ । ଆଉ ବଜାରରେ ବିକ୍ରି ହେଉଥିଲା । ହେଲେ ଯୁଗ ବଦଳିବା ସହ ବଦଳିଯାଇଛି ଲୋକଙ୍କ ଚାଲିଚଳଣି । ଆଧୁନିକତାର ଚାକଚକ୍ୟ ଭିତରେ ବିଭିନ୍ନ ବିଦ୍ୟୁତ ସାମଗ୍ରୀ ବଜାରକୁ ଆସିବା ପରେ ସତେ ଯେମିତି ହଜିବାକୁ ବସିଲାଣି ଶିଳ । ବର୍ତ୍ତମାନ ବଜାରରେ ଭଳିକୁ ଭଳି ଗ୍ରାଇଣ୍ଡର, ମେସିନ ଭଳି ସାମଗ୍ରୀ ଉପଲବ୍ଧ ହେଉଛି । ବିନା ପରିଶ୍ରମରେ ପ୍ରସ୍ତୁତ କରି ହେଉଛି ମସଲାଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ ।

Stone Made Products (ETV Bharat Odisha)

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅତ୍ୟାଧୁନିକ ବିଦ୍ୟୁତ ସାମଗ୍ରୀ ପାଇଁ କୌଳିକ ବୃତ୍ତି ଲୋପ ପାଇବାକୁ ବସିଲାଣି । ପୂର୍ବରୁ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳୁଥିଲା ଶିଳ ଶିଳପୁଆ । ଯେଉଁଁଥିରେ ମସଲାଠାରୁ ଆରମ୍ଭ କରି ପିଠାପଣାରେ ବ୍ୟବହାର ସାମଗ୍ରୀ ପ୍ରସ୍ତୁତ କରାଯାଉଥିଲା । ଏହାସହ ଓଡ଼ିଆ ପରମ୍ପରା ଓ ସଂସ୍କୃତି ସହ ଶିଳପୁଆର ବହୁଳ ବ୍ୟବହାର ହେଉଥିବାର ନଜିର ରହିଛି । ଏପରିକି ଝିଅ ବାହାଘରରେ ଉପହାର ସ୍ବରୂପ ଶିଳ ଶିଳପୁଆ ଦିଆଯାଉଥିଲା । ଏହାସହ ବିବାହ ପୂର୍ବରୁ ମଧ୍ୟ ଶିଳ ଶିଳପୁଆକୁ ପୂଜା କରି ଶୁଭ କାର୍ଯ୍ୟ ଆରମ୍ଭ ହେଉଥିଲା । ହେଲେ ଧୀରେ ଧୀରେ ସତେ ଯେମିତି ଏହି ପରମ୍ପରା ହଜିବାକୁ ବସିଲାଣି ।

ଏହା ବି ପଢନ୍ତୁ...ଲସ୍ତଲାରେ ତିଆରି ହୁଏ ମା’ ସମଲେଶ୍ଵରୀଙ୍କ ସାକରପଟି; ମାତ୍ର 2 ମାସ ଚାହିଦା, ବୁଡିଯିବ କୌଳିକ ବୃତ୍ତି !

ଏହା ବି ପଢନ୍ତୁ...ଆଧୁନିକତାର ସ୍ପର୍ଶରେ ଲୁପ୍ତ ହେଉଛି କୌଳିକ ବୃତ୍ତି, ସଙ୍କଟରେ କଂସାରୀ କାରିଗର

ଲୋକେ ଆଧୁନିକତା ଆଡକୁ ବଢ଼ିବାକୁ ଲାଗିଲାଣି । ଫଳରେ ଏହି ଶିଳ ଶିଳପୁଆ ଆଉ ଦେଖିବାକୁ ମିଳୁନାହିଁ । ଏହି କାର୍ଯ୍ୟକୁ ଅର୍ଥାତ୍ ପଥରର ନିହାଣ ମୁନରେ ଶିଳ ଶିଳପୁଆ ପ୍ରସ୍ତୁତିକୁ ନିଜର କୌଳିକ ବୃତ୍ତି ଭାବରେ ଆପଣେଇ ନେଇଥିବା ପଥର କାରିଗରଙ୍କ ଏବେ ଚିନ୍ତା ବଢିଛି । କାରଣ ଲୋକଙ୍କ ଚାହିଦା କମିବା ଫଳରେ ବିକ୍ରି ମଧ୍ୟ କମିଯାଇଛି । ଫଳରେ ପେଟପାଟଣା ପାଇଁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କାରିଗର । ଏହି ସାମଗ୍ରୀ ତିଆରି କରିବା ପାଇଁ ଛତିଶଗଡ ଅଞ୍ଚଳରୁ ପଥର ଅଣାଯାଇଥାଏ । ଫଳରେ କାରିଗରମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡ଼ିଥାଏ। କିନ୍ତୁ ଖର୍ଚ୍ଚ ଅନୁଯାୟୀ ଲାଭ ହେଉନଥିବା କହିଛନ୍ତି କାରିଗର ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.