ETV Bharat / state

ବିରୋଧୀଙ୍କୁ ଉତ୍ତର ଦେଲେ ଦୀପାଳି; 'ମହିଳା ସଶକ୍ତିକରଣ ହିଁ ଏକମାତ୍ର ବିକାଶର ମାର୍ଗ' - Dipali Das election campaign - DIPALI DAS ELECTION CAMPAIGN

Lok Sabha Election: ଝାରସୁଗୁଡା ଜିଲ୍ଲା କୋଲାବିରା ଅଞ୍ଚଳରେ ବିଜେଡିର ବିଶାଳ ମହିଳା ସମାବେଶ । ସଭାକୁ ସମ୍ବୋଧିତ କରି ଭୋଟ ଦେବାକୁ ଅପିଲ୍ କଲେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ । ଅଧିକ ପଢନ୍ତୁ

ବିରୋଧୀଙ୍କୁ ଉତ୍ତର ଦେଲେ ଦୀପାଳି; 'ମହିଳା ସଶକ୍ତିକରଣ ହିଁ ଏକମାତ୍ର ବିକାଶର ମାର୍ଗ'

author img

By ETV Bharat Odisha Team

Published : Apr 24, 2024, 2:22 PM IST

ବିରୋଧୀଙ୍କୁ ଉତ୍ତର ଦେଲେ ଦୀପାଳି; 'ମହିଳା ସଶକ୍ତିକରଣ ହିଁ ଏକମାତ୍ର ବିକାଶର ମାର୍ଗ'

ଝାରସୁଗୁଡା: ନିର୍ବାଚନକୁ ଆଉ ଦିନ କେଇଟା । ରାଜନେତାଙ୍କ ପ୍ରଚାରକୁ ନେଇ ସରଗରମ ରହିଛି ରାଜନୀତି । ମତଦାନ ତାରିଖ ପାଖେଇ ଆସୁଥିବାରୁ ଯେନତେନ ପ୍ରକାରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଛନ୍ତି ପ୍ରାର୍ଥୀ । ଝାରସୁଗୁଡାରେ ରାଜନୈତିକ ପାଣିପାଗ ମଧ୍ୟ ଉଷ୍ମ ହେବାର ଲାଗିଛି । ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ରାଜନୈତିକ ଦଳ । ଝାରସୁଗୁଡା ବିଧାୟିକା ତଥା ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ମଧ୍ୟ ଭୋଟରଙ୍କ ନିକଟତର ହେବାକୁ ରୀତିମତ କୌଶଳ ଆପଣାଉଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହାଠାରେ ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୀପାଳିଙ୍କ ସମେତ ବରଗଡ ଲୋକସଭା ପ୍ରାର୍ଥିନୀ ପରିନିତା ମିଶ୍ର ଓ ଅନ୍ୟ ବରିଷ୍ଠ ଦଳୀୟ କର୍ମୀ ଯୋଗ ଦେଇଛନ୍ତି ।

ବିଜେଡିର ଏହି ବିଶାଳ ସମାବେଶରେ ହଜାର ହଜାର ସଂଖ୍ୟାରେ ମହିଳା ସାମିଲ ହୋଇଛନ୍ତି । ସମାବେଶରେ ନବୀନ ସରକାରଙ୍କ ବିକାଶର କଥା କହିବା ସହ ସମସ୍ତଙ୍କୁ ସମ୍ବୋଧିତ କରି ଚଳିତ ନିର୍ବାଚରେ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି ଦୀପାଳି । ଏହି ଅବସରରେ ସେ କହିଛନ୍ତି ଯେ, ସ୍ବର୍ଗତ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପ୍ରଚେଷ୍ଟାରେ ଏହି ଅଞ୍ଚଳରେ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟର ବିକାଶ ହୋଇଛି । ଲୋକଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଛକଠାରେ କଲ୍ୟାଣ ମଣ୍ଡପ ତିଆରି କରାଯାଇଛି । ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଯେଉଁ ବ୍ୟକ୍ତିତ୍ଵ ସମ୍ପର୍କ ସ୍ଥାପନ କରିଥିଲେ ତାହା କେବେ ଭୁଲିହେବ ନାହଁ ।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରର ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍ - BJD Election Campaign

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରି ଯେଉଁ ସମ୍ମାନ ପ୍ରଦାନ କରିଛନ୍ତି ତାହା ମହିଳା ସଶକ୍ତିକରଣର ଏକ ଜ୍ବଳନ୍ତ ଉଦାହରଣ । ମହିଳା ସଶକ୍ତିକରଣ ହିଁ ଏକମାତ୍ର ବିକାଶର ମାର୍ଗ । ଜନସାଧାରଣଙ୍କ ଗହଣରେ ରହି ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିବଦ୍ଧ ବୋଲି ଦୀପାଳି ଦାସ କହିଛନ୍ତି । ଏଥିସହ ଦେଶ ତଥା ରାଜ୍ୟରେ ତୈଳ ଏବଂ ପନିପରିବା ଦରଦାମ ବୃଦ୍ଧି ନେଇ ସେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ।

ଆଜିର ଏହି ବିଶାଳ ସମାବେଶରେ ଝାରସୁଗୁଡା ଜିଲ୍ଲା ସଭାପତି ରବି ସିଂ, ସୁଶାନ୍ତ ମିଶ୍ର, ଜିଲ୍ଲା ମହିଳା ସଭାନେତ୍ରୀ ରୋଜାଲିନ ପଟେଲ, କୋଲାବିରା ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ, ଜିଲ୍ଲା ପରିଷଦ ସଦସ୍ୟ ନୃପାଲାଲ ପଶାୟତ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ବାହୁକଙ୍କ ସହ ବ୍ଲକ ସ୍ତରୀୟ ଜନପ୍ରତିନିଧି ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ସଭାରେ ହଜାର ହଜାର ସଂଖ୍ୟାକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.