ETV Bharat / state

ଯାଜପୁର ବସ ଦୁର୍ଘଟଣା, ଏସସିବିରେ ଆଖି ବୁଜିଲା ଆଉ ଜଣେ ଆହତ - JAJPUR BUS ACCIDENT

author img

By ETV Bharat Odisha Team

Published : Apr 23, 2024, 12:27 PM IST

Jajpur Road Accident: ଯାଜପୁର ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି । ଆଖିବୁଜିଲେ ଆଉ ଜଣେ ଆହତ । ଅଧିକ ପଢନ୍ତୁ

JAJPUR BUS ACCIDENT
JAJPUR BUS ACCIDENT

କଟକ: ଯାଜପୁର ବାରବାଟିରେ ବସ ଦୁର୍ଘଟଣା ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜମେ ୟାତ୍ରୀ ଆଖି ବୁଜିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 6ରେ ପହଞ୍ଚିଛି । ମୃତ ଜଣଙ୍କ ହେଉଛନ୍ତି ଆନନ୍ଦି ନନ୍ଦନ ଜାନା, ବୟସ 60 ବର୍ଷ । ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗି ଥିବାରୁ ଏସସିବିର ଟ୍ରମା ଆଇସିୟୁରେ ତାଙ୍କର ଚିକିତ୍ସିତ ଚାଲିଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧଙ୍କ ଘର ପଶ୍ଚିମବଙ୍ଗର ଇଷ୍ଟ ମେଦିନୀପୁର ଅଞ୍ଚଳରେ। ଦୁର୍ଘଟଣାରେ ଆହତ ହୋଇଥିବା 10 ଜଣ ବର୍ତ୍ତମାନ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ 4 ଜଣ ଆଇସିୟୁ ଓ 6 ଓ୍ବାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଏହା ମଧ୍ୟ ପଢନ୍ତୁ-ଯାଜପୁର ବସ ଟ୍ରାଜେଡି: ଡ୍ରାଇଭରଙ୍କ ତ୍ରୁଟି ପାଇଁ ଘଟିଗଲା ଦୁର୍ଘଟଣା, ମାମଲା ରୁଜୁ - jajpur bus tragedy

ଚଳିତ ମାସ 15 ତାରିଖରେ ଯାଜପୁର ବାରବାଟୀ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଭରବ୍ରିଜ୍ ତଳକୁ ଖସି ପଡିଥିଲା । ପ୍ରାୟ 25 ଫୁଟ ଉଚ୍ଚରୁ ବସଟି ଖସି ପଡିବାରୁ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 46 ଆହତ ଏସସିବି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସମସ୍ତଙ୍କୁ କାଜୁଆଲଟି ରେ ପ୍ରଥମେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବସ ଦୁର୍ଘଟଣାରେ ମୃତ 5ଜଣଙ୍କ ମଧ୍ୟରୁ 4ଜଣଙ୍କ ମିଳିଲା ପରିଚୟ, ଘଟଣାର ତଦନ୍ତ ଆରମ୍ଭ - Jajpur Bus Accident

ଡ୍ରାଇଭରଙ୍କ ତ୍ରୁଟି ଯୋଗୁଁ ବସଟି ଦୁର୍ଘଟଣାର ଶିକାର ହୋଇଥିହା ଏସ.ଟି.ଏର ତଦନ୍ତରୁ ଜଣାପଡିଛି । ଫେରାର ଥିବା ବସ ଡ୍ରାଇଭରଙ୍କ ବିରୋଧରେ ଆଇପିସିର ଧାରା 304 ଧାରାରେ ମାମଲା ରୁଜୁ କରାଯିବ ବୋଲି ଏସ.ଟି.ଏ କହିଛି । ରଜମିନ ତଦନ୍ତ କରିବା ପରେ ଏହି ନିଷ୍କର୍ସରେ ପହଞ୍ଚିଛି ଏସ.ଟି.ଏ । ବସରେ ଦୁଇ ଜଣ ଡ୍ରାଇଭର ରହିଥିଲେ । ବସ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା ସମସ୍ତ46 ଜଣ ଆହତଙ୍କ ମଧ୍ୟରୁ କେବଳ 10 ଜଣଙ୍କୁ ବାଦ ଦେଲେ ଅନ୍ୟ ସମସ୍ତେ ପଶ୍ଚିମବଙ୍ଗ ବାସିନ୍ଦା । ଦୁର୍ଘଟଣା ପରେ ପ୍ରଥମେ ପ୍ରାଣ ହରାଇଥିବା 5 ମୃତକଙ୍କ ମଧ୍ୟରୁ 4 ଜଣଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ମେଦିନାପୁର ଅଞ୍ଚଳର ଉତ୍ତମ ମାଇତି, ଅଚିନ୍ତ୍ୟ ମାଇତି, ପଶ୍ଚିମ ମେଦିନାପୁରର 47 ବର୍ଷିୟ ମନୋଜ ଘୋଷ, ଦକ୍ଷିଣୀଖୋଦାପାଲି ଅଞ୍ଚଳର ବର୍ଣ୍ଣାଳି ଦାସ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.