ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ପୁରୀ ବାଲୁଖଣ୍ଡରେ ହେବ ଜଙ୍ଗଲ ସଫାରୀ - Jungle Safari

Jungle Safari: ପୁରୀ ବାଲୁଖଣ୍ଡରେ ହେବ ଜଙ୍ଗଲ ସଫାରୀ । ପର୍ଯ୍ୟଟକଙ୍କୁ ମିଳିବ ଜଙ୍ଗଲ ବୁଲିବାର ଅନୁଭୂତି । କେବେଠୁ ଏହାର ମଜା ନେଇପାରିବେ ପର୍ଯ୍ୟଟକ ଜାଣନ୍ତୁ ।

Jungle Safari
Jungle Safari (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 9:58 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଜଙ୍ଗଲ ସଫାରୀ । ଯାହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି । ପୁରୀ ବାଲୁଖଣ୍ଡରେ ଜଙ୍ଗଲ ସଫାରୀ ଆରମ୍ଭ କରିବାକୁ ଯାଉଛି ବନ ବିଭାଗ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ଚନ୍ଦକା ଜଙ୍ଗଲରେ ବୁଲିବାର ମଜା ନେଉଛନ୍ତି । ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଏଠାରେ ସନ୍ଧ୍ୟାରେ ସମୟ କାଟୁଛନ୍ତି ସ୍କୁଲ ପିଲା । ଅନ୍ୟପଟେ ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡି଼ଶା ଏକ ସ୍ୱତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରୀ ସ୍ଥାପନ କରିବାକୁ ଯାଉଛି । ଏହି ମେଲାନିଷ୍ଟିକ ବିରଳ ବାଘଙ୍କୁ ଦେଖିବାକୁ ପର୍ଯ୍ୟଟକମାନେ ସୁଯୋଗ ମଧ୍ୟ ପାଇପାରିବେ ।

Jungle Safari (ETV Bharat Odisha)

ଏନେଇ ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି, "ରାଜ୍ୟରେ ବିଭିନ୍ନ ସ୍ଥାନରେ ବା ଅଭୟାରଣ୍ୟରେ ଥିବା ଚିତ୍ରା ହରିଣଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି । ଯେତେବେଳେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ କରାଯାଇଥିଲା ସେଥିରେ କେବଳ କୃଷ୍ଣସାର ମୃଗ କିମ୍ବା ବାଲି ହରିଣଙ୍କ ସୁରକ୍ଷା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । ବାଲି ହରିଣ ସେଠାରେ କମିବାରେ ଲାଗିଛନ୍ତି । ଯେଉଁଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୃଷ୍ଣସାର ମୃଗ ସମେତ ଚିତ୍ରା ହରିଣଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ତେବେ ସେଠାରେ ଅକ୍ଟୋବର ମାସ ସୁଦ୍ଧା ଜଙ୍ଗଲ ସଫାରୀ ଆରମ୍ଭ ହେବ । ତେବେ ପର୍ଯ୍ୟଟକ ମାନଙ୍କର ଏହା ଏକ ନୂଆ ଅନୁଭୂତି ଯୋଗାଇ ଦେବ । ପୁରୀକୁ ମଧ୍ୟ ବହୁତ ପର୍ଯ୍ୟଟକଙ୍କ ଯିବାଆସିବା ଦ୍ଵାରା ଏହି ସଫାରୀରେ ମଜା ନେଇପାରିବେ ବୋଲି କହିଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ।"

ଏହା ବି ପଢନ୍ତୁ...ଓଡ଼ିଶା ଆସିବେ ୫ ମହାବଳ, ଅନ୍ୟ ଜୀବଜନ୍ତୁ ହେବେ ଅଦଳବଦଳ - Odisha To Welcome Wild Animals

ସୂଚନା ଅନୁଯାୟୀ, ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଲମ୍ବିଛି ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ । ବଙ୍ଗୋପସାଗର କୂଳରେ ପ୍ରାୟ ୮୭ ବର୍ଗ କିଲୋମିଟର ରହିଛି ବାଲୁଖଣ୍ଡ ଅଭୟାରଣ୍ୟ । ଝାଉଁବଣ ସାଙ୍ଗକୁ କାଜୁ, ଆକାଶିଆ ଆଦି ଗଛ ସହ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଶୋଭା ବର୍ଦ୍ଧନ କରୁଛନ୍ତି । ଏହାସହ ବନ୍ୟପ୍ରାଣୀଙ୍କ ପାଇଁ ରହିଛି ସୁରକ୍ଷିତ ଆଶ୍ରୟସ୍ଥଳ । ରାଜ୍ୟରେ ଯେଉଁ ଅଳ୍ପ କେତୋଟି ଜାଗାରେ କୃଷ୍ଣସାର ମୃଗଙ୍କୁ ଦେଖିବାକୁ ମିଳୁଥିଲା, ସେଥି ମଧ୍ୟରେ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ୟତମ ରହିଥିଲା । କାଳକ୍ରମେ ପ୍ରତିକୂଳ ପରିବେଶ, ବନ୍ୟଜନ୍ତୁ ଶିକାର ଓ ବଂଶ ରକ୍ଷା କରିବାରେ ବନ୍ୟପ୍ରାଣୀ ବିଭାଗର ବିଫଳତା ଯୋଗୁ ୨୦୧୪ ମସିହାରେ ଏଠାରୁ କୃଷ୍ଣସାର ମୃଗଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇବାକୁ ବସିଲାଣି । ଏବେ କେବଳ ଚିତ୍ରା ହରିଣଙ୍କ ସହ ବଣଭୁଆଁ, ଗଧିଆ, ବିଲୁଆ, ନେଉଳ, ଓଧ ଆଦି ବନ୍ୟଜନ୍ତୁ ବସବାସ କରୁଛନ୍ତି। ଏଣୁ ପୁଣିଥରେ ବାଲୁଖଣ୍ଡ ଅଭୟାରଣ୍ୟକୁ କୃଷ୍ଣସାର ମୃଗଙ୍କ ମୁକ୍ତ ବିଚରଣର ଆଶ୍ରୟସ୍ଥଳୀ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.