ETV Bharat / state

ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ - Junior Rakshak Program - JUNIOR RAKSHAK PROGRAM

Junior Rakshak Program: ଭୁବନେଶ୍ୱରରେ ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ ଉଦଘାଟିତ । ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jun 1, 2024, 8:53 AM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ପରିବହନ ବିଭାଗର ଜୁନିୟର ରକ୍ଷକ କାର୍ଯ୍ୟକ୍ରମ । ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିରରେ 540 ଜଣ ବାଳିକା କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ପରିବହନ ବିଭାଗ ପକ୍ଷରୁ ଜୁନିୟର ରକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । ଶିବିରରେ ବାଳିକା ଏନିସିସି କ୍ୟାଡେଟମାନଙ୍କୁ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ପ୍ରାଥମିକ ଚିକିତ୍ସା ସଂପର୍କରେ ପ୍ରଶିକ୍ଷିତ କରାଯାଇଛି । ଏହାସହ ଜୁନିୟର ରକ୍ଷକମାନେ ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ଦାୟିତ୍ୱ ନିର୍ବାହ କରିବେ । ସେମାନେ ନିଜେ ସମସ୍ତ ନିୟମ ମାନିବା ସହ ନିଜ ପରିବାର, ଆଖପାଖ ଲୋକେ, ସାହିପଡ଼ିଶାରେ ମଧ୍ୟ ସଡ଼କ ସଚେତନତାର ବାର୍ତ୍ତା ବାଣ୍ଟିବେ ।

ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାରେ ଗୋଲ୍ଡେନ ଆଓ୍ୱାର ବା ଦୁର୍ଘଟଣା ଘଟିବାର ପରବର୍ତ୍ତୀ ଏକ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ । ଏହି ସମୟ ମଧ୍ୟରେ କିଭଳି ପ୍ରାଥମିକ ଚିକିତ୍ସା ପ୍ରଦାନ କରିହେବ ଓ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇପାରିବ ସେଦିଗରେ ପ୍ରଶିକ୍ଷଣ ଦିଆଯାଇଛି । ମାଷ୍ଟର ଟ୍ରେନର ସାଧନା ଶତପଥୀ ଓ ଜ୍ୟୋତିରଂଜନ ମହାପାତ୍ର ପ୍ରଶିକ୍ଷଣ ଦେଇଛନ୍ତି ।

ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ
ସଡ଼କ ସୁରକ୍ଷାର ବ୍ରାଣ୍ଡ ଆମ୍ବାସଡର ହେବେ ଜୁନିୟର ରକ୍ଷକ (ETV Bharat Odisha)

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଦିଗରେ ଏନସିସି ସହଭାଗିତାରେ ପରିବହନ ବିଭାଗର ଏହା ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ । ପୂର୍ବରୁ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେଥିରେ ସଫଳତା ମିଳିବା ପରେ ଏହି ପ୍ରୟାସକୁ ବ୍ୟାପକ କରିବାକୁ ଜୁନିୟର ରକ୍ଷକ କାର୍ଯ୍ୟକ୍ରମ କରାଯାଉଛି । ମାର୍ଚ୍ଚ 6ରେ ଏ ସଂକ୍ରାନ୍ତରେ ଲୋକସେବା ଭବନରେ ପରିବହନ ବିଭାଗ ଓ ଏନସିସି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଚଳିତ ବର୍ଷ ସାରା ରାଜ୍ୟରେ 32 ହଜାର ଏନସିସି କ୍ୟାଡେଟଙ୍କୁ ଜୁନିୟର ରକ୍ଷକ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ପୁରୀରେ ଗତ 18 ତାରିଖରେ 575 ଏନସିସି କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆଇଆଇଟି-ଆଇଏଲଏସ ମଧ୍ୟରେ ଚୁକ୍ତିନାମା, ଯକ୍ଷ୍ମା ଉପରେ ହେବ ଗବେଷଣା - MoU Between IIT And ILS

କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ସଡ଼କ ଦୁର୍ଘଟଣା ଓ ଏ ସଂପର୍କିତ ମୃତ୍ୟୁ ସଂଖ୍ୟା ହ୍ରାସ ଆମ ସମସ୍ତଙ୍କ ଲକ୍ଷ୍ୟ । ଏନସିସି ସେବା କ୍ଷେତ୍ରରେ ଏକ ପ୍ରତିବଦ୍ଧ ଓ ଶୃଙ୍ଖଳିତ ସଂସ୍ଥା । ତେଣୁ ଏନସିସି କ୍ୟାଡେଟ ସଡ଼କ ସୁରକ୍ଷାକୁ ମଧ୍ୟ ସଠିକ ଢଙ୍ଗରେ ପାଳନ କରିବେ । ଏହାସହ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ଏସଟିଏ ସଚିବ ଚିନ୍ମୟୀ ବିଶ୍ଵାଳ, ଏନସିସି ଗ୍ରୁପ କମାଣ୍ଡର ସତ୍ୟବ୍ରତ ସ୍ୱାଇଁ ଯୋଗ ଦେଇଛନ୍ତି । ଏଥିରେ ଦୁଇଟି ସେସନରେ ପ୍ରଶିକ୍ଷଣ ଦିଆଯାଉଛି । ଏହାସହ ସଡ଼କ ସୁରକ୍ଷା ସଚେତନତା ସଂପର୍କରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.