ETV Bharat / state

ସପନର ସୈାଦାଗର ଏମିତି ଫସାଉଥିଲା, ଯାହାକୁ ପାଇବାକୁ ପାଗଳ ହେଉଥିଲେ ମହିଳା - Satyajit samal marriage scam case

author img

By ETV Bharat Odisha Team

Published : Aug 5, 2024, 9:57 AM IST

Satyajit samal marriage scam case: ରସିକିଆ ଠକ ମଜନୁ ସତ୍ୟଜିତ ସାମଲର ଫିଟୁଛି ଗୁମର ପେଡ଼ି । ଧିରେ ଧିରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା । କିଭଳି ଏହି ଠକ ନିଜ ମିଛ ମାୟା ଜାଲରେ ମହିଳାମାନଙ୍କୁ ଫସାଉଥିଲା ତାହା ଧିରେ ଧିରେ ପର୍ଦ୍ଦାଫାସ ହେଉଛି । ଅଧିକ ପଢନ୍ତୁ

Satyajit samal marriage scam case
Satyajit samal marriage scam case (ETV Bharat Odisha)

ଭୁବନେଶ୍ବର: ରସିକିଆ ଠକ ମଜନୁର ଫିଟୁଛି ଗୁମର ପେଡ଼ି । ଧିରେ ଧିରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା କାରନାମା । କିଭଳି ଏହି ଠକ ନିଜ ମିଛ ମାୟା ଜାଲରେ ମହିଳାମାନଙ୍କୁ ଫସାଉଥିଲା ତାହା ଧିରେ ଧିରେ ପର୍ଦ୍ଦାଫାସ ହେଉଛି । ମାଟ୍ରିମୋନିଆଲ ସାଇଟରେ ପ୍ରୋଫାଇଲ୍ ଖୋଲି ଛାଡପତ୍ର ଓ ବିଧବା ମହିଳାଙ୍କୁ ଫସାଇବା ପାଇଁ ଫାସ ବସାଉଥିଲା ଯାଜପୁରର ସତ୍ୟଜିତ । ପ୍ରେମଭରା ମେସେଜରୁ ଆରମ୍ଭ କରୁଥିଲା ଚାର୍ଟିଂ । ଧିରେ ଧିରେ ମେସେଜ ଜରିଆରେ ମିଠା ମିଠା କଥାର ଛଳନା ଦେଖାଇ ସପନର ସୌଦାଗର ସାଜୁଥିଲା ସତ୍ୟଜିତ । ତଦନ୍ତ ବେଳେ ଯାହାର ଡିଜିଟାଲ ଏଭିଡେନସ ପାଇଛି ପୋଲିସ ।

ମାଟ୍ରୋମନିଆଲ ସାଇଟରୁ ମଗାଗଲା ଡାଟା:

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, "୪୯ ଜଣ ମହିଳାଙ୍କ ସହ ଏହି ଯୁବକ ସମ୍ପର୍କରେ ଥିଲେ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଯୋଗାଯୋଗ କରାଯାଇଛି । ପୋଲିସ ସେହି ସବୁ ମହିଳାମାନଙ୍କ ଠାରୁ ଜାଣିବାକୁ ପାଇଛି ଯେ, କିପରି ଏହି ଠକ ସେମାନଙ୍କୁ ଠକିଛି । କିଛି ମହିଳା ଏହା ଜାଣିବା ପରେ ପୋଲିସ ସାମ୍ନାକୁ ଆସିବା ପାଇଁ ଅରାଜି ହୋଇଥିବା ବେଳେ ଆଉ କିଛି ପୋଲିସକୁ ସହଯୋଗ କରୁଛନ୍ତି । ଏନେଇ ଆମେ ପ୍ଲାନ କରିଛୁ ଯେତେ ବି ମାଟ୍ରୋମନିଆଲ ସାଇଟ ଅଛି ସେମାନଙ୍କ ଠାରୁ ଆମେ ଡାଟା ମାଗିଛି । ସେ କାହା କାହା ସହ ସମ୍ପର୍କ ରଖିଛି ତା ଜାଣିବାକୁ ଚେଷ୍ଚା କରିବୁ । ଠକେଇ କରି କିଣାଯାଇଥିବା କିଛି ଗାଡି କୋରାପୁଟ ଟ୍ରାଭେଲ୍ସରୁ ମଧ୍ୟ ଠାବ ହୋଇଛି। । ପୋଲିସ ତାର ତଥ୍ୟ ସଂଗ୍ରହ କରୁଛି । ଆଗକୁ ତାର ସ୍ଥାବର ଓ ଅବସ୍ଥାର ସମ୍ପତ୍ତିର ତାଲିକା ନେଇ ମଧ୍ୟ ତନାଘନା କରୁଛି ।"

ମହିଳାମାନଙ୍କୁ ମିଛ ପ୍ରେମ ଜାଲରେ ଫସାଉଥିଲା :

