ETV Bharat / state

ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ସ୍ଥଗିତ, ତାତିଲେ କାଉନସିଲର - Junagarh NAC Voting Postponed

author img

By ETV Bharat Odisha Team

Published : Aug 1, 2024, 7:15 PM IST

Junagarh NAC Voting Postponed: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପି ଦଖଲରେ ରହିଛି । ହେଲେ ଏଠାରେ ଲାଗି ରହିଥିବା ଅଶାନ୍ତି ପଛର କାରଣ କ'ଣ ? କାହିଁକି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ନିଷ୍ପତ୍ତି ହୋଇଥିଲା ? ଏହା ସ୍ଥଗିତ ରହିଲା କାହିଁକି ? ଜାଣନ୍ତୁ

Junagarh NAC Voting Postponed
Junagarh NAC Voting Postponed (ETV Bharat Odisha)

ଭବାନୀପାଟଣା: ଜୁନାଗଡ଼ NAC ଅଧ୍ୟକ୍ଷ ବିରୋଧରେ ଅନାସ୍ଥା ପ୍ରସ୍ତାବ ଘଟଣା । ଅତିରିକ୍ତ ଜିଲ୍ଲାପାଳ ଆସିନଥିବାବେଳେ ନିର୍ବାଚନ ସ୍ଥଗିତ ରହିଛି ।

କାହିଁକି ହୋଇଛି ଅନାସ୍ଥା ପ୍ରସ୍ତାବ?

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପି ଦଖଲରେ ରହିଛି । ବିଗତ ନିର୍ବାଚନରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟ ହାସଲ କରିଥିଲେ । ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ଟି ୱାର୍ଡ ମଧ୍ୟରୁ ୧୦ଟି ୱାର୍ଡରେ ବିଜେଡି କାଉନସିଲରମାନେ ବିଜୟ ହାସଲ କରିଥିବାବେଳେ ୨ଟି ୱାର୍ଡ ବିଜେପି ହାତକୁ ଯାଇଥିଲା । ନିର୍ବାଚନର ପ୍ରାୟ ୩ ବର୍ଷ ପରେ ଏବେ ବିଜେଡିର ୧୦ ଜଣ କାଉନସିଲର ମିଶି ନଗରପାଳ ମୁକେଶ ଅଗ୍ରୱାଲଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ନଗରପାଳଙ୍କୁ ବିରୋଧ:

ନଗରପାଳଙ୍କ ମନମୁଖୀ ଶାସନକୁ ବିରୋଧ କରି କାଉନସିଲରମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଆଜି ଏହାର ନିର୍ବାଚନ ରହିଥିଲା । କାଉନସିଲରଙ୍କ ଅଭିଯୋଗକୁ ଭିତ୍ତି କରି ଅଗଷ୍ଟ ମାସ ୧ ତାରିଖରେ ଭୋଟଗ୍ରହଣ ପାଇଁ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଆସିଲେନି ଅତିରିକ୍ତ ଜିଲ୍ଲାପାଳ:

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ସକାଳ ୧୧ ଟାରୁ ୧ଟା ମଧ୍ୟରେ ପରିଷଦ ମଧ୍ୟରେ କାଉନସିଲରମାନଙ୍କୁ ନେଇ ଅନାସ୍ଥା ଭୋଟିଂ ହେବା ପାଇଁ ପ୍ରସ୍ତୁତି ହୋଇଥିଲା । ସମସ୍ତ କାଉନସିଲର ଓ ବିଜେଡି ଏଜେଣ୍ଟ ମଧ୍ୟ ପ୍ରସ୍ତୁତ ରହିଥିଲେ । ହେଲେ ହଠାତ ଅନାସ୍ଥା ଭୋଟିଂ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଆସିପାରିନଥିଲେ । ଯାହାକୁ ନେଇ କାଉନସିଲରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ନିର୍ବାଚନରେ କିଏ ଦେଇଥାନ୍ତେ ମତ:

ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି 12ଟି ୱାର୍ଡ । ସେଥି ମଧ୍ୟରୁ ବିଜେଡି ସପକ୍ଷରେ 10 କାଉନସିଲର ଓ ବିଜେପି ସପକ୍ଷରେ 2ଟି କାଉନସିଲର ରହିଥିବାବେଳେ ଆଜି ଅଧ୍ୟକ୍ଷକୁ ଛାଡ଼ି 12 ସଦସ୍ୟ ନିର୍ବାଚନରେ ଭାଗ ନେବାର କାର୍ଯ୍ୟକ୍ରମ ରହିଥିଲେ । ତେବେ ପରିଷଦ କାର୍ଯ୍ୟାଳୟରେ ସେମାନେ ଉପସ୍ଥିତ ରହିଥିଲେ।

ଏହା ବି ପଢନ୍ତୁ...ନବୀନଙ୍କ ପାଇଁ କାନ୍ଦିଲେ ଉପ-ନଗରପାଳ, ଅଶାଳୀନ ମନ୍ତବ୍ୟ ନଦେବାକୁ କଲେ ଅନୁରୋଧ - Deputy Chairperson of Baripada Municipality

ନିର୍ବାଚନ ନହେବାରୁ ଅସନ୍ତୋଷ:

ବିଜେଡି ଅନାସ୍ଥା ଭୋଟିଂ ଏଜେଣ୍ଟ ମହେଶ ସାହୁ କହିଛନ୍ତି, "ଶାସକ ଦଳର ଚାପରେ ଜିଲ୍ଲା ପ୍ରଶାସନ ନିର୍ବାଚନ ନିୟମକୁ ବେଖାତିର କରୁଛି ।" କାଉନସିଲରମାନେ ନିର୍ବାଚନ ପାଇଁ ଅଧିକାରୀ ନିଯୁକ୍ତ କରିବା ସହ ଆଜି ହିଁ ନିର୍ବାଚନ କରିବା ନେଇ ଅଡିବସିଥିବା ଦେଖବାକୁ ମିଳିଥିଲା । ଏନେଇ ପୌର ଅଧିକାରୀ ପ୍ରମୋଦ ଖିଲ୍ଲୋଙ୍କୁ ପଚାରିବାରୁ ସେ କହିଛନ୍ତି, "ଜିଲ୍ଲା ପ୍ରଶାସନ ପକ୍ଷରୁ ଫୋନ ଯୋଗେ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ । ଅନ୍ୟ ଏକ ତାରିଖରେ ଅନାସ୍ଥା ଭୋଟିଂ ଆୟୋଜନ କରିବା ପାଇଁ ଯୋଜନା କରାଯାଉଛି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.