ETV Bharat / state

ମହାନଦୀ କୂଳରେ ଘର: ମିଳୁନି ସ୍ବଚ୍ଛ ପାଣି, ଗାଁକୁ ନାହିଁ ରାସ୍ତା, ଲୋକଙ୍କ ଭରସା ବିଲ ହିଡ଼ - Road Problem In Boudh

author img

By ETV Bharat Odisha Team

Published : Aug 10, 2024, 3:54 PM IST

Road Problem In Boudh: ବର୍ଷ ବର୍ଷ ଧରି ରାସ୍ତା ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ବସ୍ତି ବାସି । ପକ୍କା ରାସ୍ତା ନାହିଁ କି ପିଇବା ପାଣି ବି ନାହିଁ । ବିକାଶ ଆଢ଼ୁଆଳରେ ଏବି ବସ୍ତିବାସିନ୍ଦା । ଅଧିକ ପଢନ୍ତୁ

Road Problem In Boudh
Road Problem In Boudh (ETV Bharat Odisha)

ବୌଦ୍ଧ: ମହାନଦୀ କୂଳେ ଘରେ । ହେଲେ ପାଣିର ଘୋର ସମସ୍ୟା । ପାଣି ପାଇଁ ଯେଉଁ ଗୋଟିଏ କି ୨ଟା ନଳକୂପ ଅଛି ତା' କଥା ନକହିବା ଭଲ । ସବୁ ଅଚଳ ହୋଇପଡ଼ିଛି । ଏପଟେ ଗାଁକୁ ପକ୍କା ରାସ୍ତା ଖଣ୍ଡେ ନାହିଁ । ଯାତାୟତ ପାଇଁ ବିଲ ହୁଡ଼ା ହିଁ ଭରସା । ଆଉ ସ୍ବାସ୍ଥ୍ୟସେବା କଥାତ ତାକୁ ବଳିକି । ଏଭଳି ଅନେକ ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି ବୌଦ୍ଧ ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର କେଲାକଟା ଗ୍ରାମ ନିକଟରେ ଥିବା ଝରାସାହି ବସ୍ତି ବାସିନ୍ଦା । ଏହି ବସ୍ତି ବାସିନ୍ଦାଙ୍କୁ ଦେଖିଲେ ମନେ ହେଉଛି ସେଠାରେ ସରକାରୀ ଯୋଜନା ଯେପରି ବାଟ ହୁଡିଛି ।

ମହାନଦୀ ଫୁଲିଲେ ଛାନିଆ ବସ୍ତି ବାସିନ୍ଦା:

ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ନଦୀ କୂଳରେ ବସବାସ କରୁଥିବା ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ଶହେରୁ ଊର୍ଦ୍ଧ୍ବ କିଲୋମିଟର ପ୍ରବାହିତ ହେଉଛି । ମହାନଦୀ କୂଳରେ ଅବସ୍ଥିତ ଖଣ୍ଡିଧଳପୁର, ସାକୁସିଙ୍ଗା, ମାରିବା, ପାଣିଘରା ଓ ବୁଦ୍ଧଦେବ ନଗର ଭଳି ଅନେକ ଗ୍ରାମର ଅଧିବାସୀ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଏଭଳି ଏକ ବସ୍ତି ହେଉଛି ଜିଲ୍ଲାର ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର କେଲାକଟା ଗ୍ରାମ ନିକଟରେ ଥିବା ଝରାସାହି ବସ୍ତି । ମହାନଦୀ କୂଳରେ ଅବସ୍ଥିତ ଏହି ବସ୍ତି ଯେଉଁଠି ସମସ୍ୟାର ଲମ୍ବା ତାଲିକା ରହିଛି । ଝରାସାହିରେ ପ୍ରାୟ ୧୪ଟି ଆଦିବାସୀ ପରିବାର ପିଢ଼ି ପରେ ପିଢ଼ି ବସବାସ କରୁଥିବା ବେଳେ ଏମାନଙ୍କ ମୁଖ୍ୟ ଜୀବିକ ହେଉଛି ମହାନଦୀରେ ଡଙ୍ଗା ମେଲି ମାଛ ଧରିବା ।

ଗାଁକୁ ନାହିଁ ରାସ୍ତା, ବିଲ ହିଡ଼ ଭରସା:

ତେବେ ଏହି ଝରାସାହି ବସ୍ତିକୁ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ରାସ୍ତା ନଥିବାରୁ ସେମାନେ ଜମି ହିଡ଼କୁ ରାସ୍ତା ଭାବରେ ବ୍ୟବହାର କରି ଆସୁଛନ୍ତି । ଏଠାରେ କେବେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିବାର ସୁବିଧା ନଥିବା ଯୋଗୁଁ ଏଠାରେ ବସବାସ କରୁଥିବା ଅଧିବାସୀ ସ୍ବାସ୍ଥ୍ୟ ସେବାରୁ ଏକ ପ୍ରକାର ବଞ୍ଚିତ ହୋଇରହିଛନ୍ତି । ବସ୍ତିର ଅଧିକାଂଶ ପରିବାରର ମୁଣ୍ଡ ଉପରେ ଛାତ ଖଣ୍ଡିଏ ନଥିବାରୁ ସେମାନେ ହରିପାଲ ଟଣା ଭଙ୍ଗା ଦଦରା ଘରେ ବସବାସ କରୁଛନ୍ତି । ମହାନଦୀ କୂଳରେ ଥାଇ ମଧ୍ୟ ଝରାସାହିର ଅଧିବାସୀ ସ୍ବଚ୍ଛ ପାନୀୟଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ବସ୍ତିରେ ଥିବା ନଳକୂପରୁ ଦୀର୍ଘ ଦିନ ହେଲା ପାଣି ବାହାରୁ ନଥିବା ବେଳେ ଝରାସାହି ବସ୍ତି ବାସିନ୍ଦା ମହାନଦୀରୁ ଗୋଳିଆ ଅପରିଷ୍କାର ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।

ଦୁଃଖ ଶୁଣିବାକୁ କେହି ନାହିଁ:

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଝରା ସଂପ୍ରଦାୟର କୈାଣସି ଯୁବକ କଲେଜ ମାଟି ମାଡି ନଥିବା ବେଳେ ଏମାନେ ସରକାରୀ ଚାକିରି ମଧ୍ୟ କେବେ କରିପାରି ନାହାନ୍ତି । ସମାଜର ମୁଖ୍ୟ ସ୍ରୋତରୁ ବହୁ ପଛରେ ରହିଥିବା ଏହି ଝରା ସଂପ୍ରଦାୟର ଅଧିବାସୀଙ୍କ ଦୁଃଖ ଶୁଣିବାକୁ ସତେ ଯେପରି କେହି ନାହାନ୍ତି । ଗ୍ରାମର ଗର୍ଭବତୀ ମହିଳାଙ୍କ ଠାରୁ ନେଇ ଅଙ୍ଗନୱାଡ଼ି ଶିଶୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦୁଃଖ ବଢ଼ିଯାଇଛି । ବର୍ତ୍ତମାନ ସମୟରେ ମହାନଦୀରେ ବନ୍ୟା ଆଶଂକା କରିଥିବା ବେଳେ ଏହି ବସ୍ତିର ଦୁଃଖ କଥା କେବଳ ବନ୍ୟା ସମୟରେ ମନେ ପଡେ ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବା ବେଳେ ଏହି ଝରା ସଂପ୍ରଦାୟର ଦୁଃଖ ଓ ସମସ୍ୟାର ସମାଧାନ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ।

ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା:

ସେପଟେ ମହାନଦୀ କୂଳରେ ବସବାସ କରୁଥିବା ଝରା ସଂପ୍ରଦାୟର ଅଧିବାସୀଙ୍କ ସମସ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବୌଦ୍ଧ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, "ପ୍ରାଥମିକ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ । ଝରା ସଂପ୍ରଦାୟର ଉକ୍ତ ପରିବାରକୁ ସ୍ଥାନାନ୍ତର କରି ସ୍ଥାୟୀ ଥଇଥାନ ସହିତ ସେମାନଙ୍କର ଜୀବନ ଜୀବିକାକୁ ନେଇ ସମସ୍ତ ପ୍ରଚେଷ୍ଟା କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ....ଏ କଣ ବିକାଶ ? ଚାଷ ଜମିର ଭ୍ରମ ସୃଷ୍ଟି କରୁଛି ଗାଁ ରାସ୍ତା, ଧାନ ତଳି ରୋଇ ପ୍ରତିବାଦ - KALAHANDI ROAD PROBLEM

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.