ETV Bharat / state

ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ପୁରପଲ୍ଲୀ, ବିଭିନ୍ନ ମନ୍ଦିରରେ ଧୁମଧାମରେ ପାଳନ ହେଉଛି ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି - Janmashtami 2024

author img

By ETV Bharat Odisha Team

Published : Aug 26, 2024, 4:16 PM IST

Updated : Aug 26, 2024, 10:23 PM IST

Janmashtami 2024: ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ । ଏନେଇ ଚଳଚଞ୍ଚଳ ପୁରପଲ୍ଲୀ । ସବୁଠି ଧୁମଧାମରେ ପାଳନ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମନୀତି । ଅଧିକ ପଢ଼ନ୍ତୁ

Janmashtami 2024
Janmashtami 2024 (ETV Bharat Odisha)

ଭୁବନେଶ୍ବର: ଆଜି ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ପବିତ୍ର ଜନ୍ମାଷ୍ଟମୀ । ଆଜିର ଦିନରେ ଲୀଳାମୟ ଠାକୁର ପ୍ରଭୁ ଶ୍ରୀକୃଷ୍ଣ ଧରା ପୃଷ୍ଠରେ ଅବତରଣ କରିଥିଲେ । ଆଜି ମଧ୍ୟରାତ୍ରିରେ ବନ୍ଦୀ ଗୃହରେ ଜନ୍ମ ନେଇଥିଲେ ନନ୍ଦଲାଲା । ଏହାକୁ ନେଇ ସମ୍ପୂର୍ଣ୍ଣ ବିଶ୍ୱ ଉତ୍ସାହିତ । ଚଳଚଞ୍ଚଳ ସବୁ କୃଷ୍ଣ ମନ୍ଦିର । ପୁରପଲ୍ଲୀ ଚାରିଆଡେ ପାଳନ ହେଉଛି ଜନ୍ମାଷ୍ଟମୀ ମହୋତ୍ସବ । ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମହା ଆଡମ୍ବରରେ ପାଳନ ହେଉଛି ଜନ୍ମାଷ୍ଟମୀ ନୀତି ।

Rourkela Janmashtami (ETV Bharat Odisha)

ରାଉରକେଲା:

ରାଉରକେଲାରେ ଧୁମଧାମରେ ପାଳନ ହୋଇଛି ଜନ୍ମାଷ୍ଟମୀ । ରାଉରକେଲା ହନୁମାନ ବାଟିକାରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳୁଛି । ଏହାସହ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଇଛି । ରୀତିନୀତିକୁ ଅନୁସାରେ ସମସ୍ତ ରାଧାକୃଷ୍ଣ ମନ୍ଦିରରେ ଆଜି ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଛି । ଆଜିର ଦିନରେ କଳାକାହ୍ନୁ ନନ୍ଦଲାଲାଙ୍କ ଦର୍ଶନ କରିବା ପାଇଁ ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଭକ୍ତି ସଙ୍ଗୀତ ଓ ଭଜନଧ୍ବନୀ ସହ କୃଷ୍ଣ ନାମରେ ପ୍ରକମ୍ପିତ ହୋଇ ଉଠିଛି ସାରା ରାଉରକେଲା ସହର ।

Boudh Janmashtami (ETV Bharat Odisha)
ବୌଦ୍ଧ:

ଜିଲ୍ଲାର ବିଭିନ୍ନ ସ୍ଥାନ ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇଉଠିଛି । କୁନିକୁନି ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜେଇ ହୋଇ ନଗର ପରିକ୍ରମା କରିଥିବା ବେଳେ ଜିଲ୍ଲାର ସର୍ବ ପୁରାତନ ମଦନମୋହନ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ପାଳିତ ହୋଇଛି । ବୌଦ୍ଧର ସର୍ବପୁରାତନ ରାଧାକୃଷ୍ଣଙ୍କ ପୀଠ ମଦନମୋହନ ମନ୍ଦିର ଠାରେ ଆଜି ପ୍ରତ୍ୟୁଷରୁ ଭକ୍ତ ଶ୍ରଦ୍ଧାଳୁମାନେ ଦେବ ଦର୍ଶନ ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ । ପ୍ରାୟ ତିନି ଶହ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବୌଦ୍ଧର ଭଞ୍ଜ ବଂଶୀୟ ରାଜମାତାଙ୍କ ପୈରହିତ୍ୟରେ ରାଜବାଟୀ ସନ୍ନିକଟରେ ଗୋପାଳଜୀ ମନ୍ଦିର ଓ ମଦନମୋହନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପାସନାର ପରମ୍ପରା ପ୍ରଚଳିତ ହୋଇ ଆସୁଥିଲା । ଦେଶ ସ୍ବାଧୀନତା ପରେ କେବଳ ମଦନମୋହନ ମନ୍ଦିରରେ ଏହି ପ୍ରାଚୀନ ପରମ୍ପରାକୁ ବଜାୟ ରଖି ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବ ପାଳନ କରୁଛନ୍ତି । ଆଜି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସକୁ ପାଳନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଗଧା ଗଉଡ ସଂପ୍ରଦାୟ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବକୁ ପାଳନ କରାଯାଉଛି ।

