ETV Bharat / state

ଡକାୟତି ଯୋଜନା ପଣ୍ଡ, ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Mar 3, 2024, 9:50 PM IST

Jatani Police Arrested 5 Dacoits: ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ଏହି ଡକାୟତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଅଧିକ ପଢନ୍ତୁ

Jatani Police Arrested 5 Dacoits
Jatani Police Arrested 5 Dacoits
ଡକାୟତି ଯୋଜନା ପଣ୍ଡ, ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୋଲିସ

ଖୋର୍ଦ୍ଧା: ଜଟଣୀ ପୋଲିସକୁ ବଡ ସଫଳତା । ୫ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗତ କିଛି ଦିନ ହେଲା କମିଶନରରେଟ ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ହେଉଥିଲା । ଘରେ କେହି ନ ଥିବା ସମୟରେ ଝରକା ତାଡି ଡକାୟତି କରାଯାଉଥିଲା । ହେଲେ ଗତକାଲି (ଶନିବାର) ରାତିରେ ଜଟଣୀ ପୋଲିସ ଏକ ବିରାଟ ଡକାୟତି ଯୋଜନା ପଣ୍ଡ କରିଛି । ନାଇଟ୍ ପାଟ୍ରୋଲିଂ ବେଳେ ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାର ସିଂ ବିଶେଷ ସୂତ୍ରରୁ ଡକାୟତି ଯୋଜନା ନେଇ ଖବର ପାଇଥିଲେ । ଏହାପରେ ଜଟଣୀ ରେତଙ୍ଗ କଲୋନୀରେ ଥିବା କଲ୍ୟାଣ ମଣ୍ଡପ ପଛ ପଟେ ଚଢାଉକରି ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁସାରେ, ୫ ଜଣ ଡକାୟତ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ଏମାନଙ୍କୁ ମାଡି ବସିବାରେ ସଫଳ ହୋଇଛି । ଗିରଫ ଡକାୟତମାନଙ୍କଠାରୁ ଖଣ୍ଡା, ୨ଟି ଧାରୁଆ ଛୁରୀ, ଗୋଟିଏ ଲୁହାରଡ଼ ଆଦି ମାରଣାସ୍ତ୍ର ସମେତ ନିଶାଦ୍ରବ୍ୟ ମଧ୍ୟ ଜବତ କରଛି । ତେବେ ଏହି ଅଭିଯୁକ୍ତମାନେ ମଦ୍ୟପାନ କରି ଡକାୟତି ପାଇଁ ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଜଟଣୀ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ମୁଣ୍ଡିଆସାହିର ସାଏଦ ଫାୟାଜ ଓ ଶେଖ ଆବିଦ, ଗଜପତି ନଗର ଅଞ୍ଚଳର ସଞ୍ଜୟ ଦାସ, ସୁଜିତ ବିଶ୍ୱାଳ ଓ ରାଜାବଜାର ଅଞ୍ଚଳର ସୋହେଲ ଖାନ ।

ଏହା ମଧ୍ୟ ପଢନ୍ତୁ...ମହାରାଷ୍ଟ୍ରକୁ ହେଉଥିଲା ଗଞ୍ଜେଇ ଚାଲାଣ, ଧରିଲା ବୌଦ୍ଧ ପୋଲିସ

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପୂର୍ବରୁ ବିଗୁଡୁଛି ଅପରାଧିକ ସ୍ଥିତି, ସାଇଡ ମରାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

ଏହା ମଧ୍ୟ ପଢନ୍ତୁ...କୁତ୍ରା ପୋଲିସକୁ ବଡ ସଫଳତା, ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ

ଏହି ଡକାୟତମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଏପରିକି ସେମାନେ ଏକାଧିକ ଥର ଜେଲ ଯାଇ ଜାମିନରେ ଆସିଛନ୍ତି । ତେବେ ଆଜି ଜଟଣୀ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ ପୋଲିସର ଯୋନ-୩ ଏସିପି ତାପସ ଚନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଏସିପି କହିଛନ୍ତି, "ଏହି ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେବି ଫେରାର ରହିଛି । ତାକୁ ଖୁବଶୀଘ୍ର ଗିରଫ କରାଯିବାକୁ ଚେଷ୍ଟା ଜାରି ରହିଛି ।"

ଇଟିଭି ଭାରତ, ଖୋର୍ଦ୍ଧା

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.