ETV Bharat / state

ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେଲା ଝାମୁଯାତ୍ରା, ରଡ ନିଆଁରେ ଚାଲିଲେ ପାଟୁଆ - Jhamu Jatra - JHAMU JATRA

Jhamu Jatra observed in Cuttack: ଆଜି କଟକ ଜିଲ୍ଲାର ଅନେକ ସ୍ଥାନରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏକ ମାସର ମାନସିକ ପରେ ଆଜି ନିଆଁରେ ଚାଲି ବ୍ରତ ପୁରଣ କଲେ ପାଟୁଆ। ଅଧିକ ପଢ଼ନ୍ତୁ,

ଅନୁଷ୍ଠିତ ହେଲା ଝାମୁଯାତ୍ରା
ଅନୁଷ୍ଠିତ ହେଲା ଝାମୁଯାତ୍ରା
author img

By ETV Bharat Odisha Team

Published : Apr 14, 2024, 5:11 PM IST

ଅନୁଷ୍ଠିତ ହେଲା ଝାମୁଯାତ୍ରା

ନିଆଳି: ଆଜି ହେଉଛି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆମ ଓଡ଼ିଶାରେ ବାର ମାସରେ ତେର ପରବ ପାଳନ କରାଯାଏ । ଓଡିଆ ଘରେ ପ୍ରତ୍ୟେକ ପର୍ବର ମହତ୍ତ୍ବ ରହିଛି । ଯାହାକୁ ଅତି ଆନନ୍ଦ ଏବଂ ଉଲ୍ଲାସର ସହିତ ପାଳନ ମଧ୍ୟ କରାଯାଏ । ସେଥିମଧ୍ୟରେ ଏକ ପୁରାତନ ପର୍ବ ହେଉଛି ଝାମୁଯାତ୍ରା । କୁହାଯାଏ ବିଭିନ୍ନ ପର୍ବ ମଧ୍ୟରୁ ଝାମୁଯାତ୍ରା ନୀତି ନିୟମ ଭିନ୍ନ । ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ମାସ ଶେଷରେ ନିଆଁରେ ଚାଲିବା ପରମ୍ପରା । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ପର୍ବର ମହତ୍ତ୍ବ ଏବଂ କିପରି ନିଆଳିରେ ଏହା ପାଳନ କରାଯାଇଛି ।

ମା' କାଳିସୀଙ୍କ ଏହି ପବିତ୍ର ଯାତ୍ରାକୁ ମାନସିକ ଧାରୀମାନେ ନିଷ୍ଠା ଓ ଏକାଗ୍ରତା ସହ ପାଳନ କରିଥାନ୍ତି । ଏହି ଯାତ୍ରା ବର୍ଷର ଚୈତ୍ରମାସରେ ପାଳନ କରାଯାଇ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଶେଷ ହୋଇଥାଏ । ମାସକ ସାରା କାଳିସୀ ଏବଂ ପାଟୁଆମାନେ ପରିବାରଙ୍କଠାରୁ ଅଲଗା ରହିବା ସହିତ କେବଳ ଶୁଦ୍ଧ ନିରାମିଷ ଓ ପଣାପାଣି ଆହାରରେ ରହିବାକୁ ପଡ଼ିଥାଏ । ଆଉ ପଣା ସଂକ୍ରାନ୍ତି ଦିନ ବିଭିନ୍ନ ଶକ୍ତିପୀଠ ଓ ମା'ଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ ଏହି ଝାମୁଯାତ୍ରା । ମୁଣ୍ଡରେ ସିନ୍ଦୂର, ହାତରେ ବେତ, ଦେହରେ କଳା ଓ ହଳଦିଆ ଲୁଗା ପିନ୍ଧି ପୋଖରୀ ସ୍ନାନ ପରେ ମା'ଙ୍କ ଆଜ୍ଞା ପାଇ ରଡ ନିଆଁରେ କାଳିସୀ ନିଜକୁ ସର୍ମପିତ କରିଥାଏ । ଅଙ୍ଗାର, କତା, କାଠ ଏବଂ ଝୁଣାର ରଡ ନିଆଁରେ କାଳିସୀ ନିଆଁରେ ପଶିଲା ପରେ, ମାନସିକ ଧାରୀ ପାଟୁଆମାନେ ନିଆଁରେ ପଶିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ମେରୁ ପର୍ବ: କଣ୍ଟାରେ ଗଡ଼ିଲେ ନିଆଁରେ ଚାଲିଲେ ଉପାସକ - Danda Yatra

ଅନେକ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାନସିକ ପ୍ରାପ୍ତି ଉଦ୍ଦେଶ୍ୟରେ ନିଜକୁ ମାସକ ସାରା ଶାନ୍ତ ଓ ସ୍ବଭାବ ରଖିବା ସହିତ ମାସ ଶେଷରେ ନିଆଁରେ ଚାଲିଥାନ୍ତି । କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ, କଟକ ସଦର ଏବଂ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଆଦି ଅଞ୍ଚଳରେ ଆଜି ପାଳିତ ହୋଇଯାଇଛି ଏହି ଝାମୁଯାତ୍ରା । ତେବେ କାକଟପୁର ମା' ମଙ୍ଗଳାଙ୍କଠାରୁ ଆରମ୍ଭ କରି ଗାଁ ଗଣ୍ଡାରେ ପୂଜା ପାଉଥିବା ମା'ଙ୍କ ପୀଠରେ ଝାମୁଯାତ୍ରାର ସ୍ୱତନ୍ତ୍ରତା ରହିଛି । ମା' ମଙ୍ଗଳାଙ୍କ ପୀଠରେ ପାଞ୍ଚ ମଙ୍ଗଳବାର ଦିନ ଝାମୁଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ବେଳେ ଅନ୍ୟ ଶକ୍ତି ପୀଠ ଏବଂ ତନ୍ତ୍ର ପୀଠରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଅନ୍ୟପଟେ ଆଜି ପଣା ସଂକ୍ରାନ୍ତି ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ବଡ ପର୍ବ । ଏହିଦିନ ଠାରୁ ଓଡ଼ିଆଙ୍କ ନୂତନ ବର୍ଷ ଆରମ୍ଭ ହୋଇଥାଏ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.