Jajpur Janmashtami (ETV Bharat Odisha)

ଯାଜପୁର:

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ସନ୍ତରା ସ୍ଥିତ ଇସ୍କନ ମନ୍ଦିରରେ ଅତିଧୂମ ଧାମର ସହିତ ପାଳନ ହେଉଛି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ l ଆଜି ସଖାଳୁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହେଇଛି । ସେପଟେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

ଢେଙ୍କାନାଳ:

ପବିତ୍ର ଜନ୍ମାଷ୍ଟମୀରେ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ରାଧାକୃଷ୍ଣ ମନ୍ଦିର ବେଶ ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ସକାଳୁ ରାଧାକୃଷ୍ଣ ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଥିବା ଦେଖିବାକୁ ମିଳିଥିଲା । ପ୍ରଭୁଙ୍କ ଏହି ଜନ୍ମ ଉତ୍ସବରେ ପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ନିଜ ପରିବାରର ମଙ୍ଗଳ ମାନସିଛନ୍ତି ମାନସିକଧାରୀ । ତେବେ ଢେଙ୍କାନାଳ ରାଜପରିବାର ପକ୍ଷରୁ ପ୍ରତିଷ୍ଠିତ ଏହି ରାଧାକୃଷ୍ଣ ମନ୍ଦିରରେ ଅଧିଷ୍ଠାତା ରାଧାକୃଷ୍ଣଙ୍କ ଆଜି ସ୍ୱତନ୍ତ୍ର ରୀତିନୀତିରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି । ସନ୍ଧ୍ୟାରେ ସ୍ୱତନ୍ତ୍ର ଭାବେ ଭଜନ କୀର୍ତ୍ତନ ସାଙ୍ଗକୁ ପରମ୍ପରା ମୁତାବକ ମଙ୍ଗଳବାର ନନ୍ଦ ଉତ୍ସବର ଆୟୋଜନ ରହିଛି ବୋଲି ରାଜପରିବାର ପକ୍ଷରୁ ପ୍ରକାଶ କରିଛନ୍ତି ଯୁବରାଜ ଅମର ଜ୍ୟୋତି ସିଂହଦେଓ ।

Dhenkanal Janmashtami (ETV Bharat Odisha)

ଢେଙ୍କାନାଳ ରାଜବଂଶ ଜନ୍ମାଷ୍ଟମୀ:

ଏହି ରାଧାକୃଷ୍ଣ ମନ୍ଦିର ଆଜକୁ ଶହେ ବର୍ଷ ପୁରୁଣା । ଢେଙ୍କାନାଳ ତଥା ଆଖ ପାଖ ଗ୍ରାମବାସୀଙ୍କର ଏହି ମଦିରର ଅଧିଷ୍ଠାତା ରାଧାକୃଷ୍ଣଙ୍କ ପ୍ରତି ରହିଛି ପ୍ରଗାଢ ଆସ୍ଥା ଓ ବିଶ୍ୱାସ । ୧୯୦୭ମସିହାରେ ଢେଙ୍କାନାଳର ତତ୍କାଳୀନ ରାଜା ରାଜଶ୍ରୀ ସୁରପ୍ରତାପ ମହେନ୍ଦ୍ର ବାହାଦୂର ଏହାକୁ ପ୍ରତିଷ୍ଠା କରିଥିଲେ । ଆଉ ଏହି ରାଧାକୃଷ୍ଣଙ୍କ ପ୍ରତିଷ୍ଠା କରିବା ପାଇଁ ରାଜା ସୁରପ୍ରତାପଙ୍କୁ ନିଷ୍ଠା ଓ କଠୋର ରୀତିନୀତି ପାଳନ କରିବାକୁ ପଡିଥିଲା । ଏଥିପାଇଁ ରାଜା ରାଜଶ୍ରୀ ସୁରପ୍ରତାପ ମଥୁରା ଯାଇ ରାଧା ରମଣ ମନ୍ଦିରରେ ଗୁରୁ ମଧୁସୂଦନ ଗୋସ୍ଵାମୀଙ୍କ ଠାରୁ ଦୀକ୍ଷା ନେଇଥିଲେ । ଏଥିପାଇଁ କିଛି ମାସ ଧରି ରାଜାଙ୍କୁ ରାଜାର ମୋହମାୟାକୁ ତ୍ୟାଗ କରିବାକୁ ପଡିଥିଲା । ଆଉ ଏକ ପ୍ରକାର ସନ୍ୟାସ ଜୀବନ ଧାରଣ ପୂର୍ବକ ବୈଷ୍ଣବ ମତ ବାଦର କଠୋର ନୀତିକାନ୍ତିକୁ ନିଷ୍ଠାର ସହିତ ପାଳନ କରିବାକୁ ପଡିଥିଲା । ପରେ ନିଜ ଶିଷ୍ୟ ରାଜା ସୁରପ୍ରତାପଙ୍କ ଅନୁରୋଧ କ୍ରମେ ନିଜ ରାଜ୍ୟ ଢେଙ୍କାନାଳ ଗଡ଼ର ଆମ୍ରକୁଞ୍ଜ ବନାନୀ ମଧ୍ୟରେ ରାଧାକୃଷ୍ଣଙ୍କୁ ଗୁରୁ ମଧୁସୂଦନ ଗୋସ୍ଵାମୀଙ୍କ ଦ୍ୱାରା ପ୍ରତିଷ୍ଠା କରାଇଥିଲେ ରାଜା ସୁରପ୍ରତାପ ମହେଦ୍ର ବାହାଦୂର । ଆଉ ଏହି ଦିନରୁ ଢେଙ୍କାନାଳ ରାଜବଂଶ ପକ୍ଷରୁ ପରମ୍ପରାର ସହିତ ପ୍ରତେକ ବର୍ଷ ଜନ୍ମାଷ୍ଟମୀ ଅବସରରେ ଏହି ମଦିରର ବାର୍ଷିକ ଉତ୍ସବ ତଥା ଜନ୍ମାଷ୍ଟମୀ ପାଳନ କରାଯାଉଛି ।