ମହିଳାମାନଙ୍କୁ ମିଛ ପ୍ରେମ ଜାଲରେ ଫସାଇ ସେମାନଙ୍କଠାରୁ ସର୍ବସ୍ୱ ଲୁଟିନେଉଥିଲା ସତ୍ୟଜିତ୍ । ନିଜକୁ ଜଣେ ସିବିଆଇ ଅଫିସରର ପରିଚୟ ଦେଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଥିଲା ରୋମିଓ ସତ୍ୟଜିତ । ଧିରେ ଧିରେ କଥା ହୋଇ ପ୍ରେମ ସମ୍ପର୍କ ବଢାଇଥିଲା । ବିବାହ ପାଇଁ ପ୍ରତିଶ୍ରୁତି ଦେଇ ମହିଳାଙ୍କଠାରୁ ୪୦ ହଜାର ଟଙ୍କା ନେଇଥିବା ପୋଲିସ ସତ୍ୟଜିତର ଚାର୍ଟ ହିଷ୍ଟ୍ରିରୁ ପାଇଛି । ଖାଲି ସେତିକି ନୁହେଁ ଜଣେ ଏନଜିଓରେ କାମ କରୁଥିବା ଜଣେ ଛାଡପତ୍ର ପାଇଥିବା ମହିଳାଙ୍କୁ ମଧ୍ୟ ନିଜ ପ୍ରେମର‌ ମାୟା ଜାଲରେ ଫସାଇଥିଲା । ଠକ ଜଣକ ନିଜକୁ ବଡ ବଡ କମ୍ପାନୀରେ କାର୍ଯ୍ୟ କରୁଥିବା ନେଇ ମିଛ ପରିଚୟ ଦେଉଥିଲା । କାହାକୁ ସାଉଦି ଆରବର ରିୟାଦରେ ପାଇଲଟ ଭାବେ କାମ କରୁଥିବା ନେଇ ପରିଚୟ ଦେଉଥିବା ବେଳେ ଆଉ କାହାକୁ ବ୍ରିଟିଶ କମ୍ପାନୀ କୋଷ୍ଟା କଫିରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିବା ନେଇ ମିଛ ପରିଚୟ ଦେଉଥିଲା ।

ଅଶ୍ଳୀଳ ଭିଡ଼ିଓ କରି ଚାପ ପକାଉଥିଲା:

ସତ୍ୟଜିତ ସାମଲ ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଥିବା ମଧ୍ୟ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ପୋଲିସ ସନ୍ଦେହ କରୁଛି ଯେ, ଯେଉଁମାନଙ୍କ ସହ ତାର ଅଶ୍ଳୀଳ ଭିଡିଓ ଅଛି ହୁଏତ ସେମାନଙ୍କୁ ସେ ବ୍ଲାକମେଲିଂ କରିଥାଇପାରେ । ସେସବୁ ଭିଡିଓ ମହିଳାଙ୍କ ଜାଣତରେ ସୁଟ ହୋଇଛି ନା ଅଜାଣତରେ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି ।

ରାଜ୍ୟ ବାହାର ଏକାଧିକ ମହିଳା ଫସିଛନ୍ତି:

ପୋଲିସର ତନାଘନା ବେଳେ ଜଣାପଡ଼ିଛି ଯେ, ଏହି ରସିକିଆ ଠକ କେବଳ ରାଜ୍ୟ ଭିତରେ ନୁହେ‌ଁ ବଂର ରାଜ୍ୟ ବାହାରର ଏକାଧିକ ମହିଳାଙ୍କୁ ମାଟ୍ରିମୋନି ସାଇଟ ଜରିଆରେ ଯୋଗାଯୋଗ କରି ଠକିବା ଉଦ୍ଦେଶ୍ୟରେ ସେମାନଙ୍କ ସହ ସମ୍ପର୍କ ବଢାଉଥିଲା । କୋଲକତା, ଭୋପାଳ, ଦିଲ୍ଲୀ, ଉତ୍ତରପ୍ରଦେଶ ଆଦି ସ୍ଥାନରେ ଅନେକ ମହିଳାଙ୍କୁ ସେ ନିଜର‌ ପ୍ରେମର ମାୟା ଜାଲରେ ବାୟା କରି ସେମାନଙ୍କଠୁ ଠକିଥିବା ପୋଲିସ ସୁତ୍ରରୁ ସୂଚନା‌ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ରୋମିଓ ରାଜାର 49 ରାଣୀ: ସୁନ୍ଦରୀ ତରୁଣୀଙ୍କ ସାଜିଥିଲା ସପନର ସୌଦାଗର, ଏମିତି ଫସିଲା ପୋଲିସ ଜାଲରେ - Fake IB Inspector Arrested

ଠକାମି କାରକୁ ଟ୍ରାଭେଲ୍ସରେ ଭଡ଼ା ଲଗାଉଥିଲା:

ଅନେକ ମହିଳା ତା ପ୍ରେମ ଜାଲରେ ଫସିଯାଉଥିଲେ । କାହାକୁ ସେ ବିବାହ କରୁଥିଲା ତ କାହାକୁ ବିବାହର ପ୍ରତିଶ୍ରୁତି ଦେଇ ମ୍ୟାରେଜ ଆଫିଡେଭିଟ କରୁଥିଲା । ଏଭଳି ଢଙ୍ଗରେ ଅନେକ ମହିଳାଙ୍କ ସହ ସମ୍ପର୍କରେ ଆସି ସେମାନଙ୍କ ଠାରୁ ଟଙ୍କା ପଇସା, ଗାଡି, ଟଙ୍କା ଏପରିକି ନଗଦ ନଥିଲେ ସେହି ମହିଳାମାନଙ୍କ ନାଁରେ ମଧ୍ୟ ଲୋନ ନେଇ ନେଉଥିଲା‌ । ଏପରିକି ଅନେକ ମହିଳାଙ୍କଠୁ ଚାରି ଚକିଆ କାର ମଧ୍ୟ ନେଇଥିବା ଜଣାପଡ଼ିଛି । ଗାଡ଼ିଗୁଡ଼ିକ ନେଇ ବିଭିନ୍ନ ଟ୍ରାଭେଲ୍ସରେ‌ ଲଗାଉଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ 3ଟି ଗାଡି ଜବତ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.