ETV Bharat / state

'ଜଗତସିଂହପୁରରେ କଂଗ୍ରେସ ଜୋରଦାର ଲଢେଇ କରିବା ପାଇଁ ପ୍ରସ୍ତୁତ' - JAGATSINGHPUR ASSEMBLY CONSTITUENCY

author img

By ETV Bharat Odisha Team

Published : May 2, 2024, 3:55 PM IST

JAGATSINGHPUR ASSEMBLY CONSTITUENCY: ଚଳିତ ନିର୍ବାଚନରେ ଜଗତସିଂହପୁର ପାଇଁ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେବେ ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡିବା ପରେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛତନ୍ତି ନଟବର ବାରିକ । ଅଧିକ ପଢନ୍ତୁ

JAGATSINGHPUR ASSEMBLY CONSTITUENCY
JAGATSINGHPUR ASSEMBLY CONSTITUENCY
JAGATSINGHPUR ASSEMBLY CONSTITUENCY

ଜଗତସିଂହପୁର: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦଳ । ଚଳିତ ଥର କଂଗ୍ରେସ ପୂର୍ବତନ ବିଧାୟକ ତଥା ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅଙ୍କୁ ପ୍ରାର୍ଥୀ କରିଛି । ଜଗତସିଂହପୁର ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ଗତ ନିର୍ବଚନରେ ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ସେ 61 ହଜାରରୁ ଅଧିକ ଭୋଟ ପାଇଥିଲେ । ବର୍ତ୍ତମାନ ସେ ହାତ ଛାଡି ଶଙ୍ଖ ଧରିଥିଲେ ହେଁ ଜଗତସିଂହପୁର କଂଗ୍ରେସରେ କୌଣସି ଫରକ ପଡିବ ନାହିଁ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ।

ଜିଲ୍ଲାରେ ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ । ସେ କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ପୂର୍ବରୁ ଯେଉଁ ଦୁଇଜଣ ବରିଷ୍ଠ ନେତା ଥିଲେ ସେମାନେ ବିଜେଡିରେ ମିଶିବା ପରେ ଜଗତସିଂହପୁର ଜିଲ୍ଲାରେ କଂଗ୍ରେସ ଦୁର୍ବଳ ବୋଲି କୁହାଯାଉଛି । କିନ୍ତୁ ଏଥିରେ ସତ୍ୟତା ନାହିଁ । ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ 2019 ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ଚିରଞ୍ଜୀବ ବିଶ୍ୱାଳ 61 ହାଜରରୁ ଅଧିକ ଭୋଟ ପାଇଥିଲେ । ବର୍ତ୍ତମାନ ଚିରଞ୍ଜୀବ ଦଳତ୍ୟାଗ କରିଥିଲେ ମଧ୍ୟ କଂଗ୍ରେସ ଭୋଟ କୁଆଡେ ଯିବନାହିଁ । କାରଣ ଜଗତସିଂହପୁର ମାଟିରେ କଂଗ୍ରେସ ମନସ୍କ ଭୋଟର ରହିଛନ୍ତି ।" ଅତୀତରେ ଜଗତସିଂହପୁର କଂଗ୍ରେସର ଦୁର୍ଗ ରହିଥିଲା । ଏହି ମାଟିରୁ ଅନେକ କଂଗ୍ରେସ ନେତା ରାଜ୍ୟର ମଙ୍ଗ ଧରିଛନ୍ତି । କଂଗ୍ରେସ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । କଂଗ୍ରେସ ଦଳ ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ପୂର୍ବତନ ବିଧାୟକ ତଥା ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ପ୍ରତିମା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ଫଳରେ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜଗତସିଂହପୁରରେ କଂଗ୍ରେସ ସୁଦୃଢ଼ ସ୍ଥିତିରେ ଅଛି: କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ - Jagatsinghpur Assembly Constituency

ତେବେ ଜଗତସିଂହପୁର ଜଣେ ଉଞ୍ଚ ଶିକ୍ଷିତ ମହିଳା ପ୍ରାର୍ଥୀଙ୍କୁ ଲୋକେ ନିଶ୍ଚିତ ଭାବରେ ଗ୍ରହଣ କରିବେ । ଦଳର ଦୁଇଜଣ ବରିଷ୍ଠ ନେତା ଦଳ ତ୍ୟାଗ କରିଥିଲେ ମଧ୍ୟ କଂଗ୍ରେସ ବିଜେପି ଓ ବିଜେଡି ସହିତ ଲଢେଇ ଜୋରଦାର କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଚିରଞ୍ଜିବ ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ସମସ୍ତ କଂଗ୍ରେସ କର୍ମୀମାନେ ତାଙ୍କ ସହିତ ଯିବାର ପ୍ରଶ୍ନ ଉଠୁନାହିଁ । ଆଗାମୀ ଦିନରେ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲିକ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବେ ଏଥିରେ ସନ୍ଦେହ ନାହିଁ ବୋଲି ଜିଲ୍ଲା ସଭାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ଏକ ବିରାଟ ଦଳ କେହି ଚାଲିଗଲେ ଦଳ ଭାଙ୍ଗି ଯାଏ ନାହିଁ । ଦଳ ସୁଦୃଢ ରହିଛି ଓ ଆଗାମୀ ଦିନରେ ମୈଦାନକୁ ଓହ୍ଲାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.