Kalahandi Janmashtami (ETV Bharat Odisha)

କଳାହାଣ୍ଡି:

ଜନ୍ମାଷ୍ଟମୀ ଅବସରରେ କଳାହାଣ୍ଡି ଜିଲ୍ଲାର ମନ୍ଦିର ଗୁଡିକରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିଥିବାବେଳେ ଭବାନୀପାଟଣା ସହରର ରାଧାକୃଷ୍ଣ ମନ୍ଦିର, ମଦନମୋହନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ରାତ୍ରି ସମୟରେ ମନ୍ଦିର ଗୁଡିକରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଷ୍ଟମୀ ନୀତି ଅନୁଷ୍ଠିତ ହେବ । ସେହିପରି ଆଜି ଜିଲ୍ଲାର ବିଭିନ୍ନ ସ୍କୁଲ ଗୁଡିକରେ କୁନି କୁନି ଛାତ୍ରଛାତ୍ରୀମାନେ ରାଧାକୃଷ୍ଣଙ୍କ ବେଶରେ ସଜେଇ ହୋଇ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା ପରିବେଷଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଯାଦବ ଯୁବ ଶକ୍ତି ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବେଶ୍ ଧୁମଧାରେ ପାଳିତ ହୋଇ ହୋଇଛି । ପ୍ରାୟ ୬ ଶହ ଯୁବକ ଯୁବତୀମାନଙ୍କୁ ନେଇ ଭବାନୀପାଟଣା ଡିଆଇଇଟି ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପହଞ୍ଚିବା ପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜା ଉତ୍ସବ ଅନୁଷ୍ଟିତ ହୋଇଥିଲା । ପରେ ସହରରେ ଥିବା ବିକଳାଙ୍ଗ ଓ ଗରିବ ମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା ।

Janmashtami 2024 (ETV Bharat Odisha)

ନିମାପଡ଼ା:

ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ପୁରୀ ଜିଲ୍ଲା ସାକ୍ଷୀଗୋପାଳ । ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ସାକ୍ଷୀଗୋପାଳ ମନ୍ଦିରରେ । ଭକ୍ତଙ୍କ ଭିଡ଼ ସହ ଗହଳ ଚହଳରେ ପୁରି ଉଠିଛି ସାକ୍ଷୀଗୋପାଳ ମନ୍ଦିରରେ । ସନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଛି । ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା । ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହୋଇଛି । ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ । ସନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିଛନ୍ତି । ସେଠାରେ ସୁନାର କୃଷ୍ଣ ମୂର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯାଇଛି । ୨ଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ ଏହି ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ଡପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ଯ୍ୟନ୍ତ ନୀତି ଅନୁଷ୍ଠିତ ହେବ । ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ । ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆଜିଠାରୁ ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁ ରହିବ ।

ଏହା ମଧ୍ଯ ପଢ଼ନ୍ତୁ...ମଧ୍ୟରାତ୍ରରେ ଜନ୍ମ ନେବେ ଶ୍ରୀହରି, ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - Krishna Janmashtami

ସୁନ୍ଦରଗଡ଼/ ବୌଦ୍ଧ/ଯାଜପୁର/ କଳାହାଣ୍ଡି/ ଢେଙ୍କାନାଳ/ନିମାପଡ଼ା

Last Updated : Aug 26, 2024, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.