ETV Bharat / state

ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ଯାତ୍ରା କରୁଥିଲେ ଜାଣିନିଅନ୍ତୁ, ଏସବୁ ଟ୍ରେନ ବାତିଲ - List Of Trains Cancelled

author img

By ETV Bharat Odisha Team

Published : Jul 30, 2024, 4:17 PM IST

Howrah Mumbai Train Accident List Of Trains Cancelled: ଝାଡ଼ଖଣ୍ଡ ଚକ୍ରଧରପୁର ରେଳମଣ୍ଡଳରେ ଘଟିଥିବା ଟ୍ରେନ ଦୁର୍ଘଟଣା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ଟ୍ରେନର ରୁଟ୍‌ରେ ପରିବର୍ତ୍ତନ କରାଯାଇଥିବା ବେଳେ ଯାତ୍ରାକୁ ମଧ୍ୟ ବାତିଲ କରାଯାଇଛି । ଅଧିକ ପଢ଼ନ୍ତୁ

Howrah Mumbai Train Accident List Of Trains Cancelled
Howrah Mumbai Train Accident List Of Trains Cancelled (ETV Bharat Odisha)

ରାଉରକେଲା: ଝାଡଖଣ୍ଡ ଚକ୍ରଧରପୁର ରେଳ ଡିଭିଜନ ରାଜଖରସୁଆଁ ବଡ଼ବାମ୍ବୁ ନିକଟରେ ହୋଇଥିବା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ ଚିନ୍ତାର ବିଷୟ ପାଲଟିଛି । ଏହି ଟ୍ରେନ ରୁଟ୍‌ ଏକ ବ୍ୟସ୍ତବହୁଳ ଟ୍ରେନ ରୁଟ ହୋଇଥିବାରୁ ବହୁ ସଂଖ୍ୟାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବହୁ ସଂଖ୍ୟାରେ ଟ୍ରେନ ଚଳାଚଳକୁ ନିୟନ୍ତ୍ରଣ ଲାଗି ବ୍ୟବସ୍ଥା ଚାଲିଛି । ବର୍ତ୍ତମାନ ଟ୍ରେନ ରାଉରକେଲା ରୁଟ୍‌ ଦେଇ ଟାଟା ଏବଂ ଟାଟା ରୁଟ୍‌ ଦେଇ ରାଉରକେଲା ସହ ଝାରସୁଗୁଡା ଅଭିମୁଖେ ଯାଉଥିବା ଟ୍ରେନକୁ ଡାଇଭର୍ଟ କରାଯାଇଛି । ସେହିପରି ଅନେକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ।

ଟ୍ରେନ୍‌ ବାତିଲ :

228611 ହାୱଡ଼ା-ଟିଟିଲାଗଡ-କଣ୍ଟାବାଞ୍ଜି ଏକ୍ସପ୍ରେସ

080815/ 18019 ଖଡଗପୁର-ଝରଗ୍ରାମ-ଧାନବାଦ ଏକ୍ସପ୍ରେସ

12021/12022 ହାୱଡ଼ା-ବଡବିଲ-ହାୱଡ଼ା ଜନ୍‌ ଶତାବ୍ଦୀ ଏକ୍ସପ୍ରେସ

18109 ଟାଟାନଗର-ଇତୱାରି ଏକ୍ସପ୍ରେସ

18030 ଶାଲିମାର-LTT ଏକ୍ସପ୍ରେସ

ସର୍ଟ ଟର୍ମିନେସନ୍‌:
ଟ୍ରେନ ଦୁର୍ଘଟଣା ଯୋଗୁଁ କିଛି ଟ୍ରେନ ସ୍ବାଭାବିକ ଭାବେ ଯେଉଁଠି ଯାତ୍ରା ଶେଷ କରୁଥିଲା, ସେଠାର ନ କରି ଏହାର ପୂର୍ବରୁ ଯାତ୍ରା ଶେଷ କରିବ । ଉକ୍ତ ଟ୍ରେନଗୁଡ଼ିକ ହେଉଛି

18114 ବିଳାସପୁର-ଟାଟାନଗର ଏକ୍ସପ୍ରେସ (ଜୁଲାଇ 29ରେ ଯାତ୍ରା ଆରମ୍ଭ) ରାଉରକେଲାରେ ଯାତ୍ରା ଶେଷ କରିବ ।

18190 ଇର୍ନାକୁଲମ-ଟାଟାନଗର ଏକ୍ସପ୍ରେସ (ଜୁଲାଇ 28ରେ ଯାତ୍ରା ଆରମ୍ଭ ) ଚକ୍ରଧରପୁରଠାରେ ଯାତ୍ରା ଶେଷ କରିବ ।

18011 ହାୱରା-ଚକ୍ରଧରପୁର ଏକ୍ସପ୍ରେସ ( ଜୁଲାଇ 30ରେ ଯାତ୍ରା ଆରମ୍ଭ ) ଆଦ୍ରାରେ ଯାତ୍ରା ଶେଷ କରିବ ।

18110 ଇତୱାରି-ଟାଟାନଗର ଏକ୍ସପ୍ରେସ (ଜୁଲାଇ 30ରେ ଯାତ୍ରା ଆରମ୍ଭ ) ବିଳାସପୁରରେ ଯାତ୍ରା ଶେଷ କରିବ ।

ଝାଡଖଣ୍ଡ ଟ୍ରେନ ଦୁର୍ଘଟଣା:

12810 ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଆଜି ଭୋର 3.45 ସମୟରେ ରାଜଖରସୁଆଁ ଓ୍ବେଷ୍ଟ ଆଉଟର ଓ ବାରାବାମ୍ବୋ ମଧ୍ୟରେ ଥିବା ଚକ୍ରଧରପୁରରେ ଲାଇନଚ୍ୟୁତ ହୋଇଥିଲା । 18ଟି ବଗି ଟ୍ରାକ ତଳକୁ ଖସିଯାଇଥିଲା । ଏଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ରେଳ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସମସ୍ତ ଆହତଙ୍କୁ ରେଲଓ୍ବେ ମେଡିକାଲ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା 2 ମୃତକ ହେଉଛନ୍ତି ଓଡ଼ିଶାର । ଉଭୟ ସୁନ୍ଦରଗଡ ଜିଲ୍ଲା ରାଉରକେଲାର ସହରର ହୋଇଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛନ୍ତି ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ଅନ୍ୟ ଜଣେ ରେଲୱେ କଲୋନୀର ପି ବିକାଶ ରାଓ ।

ଏହା ବି ପଢନ୍ତୁ- ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ

ଏହା ବି ପଢନ୍ତୁ- ଝାଡଖଣ୍ଡ ଟ୍ରେନ ଟ୍ରାଜେଡି: 2 ମୃତକ ରାଉରକେଲାର, କାନ୍ଦ ବୋବାଳିରେ ଫାଟିପଡୁଛି ଗାଁଦାଣ୍ଡ

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.